ରାଜଧାନୀର ଏହି ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୮ା୬: ରାଜଧାନୀ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଶନିବାର ସକାଳୁ ଏକ ଫ୍ଟ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ଭୋର ୩.୩୫ ମିନିଟ୍ରେ ପୋଲିସକୁ ଏକ ଫ୍ୟାକ୍ଟିରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା […] The post ରାଜଧାନୀର ଏହି ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ, ୮ା୬: ରାଜଧାନୀ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଶନିବାର ସକାଳୁ ଏକ ଫ୍ଟ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ଭୋର ୩.୩୫ ମିନିଟ୍ରେ ପୋଲିସକୁ ଏକ ଫ୍ୟାକ୍ଟିରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ସେହି ସମୟରେ ଫ୍ୟାକ୍ଟ୍ରି ଭିତରେ ଲୋକେ ଫସି ରହିଥିବା ଜଣାପଡ଼ିନଥିଲା। ପୋଲିସ୍ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ନରେଲା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ଫ୍ୟାକ୍ଟ୍ରି ନମ଼୍ବର ଏଚ୍- ୧୨୪୯ ର ଶ୍ୟାମକୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ରେ ନିଆଁ ବ୍ୟାପି ସାରିଥିଲା । ଫ୍ୟାକ୍ଟ୍ରିରେ କିଛି ଲୋକ ରହିଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଲୋକଙ୍କୁ ଉଦ୍ଧାର କରି ନରେଲାର ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
The post ରାଜଧାନୀର ଏହି ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.