ଦିଶାହୀନ ବିକାଶ ଲକ୍ଷ୍ୟ
୨୦୧୫ରେ ବିଭିନ୍ନ ଦେଶର ସରକାର ମିଳିତ ଜାତିସଂଘର ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ(ଏସ୍ଡିଜିଏସ୍) ବା ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକୁ ଗ୍ରହଣ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ସବୁ ହାସଲ କରିବାକୁ ସ୍ଥିର କରାଯାଇଥିଲା। ସେତେବେଳେ ସେମାନେ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରକରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କିନ୍ତୁ ଏବେ ଦେଶଗୁଡ଼ିକ ଏହି ଲକ୍ଷ୍ୟର ବାସ୍ତବତାଠାରୁ ଦୂରେଇଯାଉଛନ୍ତି। ୨୦୨୦ ଦଶକ ଏକ ବିକାଶବିହୀନ ଦଶନ୍ଧି ହେବାକୁ ଯାଉଛି ଏବଂ ବିଶ୍ୱର ସବୁଠାରୁ ଅସୁରକ୍ଷିତ ପିଲାମାନେ ଏଥିରେ ସମସ୍ୟାର ସମ୍ମୁଖୀନ […] The post ଦିଶାହୀନ ବିକାଶ ଲକ୍ଷ୍ୟ appeared first on Dharitri Odia News.
୨୦୧୫ରେ ବିଭିନ୍ନ ଦେଶର ସରକାର ମିଳିତ ଜାତିସଂଘର ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ(ଏସ୍ଡିଜିଏସ୍) ବା ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକୁ ଗ୍ରହଣ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ସବୁ ହାସଲ କରିବାକୁ ସ୍ଥିର କରାଯାଇଥିଲା। ସେତେବେଳେ ସେମାନେ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରକରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କିନ୍ତୁ ଏବେ ଦେଶଗୁଡ଼ିକ ଏହି ଲକ୍ଷ୍ୟର ବାସ୍ତବତାଠାରୁ ଦୂରେଇଯାଉଛନ୍ତି। ୨୦୨୦ ଦଶକ ଏକ ବିକାଶବିହୀନ ଦଶନ୍ଧି ହେବାକୁ ଯାଉଛି ଏବଂ ବିଶ୍ୱର ସବୁଠାରୁ ଅସୁରକ୍ଷିତ ପିଲାମାନେ ଏଥିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
୨୦୩୦ରେ, ପାଖାପାଖି ୬୨୦ ନିୟୁତ ଲୋକ ଅତ୍ୟଧିକ ଦାରିଦ୍ର୍ୟରେ ରହିବେ ବୋଲି ଆକଳନ କରାଯାଇଛି (ସେତେବେଳେ ସେମାନଙ୍କ ଦୈନିକ ଆୟ ୨.୧୫ ଡଲାରରୁ କମ୍ ରହିବ ବୋଲି ବିଶ୍ୱବ୍ୟାଙ୍କ ନିର୍ଦ୍ଧାରଣ କରିଛି)। ଏବେ ଯେଉଁ ହାରରେ କ୍ଷୁଧା ଦୂରୀକରଣ ଚାଲିଛି, ୨୦୩୦ ସୁଦ୍ଧା ୫୮୨ ମିଲିୟନ ଲୋକ ପୁଷ୍ଟିହୀନତାର ଶିକାର ହେବା ସମ୍ଭାବନା ରହିଛି। ଉଲ୍ଲେଖନୀୟ, ୧ ଦଶନ୍ଧି ପୂର୍ବରୁ ଯେତେବେଳେ ଏସ୍ଡିଜିଏସ୍କୁ ଗ୍ରହଣ କରାଯାଇଥିଲା ସେତେବେଳେ ଏହି ସଂଖ୍ୟକ ଲୋକ ଅପପୁଷ୍ଟିର ଶିକାର ହୋଇଥିଲେ। ଲକ୍ଷ୍ୟ ଏବଂ ସଫଳତା ମଧ୍ୟରେ ବ୍ୟାପକ ବ୍ୟବଧାନ ଯୋଗୁ ୧୮ ବର୍ଷରୁ କମ୍ ବୟସର କିଶୋର ପ୍ରଭାବିତ ହେଉଛନ୍ତି। ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ଶିଶୁ ଏବଂ ଏହା ବିଶ୍ୱର ଗରିବଙ୍କ ସଂଖ୍ୟାର ଅଧାରୁ ଅଧିକ। ସମ୍ପ୍ରତି ଉତ୍କଟ ଦାରିଦ୍ର୍ୟରେ ଥିବା ୩୩୩ ନିୟୁତ ଶିଶୁଙ୍କ ମଧ୍ୟରୁ ୨୩୭ ନିୟୁତ ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକୀୟ ଦେଶ(ଏସ୍ଏସ୍ଏ)ଗୁଡ଼ିକରେ ରହୁଛନ୍ତି। ଜାତିସଂଘ ଏବଂ ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୩୨୬ ନିୟୁତ ହୋଇଯିବ।
ବିଶ୍ୱରେ ସବୁଠୁ ଗରିବ ଦେଶଗୁଡ଼ିକରେ ପାଖାପାଖି ୨୫୮ ମିଲିୟନ ଶିଶୁ କ୍ଷୁଧାରେ ରହୁଛନ୍ତି। ୨୦୧୫ରେ ଥିବା କ୍ଷୁଧିତ ଶିଶୁଙ୍କ ସଂଖ୍ୟାଠାରୁ ଏହା ୫୬ ମିଲିୟନ ଅଧିକ। ଏହି ପିଲାଙ୍କ ପାଇଁ କ୍ଷୁଧା ଏକ ସମାୟିକ ଚାପ ନୁହେଁ, ବରଂ ଏହା ଦୈନନ୍ଦିନ ଜୀବନର ଦୀର୍ଘ ତଥା ଉତ୍କଟ ଦାରଦ୍ର୍ୟର ନିଚ୍ଛକ ବାସ୍ତବତା। ଦୀର୍ଘଦିନର କୁପୋଷଣ ଯୋଗୁ ଅନେକ ଲକ୍ଷ ପିଲା ଷ୍ଟଣ୍ଟିଂ (ବୟସ ଅନୁଯାୟୀ ଉଚ୍ଚତା କମ୍ )ର ଶିକାର ହୋଇଛନ୍ତି। ଷ୍ଟଣ୍ଟିଂ ହାର ହ୍ରାସ ପାଉଛି, କିନ୍ତୁ ଏସ୍ଡିଜିଏସ୍ ଲକ୍ଷ୍ୟ ହାସଲ ପାଇଁ ଯାହା ଦରକାର ତାହାର ଏକଚତୁର୍ଥାଂଶ ହାରରେ ଏହା କମୁଛି। ଦକ୍ଷିଣ ଏସିଆ ଏବଂ ଏସ୍ଏସ୍ଏରେ ଏହା ୩୦ ପ୍ରତିଶତରୁ ଅଧିକ ରହିଛି। ଯଦି ଏସ୍ଡିଜିଏସ୍ର କ୍ଷୁଧା ଲକ୍ଷ୍ୟ ହାସଲ ନ ହୁଏ ତେବେ ୨୦୩୦ରେ ୩୬ ମିଲିୟନ ପିଲା ଷ୍ଟଣ୍ଟିଂରେ ରହିବେ। ଦାରିଦ୍ର୍ୟ ଏବଂ କ୍ଷୁଧାର ଶିକ୍ଷା ଏବଂ ସାମାଜିକ ଗତିଶୀଳତା ଉପରେ ଭୟଙ୍କର ପ୍ରଭାବ ରହିଛି। ୨୦୩୦ ସୁଦ୍ଧା ପ୍ରାୟ ୮୪ ମିଲିୟନ ପିଲା ଶିକ୍ଷାରୁ ଦୂରେଇ ରହିବା ଆଶଙ୍କା ରହିଛି। କ୍ଷୁଧା ଶ୍ରେଣୀଗୃହରେ ପିଲାଙ୍କ ଏକଗ୍ରତା ଓ ପଠନରେ ବାଧକ ସାଜିଥାଏ।
ଅନେକ ସମୟରେ ଏସ୍ଡିଜିଏସ୍ର ନିରାଶାଜନକ ଅଗ୍ରଗତି ଗରିବ ଓ କ୍ଷୁଧାରେ ଥିବା ପିଲାଙ୍କ ପାଇଁ କ୍ଷତିକାରକ। ସେମାନେ ବ୍ୟବହାରିକ ନୀତି ଆବଶ୍ୟକ କରନ୍ତି, ଯାହା ୨୦୩୦ ସୁଦ୍ଧା ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣପାରିବ। ଏଥିପାଇଁ, ଆମେ ସବୁଠୁ ଗରିବ ଦେଶଗୁଡ଼ିକରେ ବିଶ୍ୱସ୍ତରୀୟ ବା ବୈଶ୍ୱିକ ବିଦ୍ୟାଳୟ ଭୋଜନ( ସ୍କୁଲ ମିଲ୍ସ) ବ୍ୟବସ୍ଥା କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସକାଶେ ଦାବି କରୁଛୁ। ଏକ ନୂତନ ବିଶ୍ୱସ୍ତରୀୟ ପାଣ୍ଠି ଯୋଗାଣ ବ୍ୟବସ୍ଥା ଦ୍ୱାରା ଏହାକୁ ପରିଚାଳିତ କରିବାକୁ ମଧ୍ୟ ସ୍ବର ଉଠାଉଛୁ। ଭାରତ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶରେ କାର୍ଯ୍ୟକ୍ରମଗୁଡ଼ିକରୁ ଜଣାପଡ଼ିଛି, ବିଦ୍ୟାଳୟ ଭୋଜନ ପୋଷକରେ ଉନ୍ନତି ଆଣିଛି। ପିଲାମାନଙ୍କୁ କ୍ଷୁଧାର କ୍ଷତିକାରକ ପ୍ରଭାବରୁ ମୁକ୍ତକରି ଏହା ପଢ଼ିବାରେ ସହାୟକ ହୋଇପାରିଛି। କମ୍ ଖର୍ଚ୍ଚରେ ଶିଶୁ ଦାରିଦ୍ର୍ୟ ହ୍ରାସ କରିବାର ଏହା ସବୁଠାରୁ ଭଲ ଉପାୟ। ବିଦ୍ୟାଳୟ ଭୋଜନ ବିଶେଷକରି ଗରିବ ପିଲାଙ୍କ ନାମଲେଖା ବଢ଼ାଇବା ସହ ଅଧାରୁ ପାଠ ଛାଡ଼ିବା ପ୍ରତିଶତ ହ୍ରାସକରେ ଓ ପିଲାମାନଙ୍କୁ ଅଧିକ ଶିଖିବାକୁ ସକ୍ଷମ କରାଏ। ଘାନାର ବ୍ୟାପକ ସ୍କୁଲ ମିଲ୍ସ କାର୍ଯ୍ୟକ୍ରମରୁ ଅଧିକ ଲାଭ ମିଳୁଛି।
ଗ୍ରାମାଞ୍ଚଳରେ ରହୁଥିବା ୮୦ ଭାଗ ଗରିବ ଲୋକଙ୍କ ପାଇଁ ସ୍କୁଲ ଭୋଜନ କାର୍ଯ୍ୟକ୍ରମ ଲାଭଦାୟକ ହୋଇଛି। ବ୍ରାଜିଲରେ ସ୍କୁଲ ମିଲ୍ସ ପାଇଁ ହେଉଥିବା ବଜେଟର ଏକ ତୃତୀୟାଂଶ କ୍ଷୁଦ୍ରଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛି। ଫ୍ରି ସ୍କୁଲ ମିଲ୍ସ କୋଆଲିସନର ସ୍ଥାୟୀ ବିତ୍ତୀୟ ଯୋଜନା ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ବିଶ୍ୱର ଅତି ଗରିବ ଦେଶଗୁଡ଼ିକରେ ଥିବା ୨୩୬ ମିଲିୟନ ପିଲାଙ୍କୁ ମାଗଣାରେ ସ୍କୁଲରେ ଖାଇବାକୁ ଦିଆଗଲେ ୨୦୩୦ ପର୍ଯ୍ୟନ୍ତ ବର୍ଷକୁ ଏ ବାବଦରେ ୩.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ଅଧିକାଂଶ ପାଣ୍ଠି ବିକଶିତ ବା ବିକାଶଶୀଳ ଦେଶଗୁଡ଼ିକରୁ ହିଁ ସଂଗ୍ରହ ହେବ। କିନ୍ତୁ ଅନ୍ୟ ବାହ୍ୟ ଖର୍ଚ୍ଚ ପାଇଁ ବର୍ଷକୁ ଅତିରିକ୍ତ ୧.୨ ବିଲିୟନ ଡଲାର ଆବଶ୍ୟକ ପଡ଼ିବ। ଏବେ ବିକାଶ ପାଇଁ ମିଳୁଥିବା ପାଣ୍ଠି ଏହି ପରିମାଣଠାରୁ ବହୁତ କମ୍ ଏବଂ ସମ୍ପୂଣ୍ଣ ଅବ୍ୟବସ୍ଥିତ ହୋଇ ରହିଛି। ଡୋନରମାନେ ଖୁବ୍ କମ୍ ସହାୟତା ଦେଉଛନ୍ତି। କମ୍ ପରିମାଣର ଅର୍ଥାତ୍ ପାଖାପାଖି ୨୮୦ ମିଲିୟନ ଡଲାର ସ୍କୁଲ ଭୋଜନ ପାଇଁ ଯୋଗାଇ ଦିଆଯାଉଛି ଏବଂ ଏହାର ଅଧିକାଂଶ ଖାଦ୍ୟ ସହାୟତା ଆକାରରେ ଆମେରିକାରୁ ଆସୁଛି। ଏଥିରେ ସ୍ଥାନୀୟ କୃଷକଙ୍କଠାରୁ ଖାଦ୍ୟ କିଣିବା ସମ୍ଭବ ହେଉନାହିଁ।
