ଦୀର୍ଘ ୧୨ ବର୍ଷ ହେଲା ସ୍ତ୍ରୀକୁ ଘର ଭିତରେ ତାଲା ପକାଇ ରଖୁଥିଲେ ସ୍ୱାମୀ, ଉଦ୍ଧାର କଲା ପୁଲିସ

ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷ ହେଲା ସ୍ତ୍ରୀକୁ ଘରେ ତାଲା ପକାଇ ରଖୁଥିଲେ ସ୍ୱାମୀ। ଶୁକ୍ରବାର ଉଦ୍ଧାର କଲା ମହିଶୂର ପୁଲିସ। ହେଲେ ପତ୍ନୀ ଜଣଙ୍କ ସ୍ୱାମୀ ବିରୋଧରେ ଥାନାରେ ମାମଲା କରିବାକୁ ମନା କରିଦେଇଛନ୍ତି। ଏବେ ସେ ସ୍ୱାମୀ ପାଖରେ ନ ରହି ବାପା ଘରକୁ ଚାଲିଯିବେ ବୋଲି ମହିଳା କହିଛନ୍ତି। ଘଟଣା ଘଟିଛି କର୍ଣ୍ଣାଟକ ମହିଶୂରରେ। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଦୀର୍ଘ ୧୨ ବର୍ଷ ହେଲା ଘରେ ତାଲା ପକାଇ ରଖିଥିଲେ। ନାନା ନିର୍ଯାତନା ଦେଉଥିଲେ। ତେବେ ସେ ଟୟଲେଟ୍ ଯିବାକୁ ପାଇଁ ଏକ ଛୋଟ ବାକ୍ସର ବ୍ୟବହାର କରୁଥିଲେ ବୋଲି ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ପଢ଼ନ୍ତୁ-ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ସମନ କଲେ କୋର୍ଟ ଏମିତିକି ଦମ୍ପତିଙ୍କ ପିଲା ଯେତେବେଳେ ସ୍କୁଲ୍‌ରୁ ଆସୁଥିଲେ ସେମାନେ ଘର ବାହାରେ ଛିଡ଼ା ହେଇ ରହୁଥିଲେ। ସ୍ୱାମୀ କାମରୁ ଫେରିଲେ ଯାଇଁ ସେମାନେ ଘର ଭିତରକୁ ପଶୁଥିଲେ। ଝରକା ଭିତରେ ସେ ପିଲାମାନଙ୍କୁ ଖାଇବାକୁ ଦେଉଥିଲେ ବୋଲି ମହିଳା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ବାହାଘରକ ୧୨ ବର୍ଷ ହୋଇଗଲାଣି। ତାଙ୍କ ସ୍ୱାମୀ ତାଙ୍କୁ ସବୁବେଳ ତାଲା ପକାଇ ରଖୁଥିଲେ। ସେଠାରେ କେହି ତାଙ୍କ ସ୍ୱାମୀଙ୍କୁ ଏ ବିଷୟରେ ପ୍ରଶ୍ନ ବି କରୁନଥିଲେ। ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ କହିବା କଥା ହେଲା ମହିଳାଙ୍କୁ କେବଳ ଦୁଇ-ତ

ଦୀର୍ଘ ୧୨ ବର୍ଷ ହେଲା ସ୍ତ୍ରୀକୁ ଘର ଭିତରେ ତାଲା ପକାଇ ରଖୁଥିଲେ ସ୍ୱାମୀ, ଉଦ୍ଧାର କଲା ପୁଲିସ

ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷ ହେଲା ସ୍ତ୍ରୀକୁ ଘରେ ତାଲା ପକାଇ ରଖୁଥିଲେ ସ୍ୱାମୀ। ଶୁକ୍ରବାର ଉଦ୍ଧାର କଲା ମହିଶୂର ପୁଲିସ। ହେଲେ ପତ୍ନୀ ଜଣଙ୍କ ସ୍ୱାମୀ ବିରୋଧରେ ଥାନାରେ ମାମଲା କରିବାକୁ ମନା କରିଦେଇଛନ୍ତି। ଏବେ ସେ ସ୍ୱାମୀ ପାଖରେ ନ ରହି ବାପା ଘରକୁ ଚାଲିଯିବେ ବୋଲି ମହିଳା କହିଛନ୍ତି।

