ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ
ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କାହାକୁ ଭେଟୁନାହାଁନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ଏଠାରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିନାହୁଁ ତେବେ ମୁଁ କାହିଁକି କୌଣସି ନେତାଙ୍କୁ ଭେଟିବି। ଯେତେବେଳେ ଗଣମାଧ୍ୟମ ପଚାରିଲା ତୁମେ ଜେଏମଏମରେ ରହିବ ନା ଛାଡିବ। ଚମ୍ପାଇ ସୋରେନ କହିଛନ୍ତି ଯେ ଆମେ ବର୍ତ୍ତମାନ ଯେଉଁଠାରେ ଅଛୁ ସେଇଠାରେ […] The post ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କାହାକୁ ଭେଟୁନାହାଁନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ଏଠାରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିନାହୁଁ ତେବେ ମୁଁ କାହିଁକି କୌଣସି ନେତାଙ୍କୁ ଭେଟିବି।
ଯେତେବେଳେ ଗଣମାଧ୍ୟମ ପଚାରିଲା ତୁମେ ଜେଏମଏମରେ ରହିବ ନା ଛାଡିବ। ଚମ୍ପାଇ ସୋରେନ କହିଛନ୍ତି ଯେ ଆମେ ବର୍ତ୍ତମାନ ଯେଉଁଠାରେ ଅଛୁ ସେଇଠାରେ ରହିବୁ। ଆମେ କୌଣସି ସ୍ଥାନକୁ ଯାଉନାହୁଁ।
ସେକହିଛନ୍ତି ଯେ ମୁଁ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛି। ତେବେ ଗତ ଦୁଇ ଦିନ ହେବ ସୋରୋନ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି।
ଯେତେବେଳେ ଗଣମାଧ୍ୟମ ପଚାରିଥିଲା ତୁମେ କୋଲକାତା କାହିଁକି ଗଲ, ଚମ୍ପାଇ ସୋରେନ କହିଛନ୍ତି ଯେ ମୁଁ କେବଳ କୋଲକାତା ଦେଇ ଦିଲ୍ଲୀ ଆସିଛି।
ଚମ୍ପାଇ ସୋରେନ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଜେଏମଏମକୁ ହଟାଇ ଦେଇଛନ୍ତି। ଏବେ କଳ୍ପନାଜଳ୍ପନା ଅଧିକ ତୀବ୍ର ହୋଇଛି। ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଯଦି ଚମ୍ପାଇ ସୋରେନ ଜେଏମଏମ ଛାଡି ଭାଜପାରେ ଯୋଗ ଦିଅନ୍ତି, ତେବେ ହେମନ୍ତ ସୋରେନଙ୍କ ପାଇଁ ଏହା ଏକ ବଡ ଝଟ୍କା ହେବ। ଚମ୍ପାଇ ସୋରେନଙ୍କର ୧୪ଟି ସିଟ ଉପରେ ଏକ ଦୃଢ ସମର୍ଥନ ରହିଛି ବୋଲି ବିବେଚନା କରାଯାଏ।
The post ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ appeared first on Dharitri Odia News.