ଆଉ ଏକ ବିକଳ୍ପ ଅଛି। ବୈଶ୍ୱିକ ସ୍ବାସ୍ଥ୍ୟ ପାଣ୍ଠି ବିଶେଷକରି ଟିକାକରଣ ମେଣ୍ଟ ଗାଭି ଏବଂ ଏଡ୍ସ, ଯକ୍ଷ୍ମା ଓ ମ୍ୟାଲେରିଆର ମୁକାବିଲା ପାଇଁ ଥିବା ବୈଶ୍ୱିକ ପାଣ୍ଠି ଅଭିନବ ଆର୍ଥିକ ପଦ୍ଧତି ମାଧ୍ୟମରେ ରାଜସ୍ବ ସଂଗ୍ରହ କରୁଛି। ଏହ ନୀତି ସ୍କୁଲ ଭୋଜନର ନୂତନ ବିଶ୍ୱସ୍ତରୀୟ ପଦକ୍ଷେପକୁ ସମର୍ଥନ କରିବା ଦରକାର। ଦେଖିବାକୁ ଗଲେ ପରିବର୍ତ୍ତନର ଗତି ଆରମ୍ଭରୁ ପ୍ରସ୍ତୁତ ହୋଇସାରିଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲ୍ଭାଙ୍କ ନେତୃତ୍ୱରେ ଚାଲିଥିବା କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ବୈଶ୍ୱିକ ମେଣ୍ଟ ସ୍କୁଲ ଭୋଜନକୁ ପ୍ରାଥମିକତା ଦେଇଥିବାବେଳେ ବିଶ୍ୱ ବ୍ୟାଙ୍କ ସାମାଜିକ ନିରାପତ୍ତା ବଳୟକୁ ମଜଭୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟାପକ ରଣନୀତି ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଛି। ୨୦୩୦ ସୁଦ୍ଧା ବିଶ୍ୱସ୍ତରରେ ବିଦ୍ୟାଳୟ ଭୋଜନ ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ୧୦୦ରୁ ଅଧିକ ସରକାର ସ୍କୁଲ ମିଲ୍ସ କୋଆଲିସନରେ ଯୋଗଦେଇଛନ୍ତି । ଇଣ୍ଡୋନେସିଆ, ନେପାଳ, ଇଥିଓପିଆ, କେନିଆ, ଏବଂ ହଣ୍ଡୁରାସ୍ ସମେତ କେତେକ ଦେଶ ନିଜର ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।
ରଜ୍ ଶାହାଙ୍କ ନେତୃତ୍ୱରେ ରକ୍ଫେଲର ଫାଉଣ୍ଡେଶନ ସ୍କୁଲ ମେଲ୍ସକୁ ଇମ୍ପାକ୍ଟ ଆକ୍ସିଲେଟରରେ ଯଥେଷ୍ଟ ନିବେଶ କରିଛି। ଏହି ଆକ୍ସିଲେରଟର ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ଦେଶଗୁଡ଼ିକୁ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ କରୁଛି। ଆକ୍ସିଲେରଟରର ପ୍ରାରମ୍ଭିକ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ୧୫୦ ନିୟୁତ ପିଲାଙ୍କ ନିକଟରେ ପହଞ୍ଚିବା। ଏହା ସ୍ବଳ୍ପ ଆୟକାରୀ ଏବଂ ସ୍ବଳ୍ପ ମଧ୍ୟମ ଆୟବର୍ଗର ଦେଶରେ ଏବେ ବିଦ୍ୟାଳୟ ଭୋଜନ ଗ୍ରହଣ କରୁଥିବା ସଂଖ୍ୟାଠାରୁ ୨ଗୁଣ ଅଧିକ । ଏହିସବୁ ପଦକ୍ଷେପକୁ ବ୍ୟାପକ କରିବା ପାଇଁ ଏକାଠି କାମ କରିବା ହିଁ ଏବକାର ଆହ୍ବାନ। ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକ ପାଇଁ ଏବେ ଶେଷ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏଣୁ ଆମକୁ ବ୍ୟାବହାରିକ, ଲକ୍ଷ୍ୟ ହସଲ ଯୋଗ୍ୟ ତଥା କମ୍ ବ୍ୟୟଭିତ୍ତିକ ପଦକ୍ଷେପ ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ମଧ୍ୟ ବିଶ୍ୱକୁ ସୂଚିତ କରିଦେବ ଯେ, ସବୁ କିଛି ସମ୍ଭବ । ବିଶ୍ୱସ୍ତରୀୟ ସ୍କୁଲ ଭୋଜନ ପଦକ୍ଷେପ ଦ୍ୱାରା ଲକ୍ଷ୍ୟ ହାସଲ ହୋଇପାରିବ।
The post ଦିଶାହୀନ ବିକାଶ ଲକ୍ଷ୍ୟ appeared first on Dharitri Odia News.