ଦିଲ୍ଲୀ ଜିଟିବି ହସ୍ପିଟାଲରେ ରୋଗୀଙ୍କୁ ଗୁଳି କରି ହତ୍ୟା, ବାଇକରେ ଆସିଥିଲେ ତିନି ଦୁର୍ବୁତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁ ତେଜ୍‌ ବାହାଦୂର ହସ୍ପିଟାଲରେ ଆଖିବୁଜା ଗୁଳିମାଡ଼। ଏହି ଗୁଳିମାଡ଼ରେ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ, ତାଙ୍କ ପରିଜନ ଏବଂ ହସ୍ପିଟାଲର ଡାକ୍ତର ଭୟଭୀତ ହୋଇପଡ଼ିଛନ୍ତି। ଏହି ହତ୍ୟାକାଣ୍ଡ ପରେ ଅପରାଧୀ ସେଠାରୁ ଫେରାର ହୋଇଯାଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ହସ୍ପିଟାଲର ପହଞ୍ଚିଛି। ଏହି ଫାୟାରିଂ ୨୪ ନମ୍ବର ଓ୍ବାର୍ଡରେ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହସ୍ପିଟାଲରେ ରିୟାଜୁଦ୍ଦିନ ନାମକ ଜଣେ ରୋଗୀଙ୍କ ଚିକିତ୍ସା ହେଉଥିଲେ। ତେବେ ରବିବାର ସନ୍ଧ୍ୟା ୪ଟା ସମୟରେ ଜଣେ ଯୁବକ ଓ୍ବାର୍ଡରେ ପଶି ରିୟାଜୁଦ୍ଦିନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯୁବକଙ୍କ ବୟସ ୧୮ ବର୍ଷ ହେବା ନେଇ କୁହାଯାଇଛି। ପୋଲିସ ମାମଲା ରୁଜୁ କରିଛି।ସେପଟେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିନି ଦୁର୍ବୁତ୍ତ ଗୋଟିଏ ବାଇକ୍‌ରେ ଆସିଥିଲେ। ଏମାନଙ୍କୁ ମଧ୍ୟରୁ ଜଣେହିଁ ରିୟାଜୁଦ୍ଦିନଙ୍କୁ ହତ୍ୟା କରିଥିଲା। ଆଉ ଏହାପରେ ତିନି ଜଣଯାକ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହି ହତ୍ୟା କାଣ୍ଡ ପଛରେ କଣ ଉଦ୍ଦେଶ୍ୟ ରହିଛି ? ପୂର୍ବ ଶତ୍ରୁତାଙ୍କୁ ନେଇ ହତ୍ୟାକାଣ୍ଡ ହୋଇଛି କି ନାହିଁ ? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ।ସିସିଟିଭି ଫୁଟେଜ ଆଧାରରେ ଦୁର୍ବୁତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। 

ଦିଲ୍ଲୀ ଜିଟିବି ହସ୍ପିଟାଲରେ ରୋଗୀଙ୍କୁ ଗୁଳି କରି ହତ୍ୟା, ବାଇକରେ ଆସିଥିଲେ ତିନି ଦୁର୍ବୁତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁ ତେଜ୍‌ ବାହାଦୂର ହସ୍ପିଟାଲରେ ଆଖିବୁଜା ଗୁଳିମାଡ଼। ଏହି ଗୁଳିମାଡ଼ରେ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ, ତାଙ୍କ ପରିଜନ ଏବଂ ହସ୍ପିଟାଲର ଡାକ୍ତର ଭୟଭୀତ ହୋଇପଡ଼ିଛନ୍ତି। ଏହି ହତ୍ୟାକାଣ୍ଡ ପରେ ଅପରାଧୀ ସେଠାରୁ ଫେରାର ହୋଇଯାଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ହସ୍ପିଟାଲର ପହଞ୍ଚିଛି। ଏହି ଫାୟାରିଂ ୨୪ ନମ୍ବର ଓ୍ବାର୍ଡରେ ହୋଇଥିବା ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ହସ୍ପିଟାଲରେ ରିୟାଜୁଦ୍ଦିନ ନାମକ ଜଣେ ରୋଗୀଙ୍କ ଚିକିତ୍ସା ହେଉଥିଲେ। ତେବେ ରବିବାର ସନ୍ଧ୍ୟା ୪ଟା ସମୟରେ ଜଣେ ଯୁବକ ଓ୍ବାର୍ଡରେ ପଶି ରିୟାଜୁଦ୍ଦିନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯୁବକଙ୍କ ବୟସ ୧୮ ବର୍ଷ ହେବା ନେଇ କୁହାଯାଇଛି। ପୋଲିସ ମାମଲା ରୁଜୁ କରିଛି।

ସେପଟେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିନି ଦୁର୍ବୁତ୍ତ ଗୋଟିଏ ବାଇକ୍‌ରେ ଆସିଥିଲେ। ଏମାନଙ୍କୁ ମଧ୍ୟରୁ ଜଣେହିଁ ରିୟାଜୁଦ୍ଦିନଙ୍କୁ ହତ୍ୟା କରିଥିଲା। ଆଉ ଏହାପରେ ତିନି ଜଣଯାକ ସେଠାରୁ ଫେରାର ହୋଇଯାଇଥିଲେ। 

ତେବେ ଏହି ହତ୍ୟା କାଣ୍ଡ ପଛରେ କଣ ଉଦ୍ଦେଶ୍ୟ ରହିଛି ? ପୂର୍ବ ଶତ୍ରୁତାଙ୍କୁ ନେଇ ହତ୍ୟାକାଣ୍ଡ ହୋଇଛି କି ନାହିଁ ? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ।ସିସିଟିଭି ଫୁଟେଜ ଆଧାରରେ ଦୁର୍ବୁତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି।