ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ବଡ଼ ଝଟକା, ୬ ଦିନିଆ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି । ରାଉଜ୍‌ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ସିଏମଙ୍କୁ ୬ ଦିନିଆ ରିମାଣ୍ଡରେ ଇଡି ହେପାଜତକୁ ପଠାଇଛନ୍ତି । ମାର୍ଚ୍ଚ ୨୮ରେ ପୁଣି ଥରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଉଲ୍ଲେଖଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ବିଳମ୍ୱିତ ରାତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ।#WATCH | Delhi CM Arvind Kejriwal in Rouse Avenue court after his ED remand hearing.Chief Minister Arvind Kejriwal sent to ED custody till March 28 by court. pic.twitter.com/jCZ0stEbfv— ANI (@ANI) March 22, 2024ଶୁକ୍ରାବର କଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଚାହୁଁଥିଲା । ତିନି ଘଣ୍ଟା ଯାଏ ଚାଲିଥିବା ଶୁଣାଣି ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ କୋର୍ଟ ନିଜ ରାୟରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ଯାଏ ଇଡି ରିମାଣ୍ଡରେ ପଠାଇଛନ୍ତି । ସ୍ପେଶାଲ୍ ଜଜ୍ କାବେରୀଙ୍କ କୋର୍ଟରେ ଶୁକ୍ରବାର ହୋଇଥ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ବଡ଼ ଝଟକା, ୬ ଦିନିଆ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି । ରାଉଜ୍‌ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ସିଏମଙ୍କୁ ୬ ଦିନିଆ ରିମାଣ୍ଡରେ ଇଡି ହେପାଜତକୁ ପଠାଇଛନ୍ତି । ମାର୍ଚ୍ଚ ୨୮ରେ ପୁଣି ଥରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଉଲ୍ଲେଖଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ବିଳମ୍ୱିତ ରାତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ।


ଶୁକ୍ରାବର କଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଚାହୁଁଥିଲା । ତିନି ଘଣ୍ଟା ଯାଏ ଚାଲିଥିବା ଶୁଣାଣି ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ କୋର୍ଟ ନିଜ ରାୟରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ଯାଏ ଇଡି ରିମାଣ୍ଡରେ ପଠାଇଛନ୍ତି । ସ୍ପେଶାଲ୍ ଜଜ୍ କାବେରୀଙ୍କ କୋର୍ଟରେ ଶୁକ୍ରବାର ହୋଇଥିବା ଶୁଣାଣିରେ ଇଡି ପକ୍ଷରୁ ରିମାଣ୍ଡ ଆବେଦନ ଦାଖଲ କରାଯାଇଥିଲା । ଇଡି ପକ୍ଷରୁ ଏଏସଜି ଏସଭି ରାଜୁ କୋର୍ଟଙ୍କୁ ଜଣାଇଥିଲେ ଯେ ଏଜେନ୍ସି ପିଏମଏଲଏର ଧାରା ୧୯ ଅଧିନରେ ନିୟମର ଅନୁପାଳନ କରିଛି । 

ଇଡି ଏହି ମାମଲାରେ ଏବେ ସୁଦ୍ଧା ୬ ଚାର୍ଜସିଟ୍ ଦାଖଲ କରିସାରିଛନ୍ତି । ଏବଂ ୧୨୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ବ୍ୟାଜାପ୍ତି କରିସାରିଛି । ଇଡି ପକ୍ଷରୁ ଯୁକ୍ତି ରଖି ଏଏସଜି ଏସଭି ରାଜୁ କୋର୍ଟଙ୍କୁ ୧୦ ଦିନିଆ ରିମାଣ୍ଡ ମାଗି କେଜ୍ରିୱାଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏଏଏଜି ରାଜୁ ଏହି ମାମଲାରେ କେଜ୍ରିୱାଲଙ୍କୁ ମାଷ୍ଟରମାଇଣ୍ଡ କହିବା ସହ ନୂଆ ଅବକାରୀ ନୀତିକୁ ପ୍ରସ୍ତୁତ ଏବଂ ଲାଗୁ କରିବାରେ ସେ ସିଧା ଜଡ଼ିତ ଥିଲେ ବୋଲି କହିଥିଲେ । ଏହାସହ ମଦ ଦୁର୍ନୀତି ସହ ଜଡିତ ମନ ଲଣ୍ଡ୍ରିଂ ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ସହ କେଜ୍ରିୱାଲଙ୍କ ସମ୍ପର୍କ କଥା ଉଲ୍ଲେଖ କରିଥିଲେ । ଏହି କେସରେ ଜେଲ ଯାଇ ସାରିଥିବା ବିଜୟ ନାୟରଙ୍କ କଥା ମଧ୍ୟ ଉଲ୍ଲେଖ କରି କେଜ୍ରିୱାଲଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ଥିବା କହିଥିଲେ ।

