‘ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟା କରାଯାଉଛି,’ ବଢୁଥିବା ଅପରାଧକୁ ନେଇ ମୋଦି ସରକାରଙ୍କୁ…
ନୂଆଦିଲ୍ଲୀ,୩।୧୨: ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଅପରାଧ ବୃଦ୍ଧି ପ୍ରସଙ୍ଗ ଉଠାଇଥିବା ବେଳେ ଅରବିନ୍ଦ କେଜରିୱାଲ ମଧ୍ୟ ଭାଜପା ସରକାରଉପରେ ଖୁବ ବର୍ଷିଛନ୍ତି। ଅରବିନ୍ଦ କେଜରିଓ୍ବାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟାକରାଯାଉଛି, ଆଉ ଭାଜପା କହୁଛି ଏଠାରେ ଅପରାଧ କୌଣସି ପ୍ରସଙ୍ଗ ନୁହେଁ। ଏଠି ଦିନ ଦ୍ୱିପ୍ରହରରେ ମହିଳାଙ୍କୁ […] The post ‘ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟା କରାଯାଉଛି,’ ବଢୁଥିବା ଅପରାଧକୁ ନେଇ ମୋଦି ସରକାରଙ୍କୁ… appeared first on Dharitri Odia News.
ନୂଆଦିଲ୍ଲୀ,୩।୧୨: ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଅପରାଧ ବୃଦ୍ଧି ପ୍ରସଙ୍ଗ ଉଠାଇଥିବା ବେଳେ ଅରବିନ୍ଦ କେଜରିୱାଲ ମଧ୍ୟ ଭାଜପା ସରକାରଉପରେ ଖୁବ ବର୍ଷିଛନ୍ତି।
ଅରବିନ୍ଦ କେଜରିଓ୍ବାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟାକରାଯାଉଛି, ଆଉ ଭାଜପା କହୁଛି ଏଠାରେ ଅପରାଧ କୌଣସି ପ୍ରସଙ୍ଗ ନୁହେଁ। ଏଠି ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଦୁଷ୍କର୍ମ କରାଯାଏ। ମହିଳା ଏଠାରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୋଲାଖୋଲି ଭାବେ ସଡ଼କ ଉପରେ ଗୁଳି ଫୁଟୁଛି। କିନ୍ତିୁ ଭାଜପା କହୁଛି ଦିଲ୍ଲୀରେ କ୍ରାଇମ କୌଣସି ପ୍ରସଙ୍ଗ ନୁହେଁ।
ଅରବିନ୍ଦ କେଜରିୱାଲ ଏଠାରେ ଅଟକି ନ ଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି, ବ୍ୟବସାୟୀମାନେ ଚୋରା ଚାଲାଣ କରୁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି କହୁଛନ୍ତି ଯେ ଦିଲ୍ଲୀରେ ଅପରାଧ ଏକ ପ୍ରସଙ୍ଗ ନୁହେଁ। ଯଦି ଆପଣ ଏହି ସମସ୍ୟାକୁ ଗ୍ରହଣ କରିବେ ନାହିଁ, ତେବେ ଏହାର ସମାଧାନ କିପରି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି।
The post ‘ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟା କରାଯାଉଛି,’ ବଢୁଥିବା ଅପରାଧକୁ ନେଇ ମୋଦି ସରକାରଙ୍କୁ… appeared first on Dharitri Odia News.