ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁକ୍ରବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫାଇଟର ଟିମ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ହଁ, ଏହି ଜନ୍ମଦିନକୁ ଅଧିକ ସ୍ବତନ୍ତ୍ର କରି ନିର୍ମାତାମାନେ ଦୀପିକା ପାଦୁକୋନଙ୍କ ଏପିକ‘ମିନ୍ନି’ ଅବତାରର ଏକ ସ୍ବତନ୍ତ୍ର ବିଟିଏସ ଭିଡିଓ ଶେୟାର କରିଛନ୍ତି। ଏହି ଝଲକ ଦୀପିକା ପାଦୁକୋନ ଓରଫ ମିନ୍ନିଙ୍କ ଭାଇବ୍ସକୁ ଏକ୍ସପ୍ଲୋର କରେ, ଯାହା ‘ସୌସି’, ‘ବିୟୁଟିଫୁଲ’ ଏବଂ ‘ବ୍ୟାଡସ’ ମୁହୂର୍ତ୍ତରେ […] The post ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ appeared first on Dharitri Odia News.

ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁକ୍ରବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫାଇଟର ଟିମ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ହଁ, ଏହି ଜନ୍ମଦିନକୁ ଅଧିକ ସ୍ବତନ୍ତ୍ର କରି ନିର୍ମାତାମାନେ ଦୀପିକା ପାଦୁକୋନଙ୍କ ଏପିକ‘ମିନ୍ନି’ ଅବତାରର ଏକ ସ୍ବତନ୍ତ୍ର ବିଟିଏସ ଭିଡିଓ ଶେୟାର କରିଛନ୍ତି।
ଏହି ଝଲକ ଦୀପିକା ପାଦୁକୋନ ଓରଫ ମିନ୍ନିଙ୍କ ଭାଇବ୍ସକୁ ଏକ୍ସପ୍ଲୋର କରେ, ଯାହା ‘ସୌସି’, ‘ବିୟୁଟିଫୁଲ’ ଏବଂ ‘ବ୍ୟାଡସ’ ମୁହୂର୍ତ୍ତରେ ପରିପୂର୍ଣ୍ଣ। ପରଦା ପଛରେ ଥିବା ଏହି ମଜାଦାର କ୍ଲିପ ଦର୍ଶାଉଛି ଯେ ଦୀପିକା ପାଦୁକୋନ ପୁରା ‘ଫାଇଟର୍‌’ ଟିମ ସହିତ ମଜା କରୁଛନ୍ତି, ସେମାନଙ୍କର ଅଫ ସ୍କ୍ରିନ କେମେଷ୍ଟ୍ରିକୁ ଉଜାଗର କରିଛନ୍ତି ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛନ୍ତି।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମୁଭି ୨୫ ଜାନୁଆରୀରେ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ଏରିୟଲ ଏଣ୍ଟରଟେନମେଣ୍ଟ ଫିଲ୍ମରେ ଦୀପିକା ପାଦୁକୋନ ଓ ଅନିଲ କପୁର ଲିଡ ରୋଲରେ ନଜର ଆସିବେ।

The post ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ appeared first on Dharitri Odia News.