ଦିନେ ଫ୍ରିଜ୍ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍ ବି’
ଆଜିକାଲି ବଲଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ ଆସୁଛନ୍ତି। ଏହି ଶୋ’ରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କାହାଣୀ ପ୍ରାୟତଃ ପ୍ରତିଯୋଗୀଙ୍କ ସହ ଶେୟାର କରନ୍ତି। ଏବେ କୌନ ବନେଗା କରୋଡପତିରେ ଜୁନିୟର ସପ୍ତାହ ଆରମ୍ଭ ହୋଇଛି। ହଟ ସିଟରେ ବସିଛନ୍ତି ଜଣେ ଯୁବତୀ। ଅମିତାଭ ପ୍ରନୁଷା ଥାମ୍କେ ନାମକ ଜଣେ ପ୍ରତିଯୋଗୀଙ୍କ ସହ […] The post ଦିନେ ଫ୍ରିଜ୍ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍ ବି’ appeared first on Dharitri Odia News.
ଆଜିକାଲି ବଲଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ ଆସୁଛନ୍ତି। ଏହି ଶୋ’ରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କାହାଣୀ ପ୍ରାୟତଃ ପ୍ରତିଯୋଗୀଙ୍କ ସହ ଶେୟାର କରନ୍ତି। ଏବେ କୌନ ବନେଗା କରୋଡପତିରେ ଜୁନିୟର ସପ୍ତାହ ଆରମ୍ଭ ହୋଇଛି। ହଟ ସିଟରେ ବସିଛନ୍ତି ଜଣେ ଯୁବତୀ। ଅମିତାଭ ପ୍ରନୁଷା ଥାମ୍କେ ନାମକ ଜଣେ ପ୍ରତିଯୋଗୀଙ୍କ ସହ କଥା ହୋଇଥିଲେ। ତାଙ୍କ ସହ କଥା ବାର୍ତ୍ତା ବେଳେ ଅମିତାଭ ପିଲାଦିନର ଏକ କାହାଣୀ ଶେୟାର କରି କହିଥିଲେ ଯେ ସେ ଥରେ ଫ୍ରିଜରେ ବନ୍ଦ ହୋଇଯାଇଥିଲେ । ଅମିତାଭ ପ୍ରତିଯୋଗୀଙ୍କୁ ଫ୍ରିଜର ଫଟୋ ଦେଖାଇ ସେଥିରେ କେଉଁ ଜିନିଷ ରଖାଯାଇଛି ବୋଲି ପଚାରିଥିଲେ। ବିକଳ୍ପ ଗୁଡ଼ିକ ହେଲା- ଏ- ଫୁଟବଲ, ବି- କ୍ଷୀର, ସି- ୱାଚ ଏବଂ ଡି- ଇୟରିଂ। ଏହି ପ୍ରଶ୍ନର ସଠିକ ଉତ୍ତର ଥିଲା- କ୍ଷୀର । ଝିଅଟି ଠିକ ଉତ୍ତର ଦେବା ପରେ ଅମିତାଭ କହିଥିଲେ, ଯେତେବେଳେ ଆମେ ଛୋଟ ଥିଲୁ, ଆମେ ଭାବୁଥିଲୁ ଏହା କ’ଣ। ଆମେ ଆହ୍ଲାବାଦରେ ରହୁଥିଲୁ। ଆମ ପାଖରେ ଏସି ଇତ୍ୟାଦି ସୁବିଧା ନ ଥିଲା। ତେଣୁ ଆମେ ଟେବୁଲ ଫ୍ୟାନ ଆଗରେ ବରଫର ଏକ ଖଣ୍ଡ ରଖି ଥଣ୍ଡା ପବନ ପାଇବା ପାଇଁ ପଛପଟୁ ଚଳାଇଥାଉ।
ପରେ ଅମିତାଭ କହିଥିଲେ, ତା’ପରେ କିଛି ବର୍ଷ ପରେ ଏକ ବଡ଼ ଫ୍ରିଜ ଘରକୁ ଆସିଲା। ଯେତେବେଳେ ଏହାକୁ ଖୋଲିଲି, ଦେଖିଲି ଯେ ବହୁତ ଥଣ୍ଡା ହେଉଛି। ମୁଁ ଟିକିଏ ଛୋଟ ଥିଲି। ଦିନେ ଫ୍ରିଜ୍ ଭିତରେ ପଶିଯାଇଥିଲି। ଡୋର୍ ବନ୍ଦ ହୋଇଯାଇଥିଲା। ମୁଁ ଚିତ୍କାର କଲି ଏବଂ ତା’ପରେ ମୋତେ ଉଦ୍ଧାର କରିଥିଲେ। ଏନେଇ ବହୁତ ମାଡ଼ ଖାଇଥିଲି।
The post ଦିନେ ଫ୍ରିଜ୍ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍ ବି’ appeared first on Dharitri Odia News.