ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇର ବଡ ଆକ୍ସନ, ବନ୍ଧାହେଲେ କେ. କବିତା
ନୂଆଦିଲ୍ଲୀ ୧୧/୦୪: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ସିଏମ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଛି ସିବିଆଇ । ବିଶେଷ ସୂତ୍ରରୁ ଏହା ଜଣାପଡିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ମଙ୍ଗଳବାର କୋର୍ଟ କେ.କବିତାଙ୍କ କଷ୍ଟଡିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସୋମବାର (ଏପ୍ରିଲ ୮), କୋର୍ଟ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଥିଲେ । ପ୍ରଥମ ଦୃଶ୍ୟ ଦେଖିବା ପରେ ଏମିତି ଲାଗୁଥିଲା ଯେ, ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବ୍ୟତୀତ ପ୍ରମାଣ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଏପରି ପରିସ୍ଥିତିରେ, ଯଦି ସେମାନଙ୍କୁ ଛାଡିଦିଆଯାଏ ତେବେ, ସେମାନେ ଭବିଷ୍ୟତରେ ଏପରି ଆଉ ଥରେ କରିବେ ଏହା ନିସନ୍ଦେହ । ପ୍ରକୃତରେ, ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଜଡିତ କବିତା 'ସାଉଥ୍ ଗ୍ରୁପ୍'ର ଜଣେ ସଦସ୍ୟ ବୋଲି ଇଡି ଅଭିଯୋଗ କରିଛି । ଇଡି ଆହୁରି ବି କହିଛି ଯେ କେ. କବିତା ଦକ୍ଷିଣ ଗୋଷ୍ଠୀର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯିଏକି ମଦ ଲାଇସେନ୍ସରେ ଅଧିକ ଅଂଶ ପାଇବାକୁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଏଏପି) କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।
ନୂଆଦିଲ୍ଲୀ ୧୧/୦୪: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ସିଏମ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଛି ସିବିଆଇ । ବିଶେଷ ସୂତ୍ରରୁ ଏହା ଜଣାପଡିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।
ମଙ୍ଗଳବାର କୋର୍ଟ କେ.କବିତାଙ୍କ କଷ୍ଟଡିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସୋମବାର (ଏପ୍ରିଲ ୮), କୋର୍ଟ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଥିଲେ । ପ୍ରଥମ ଦୃଶ୍ୟ ଦେଖିବା ପରେ ଏମିତି ଲାଗୁଥିଲା ଯେ, ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।
ଏହା ବ୍ୟତୀତ ପ୍ରମାଣ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଏପରି ପରିସ୍ଥିତିରେ, ଯଦି ସେମାନଙ୍କୁ ଛାଡିଦିଆଯାଏ ତେବେ, ସେମାନେ ଭବିଷ୍ୟତରେ ଏପରି ଆଉ ଥରେ କରିବେ ଏହା ନିସନ୍ଦେହ । ପ୍ରକୃତରେ, ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଜଡିତ କବିତା 'ସାଉଥ୍ ଗ୍ରୁପ୍'ର ଜଣେ ସଦସ୍ୟ ବୋଲି ଇଡି ଅଭିଯୋଗ କରିଛି ।
ଇଡି ଆହୁରି ବି କହିଛି ଯେ କେ. କବିତା ଦକ୍ଷିଣ ଗୋଷ୍ଠୀର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯିଏକି ମଦ ଲାଇସେନ୍ସରେ ଅଧିକ ଅଂଶ ପାଇବାକୁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଏଏପି) କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।