ଏଏସଜି କହିଛନ୍ତି ଯେ କେଜ୍ରିୱାଲ ଅପରାଧର ପ୍ରକ୍ରିୟାରେ ସାମିଲ ଥିଲେ ଏବଂ ଗୋଆ ନିର୍ବାଚନ ପ୍ରଚାର ସହ ଜଡିତ ଥିଲେ । ସେ ପାର୍ଟିର ମୁଖିଆ । ସେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଲଗାତାର ଯୋଗାଯୋଗରେ ଥିଲେ । ଏଏସଜି କହିଛନ୍ତି, ବିଜୟ ନାୟର କେଜ୍ରିୱାଲଙ୍କ ଘର ନିକଟରେ ରହୁଥିଲା । ସେ ଦିଲ୍ଲୀ ସରକାରରେ ମନ୍ତ୍ରୀ କୈଳାସ ଗେହଲଟଙ୍କୁ ମିଳିଥିବା ଘରେ ରହୁଥିଲା । କିନ୍ତୁ ଆପ୍ ଏବଂ ସାଉଥ୍ ଗ୍ରୁପ୍ ମଧ୍ୟରେ ମଧ୍ୟସ୍ଥି ଭୂମିକାରେ ରହିଥିଲା ।

ପଢନ୍ତୁ: କେଜ୍ରିୱାଲ ହିଁ ମାଷ୍ଟରମାଇଣ୍ଡ: କୋର୍ଟଙ୍କ ସାମନାରେ କ'ଣ-କ'ଣ କହିଲା ଇଡି, ୬୦୦ କୋଟିର ଲାଞ୍ଚ କରବାର ଦାବି

ଇଡି କୋର୍ଟରେ ଦାବି କରିଛି ଯେ କେଜ୍ରିୱାଲ ଲାଭ ଦେବା ପାଇଁ ସାଉଥ୍ ଗ୍ରୁପକୁ ଲାଞ୍ଚ ମାଗିଥିଲେ । ଏସସଜି ନିଜ ପକ୍ଷରେ ଯୁକ୍ତି ରଖି କହିଥିଲେ ଯେ ଲାଞ୍ଚ ବଦଳରେ ସାଉଥ୍ ଗ୍ରୁପକୁ ଦିଲ୍ଲୀରେ ମଦ କରାବାର ଉପରେ ନିୟନ୍ତ୍ରଣ ଦିଆଯାଇଥିଲା । ଏଏସଜି କହିଥିଲେ, ମୁଁ ଅପରାଧ ପ୍ରକ୍ରିୟାରେ ତାଙ୍କ ଭୂମିକା ବିଷୟରେ ଜଣାଇବି । ଅପରାଧ କେବଳ ଲାଞ୍ଚରେ ମିଳିଥିବା ୧୦୦ କୋଟି ଟଙ୍କାର ନୁହେଁ, ବରଂ ଲାଞ୍ଚ ଦେଇଥିବା ବ୍ୟକ୍ତିଙ୍କୁ ହୋଇଥିବା ଲାଭ ମଧ୍ୟ ସାମିଲ ଅଛି । ଏହା ୬୦୦ କୋଟି ଟଙ୍କାରୁ ଅଧିକ ଥିଲା । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସମସ୍ତ ଭେଣ୍ଡର୍ସଙ୍କୁ କ୍ୟାସ ଦିଆଯାଇଛି । ଏଏସଜି କିଛି ଚାଟକୁ କୋର୍ଟଙ୍କ ଆଗରେ ରଖିଥିଲେ ।