ମୁଥୁଟ୍ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍ ଫାଇନାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ‘ଫ୍ରି ଲକର ସେବା’ର ଶୁଭାରମ୍ଭ କରାଯାଇଛି। ଏହି ସେବା କେବଳ ମହାକୁମ୍ଭରେ ସାମିଲ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ। ଏହି ଅବସରରେ ମୁଥୁଟ୍ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଥୁଟ୍ […] The post ମୁଥୁଟ୍ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍ ଫାଇନାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ‘ଫ୍ରି ଲକର ସେବା’ର ଶୁଭାରମ୍ଭ କରାଯାଇଛି। ଏହି ସେବା କେବଳ ମହାକୁମ୍ଭରେ ସାମିଲ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ। ଏହି ଅବସରରେ ମୁଥୁଟ୍ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡର ଜର୍ଜ ମୁଥୁଟ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଥୁଟ୍ ଗ୍ରୁପ୍ ଓ ମୁଥୁଟ୍ ଫାଇନାନ୍ସର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୫ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ‘ମହାକୁମ୍ଭ’ ମେଳା ଆୟୋଜିତ ହେବ। ଏହି ମେଳାରେ ସାମିଲ ବହୁ କୋଟି ଶ୍ରଦ୍ଧାଳୁଙ୍କୁ ମୁଥୁଟ୍ ଫାଇନାନ୍ସ ସୁରକ୍ଷିତ ଓ ମାଗଣା ଲକର ସୁବିଧା ‘ବିଶ୍ୱାସ କି ତିଜୋରୀ’ର ଶୁଭାରମ୍ଭ କରାଯାଇଛି। ଏହି ୪୫ ଦିନିଆ ମେଳା ଅବସରରେ ସମସ୍ତ ଆଶାୟୀ ଶ୍ରଦ୍ଧାଳୁଙ୍କ ସାମଗ୍ରୀଗୁଡିକୁ ସୁରକ୍ଷିତ ଓ ଯତ୍ନବାନ୍ ସେବା ଯୋଗାଇ ଦେବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଏହି ଲକର ସେବା ଅଞ୍ଚଳରେ ୨୪/୭ ଘଣ୍ଟିଆ ସିସି ଟିଭି ସେବା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା (ସିକ୍ୟୁରିଟ ଗାର୍ଡ) ଏବଂ ଅଗ୍ନିନିର୍ବାପକ ଓ ଅତ୍ୟାଧୁନିକ ସମସ୍ତ ସୁରକ୍ଷା ସୁବିଧା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଛି।
ନେଇ ଆଲେକଜାଣ୍ଡର କହିଥିଲେ, ଆମେ ଆମର ସ୍ବତନ୍ତ୍ର ସେବା ଓ ମାଗଣା ଲକର ସୁବିଧା ‘ବିଶ୍ୱାସ କି ତିଜୋରୀ’ର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ମହାକୁମ୍ଭରେ ସାମିଲ ବହୁ କୋଟି ଶ୍ରଦ୍ଧାଳୁଙ୍କର ବିଶ୍ୱାସଭାଜନ ସହିତ ସେମାନଙ୍କର ସାମଗ୍ରୀର ସୁରକ୍ଷିତ ରକ୍ଷଣାବେକ୍ଷଣା ପାଇଁ ଏହି ସୁବିଧାକୁ ସାର୍ବଜନିକ ଭାବେ ଆରମ୍ଭ କରିଛୁ।
The post ମୁଥୁଟ୍ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ appeared first on Dharitri Odia News.