ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନଙ୍କ ହେବ ବାୟୋପିକ୍
ଶ୍ରୀନଗର: ଦୁଇ ହାତ ନ ଥିବା ସତ୍ତ୍ୱେ କଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନ ନିଜର ଯାଦୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି। ତେବେ ଆଗକୁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ହେବାକୁ ଯାଉଛି। ମହେଶ ଭଟ୍ଟ ତାଙ୍କର ଏହି ବାୟୋପିକ୍ ଫିଲ୍ମର ନିର୍ଦ୍ଦେଶନା ଦେବେ। ୩୪ ବର୍ଷୀୟ ଆମିର ଡବଲ-ଆର୍ମ-ଏମ୍ପ୍ୟୁଟି କ୍ରିକେଟର ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସୁଛନ୍ତି। ସେ କେବଳ କାନ୍ଧ ସାହାଯ୍ୟରେ ବ୍ୟାଟିଂ ଏବଂ ଡାହାଣ ଗୋଡ଼ ସାହାଯ୍ୟରେ ବୋଲିଂ କରି ବେଶ୍ […] The post ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନଙ୍କ ହେବ ବାୟୋପିକ୍ appeared first on Dharitri Odia News.
ଶ୍ରୀନଗର: ଦୁଇ ହାତ ନ ଥିବା ସତ୍ତ୍ୱେ କଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନ ନିଜର ଯାଦୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି। ତେବେ ଆଗକୁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ହେବାକୁ ଯାଉଛି। ମହେଶ ଭଟ୍ଟ ତାଙ୍କର ଏହି ବାୟୋପିକ୍ ଫିଲ୍ମର ନିର୍ଦ୍ଦେଶନା ଦେବେ। ୩୪ ବର୍ଷୀୟ ଆମିର ଡବଲ-ଆର୍ମ-ଏମ୍ପ୍ୟୁଟି କ୍ରିକେଟର ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସୁଛନ୍ତି। ସେ କେବଳ କାନ୍ଧ ସାହାଯ୍ୟରେ ବ୍ୟାଟିଂ ଏବଂ ଡାହାଣ ଗୋଡ଼ ସାହାଯ୍ୟରେ ବୋଲିଂ କରି ବେଶ୍ ସଫଳ ହୋଇପାରିଛନ୍ତି। କିଛିଦିନ ତଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା; ଯେଉଁଥିରେ ସେ କାନ୍ଧ ସାହାଯ୍ୟରେ ବ୍ୟାଟିଂ କରୁଥିବା ନଜରକୁ ଆସିଥିଲେ। ‘ଆମିର୍’ ନାମରେ ପ୍ରସ୍ତୁତ ଏହି ବାୟୋପିକ୍ରେ ବିଗ୍ ବ୍ୟାଟ୍ ଫିଲ୍ମ ପ୍ରଯୋଜନା ଦେଉଛି। ତେବେ ଏହି ଚରିତ୍ର ପାଇଁ ପ୍ରଥମେ ଭିକ୍କି କୌଶଲ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ସଙ୍ଗୀତ ରିଆଲିଟି ଶୋ’ରେ ଭିକ୍କି ଏନେଇ ସମ୍ମତି ଦେଇଛନ୍ତି।
The post ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନଙ୍କ ହେବ ବାୟୋପିକ୍ appeared first on Dharitri Odia News.