ଘଟଣା ଘଟିଛି କର୍ଣ୍ଣାଟକ ମହିଶୂରରେ। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଦୀର୍ଘ ୧୨ ବର୍ଷ ହେଲା ଘରେ ତାଲା ପକାଇ ରଖିଥିଲେ। ନାନା ନିର୍ଯାତନା ଦେଉଥିଲେ। ତେବେ ସେ ଟୟଲେଟ୍ ଯିବାକୁ ପାଇଁ ଏକ ଛୋଟ ବାକ୍ସର ବ୍ୟବହାର କରୁଥିଲେ ବୋଲି ପୁଲିସ ପାଖରେ ଅଭିଯୋଗ କରିଛନ୍ତି।

ପଢ଼ନ୍ତୁ-ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ସମନ କଲେ କୋର୍ଟ

ଏମିତିକି ଦମ୍ପତିଙ୍କ ପିଲା ଯେତେବେଳେ ସ୍କୁଲ୍‌ରୁ ଆସୁଥିଲେ ସେମାନେ ଘର ବାହାରେ ଛିଡ଼ା ହେଇ ରହୁଥିଲେ। ସ୍ୱାମୀ କାମରୁ ଫେରିଲେ ଯାଇଁ ସେମାନେ ଘର ଭିତରକୁ ପଶୁଥିଲେ। ଝରକା ଭିତରେ ସେ ପିଲାମାନଙ୍କୁ ଖାଇବାକୁ ଦେଉଥିଲେ ବୋଲି ମହିଳା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କ ବାହାଘରକ ୧୨ ବର୍ଷ ହୋଇଗଲାଣି। ତାଙ୍କ ସ୍ୱାମୀ ତାଙ୍କୁ ସବୁବେଳ ତାଲା ପକାଇ ରଖୁଥିଲେ। ସେଠାରେ କେହି ତାଙ୍କ ସ୍ୱାମୀଙ୍କୁ ଏ ବିଷୟରେ ପ୍ରଶ୍ନ ବି କରୁନଥିଲେ।

ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ କହିବା କଥା ହେଲା ମହିଳାଙ୍କୁ କେବଳ ଦୁଇ-ତିନି ସପ୍ତାହ ହେବ ଘରେ ତାଲା ପକାଇ ରଖାଯାଉଥିଲା। ତାଙ୍କୁ କେଉଁଆଡ଼େ ଯିବାକୁ ଦିଆଯାଉ ନଥିଲା। ଅତୀତରେ ସେ ତାଙ୍କ ବାପାଘରକୁ ବି ଯାଇଛନ୍ତି। ତାଙ୍କ ସ୍ୱାମୀ କାମ କରିବାକୁ ବାହାରକୁ ଯିବା ପୂର୍ବରୁ ତାକୁ ଲକ୍ କରିଦେଇ ଯାଉଥିଲେ। କାରଣ ସେ ତାଙ୍କ ପତ୍ନୀଙ୍କୁ ନେଇ ଅସୁରକ୍ଷିତ ମନେ କରୁଥିଲେ। ସ୍ୱାମୀଙ୍କୁ ଘଟଣା ବିଷୟରେ ପଚରାଉଚରା ମଧ୍ୟ କରାଯାଇଥିବା ପୁଲିସ ଅଫିସର ସୂଚନା ଦେଇଛନ୍ତି। ପୀଡ଼ିତା ମହିଳା ଜଣଙ୍କ ହେଲେ ବ୍ୟକ୍ତିଙ୍କର ତୃତୀୟ ପତ୍ନୀ।

The post ଦୀର୍ଘ ୧୨ ବର୍ଷ ହେଲା ସ୍ତ୍ରୀକୁ ଘର ଭିତରେ ତାଲା ପକାଇ ରଖୁଥିଲେ ସ୍ୱାମୀ, ଉଦ୍ଧାର କଲା ପୁଲିସ appeared first on Prameya News7.