ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର

ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପାଳନ କରନ୍ତି। ସେହିପରି ଗୋରୁଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା ସହିତ ଛେଳି, ମେଣ୍ଢାକୁ ମଧ୍ୟ ବିକ୍ରି କରି ପରିବାର ପୋଷଣ କରନ୍ତି। ତେବେ ଏହି ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା ହେଉଥିବାର ଚିତ୍ର ଦେଖିବାକୁ ମିଳିଛି। ଉକ୍ତ […] The post ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର appeared first on Dharitri Odia News.

ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର

ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପାଳନ କରନ୍ତି। ସେହିପରି ଗୋରୁଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା ସହିତ ଛେଳି, ମେଣ୍ଢାକୁ ମଧ୍ୟ ବିକ୍ରି କରି ପରିବାର ପୋଷଣ କରନ୍ତି। ତେବେ ଏହି ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା ହେଉଥିବାର ଚିତ୍ର ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବନ୍ଦ ହୋଇପଡ଼ିଛି। ପ୍ରାୟ ୧୯୭୦ରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ଉପରେ ମୁଖ୍ୟତଃ ଭାଲିଆଡିହା ଓ ସୁରେଇଡିହି ପଞ୍ଚାୟତର ଲୋକେ ପ୍ରାଣୀ ଚିକିତ୍ସା ନିମନ୍ତେ ନିର୍ଭର କରୁଥିବା ବେଳେ ଅନେକ ସମୟରେ ଦୁର୍ଗାପୁର, କୋହି ପଞ୍ଚାୟତର ଲୋକେ ମଧ୍ୟ ଏହା ଉପରେ ନିର୍ଭର କରନ୍ତି।

ସୂଚନାଯୋଗ୍ୟ, ଭାଲିଆଡିହା ପଞ୍ଚାୟତ ହେଉଛି ମୋରଡ଼ା ବ୍ଲକର ସବୁଠୁ ବଡ଼ ପଞ୍ଚାୟତ। ତେବେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଉକ୍ତ ସହାୟକ କେନ୍ଦ୍ର ବନ୍ଦ ରହିଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଲୋକେ ନିଜର ଗୋରୁ, ଛେଳି ଇତ୍ୟାଦିର ଚିକିତ୍ସା ପାଇଁ ଦାନ୍ତିଆମୁହାଁ, ହଳଦୀପାଳ ଏବଂ ଅନ୍ୟ ପଞ୍ଚାୟତରେ ଥିବା ସହାୟକ କେନ୍ଦ୍ରକୁ ଯାଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। ସେହିପରି ଗାଁ ଗାଁରେ ବୁଲୁଥିବା ଘରୋଇ ପ୍ରାଣୀଧନ ନିରୀକ୍ଷକମାନେ ଚିକିତ୍ସା କରୁଛନ୍ତି। ତେଣୁ ଅଯଥାରେ ଲୋକେ ଖର୍ଚ୍ଚାନ୍ତରେ ପଡୁଛନ୍ତି। ତେଣୁ ଉକ୍ତ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରକୁ ଯଥାଶୀଘ୍ର ଖୋଲିବା ପାଇଁ ଅଞ୍ଚଳର ସମାଜସେବୀ ତଥା ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ର ବିନ୍ଧାଣୀ, ସୁକୁଲ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ,ବିଜୟ କୁମାର ଦାସ, ସଞ୍ଜୟ ବେହେରା, ସନ୍ତୋଷ ବେହେରା, ମନୋରଞ୍ଜନ ଦଳ ବେହେରା, ନବୀନ ଟୁଡୁ, କୋଟିଆ ଦାସ, ମିହିର ବେହେରା, ଜଗଦୀଶ ବେହେରା ଦାବି କରିଛନ୍ତି।

ତେବେ ଏ ବାବଦରେ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅରବିନ୍ଦ ଜେନାଙ୍କୁ ପଚାରିବାରୁ ପର୍ଯ୍ୟାପ୍ତ ପରିମାଣରେ ଷ୍ଟାଫ୍‌ ନ ଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି। ଆବଶ୍ୟକ ଷ୍ଟାଫ୍‌ ନିଯୁକ୍ତି ହେଲେ ପୁନର୍ବାର ଏହା ଚାଲୁ ହେବ ବୋଲି କହିଛନ୍ତି।

The post ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର appeared first on Dharitri Odia News.