ଦୁଇ ଦିନ ହେବ ନିଖୋଜ ଥିଲେ ଦେବୀ, ଏବେ ଗାଁ ପୋଖରୀରୁ ମିଳିଲା ମୃତଦେହ
କଣାସ ୦୭।୫ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ କଣାସ ଗଡ଼ଶାହି ଗାଁର କୁନା ମିଶ୍ରଙ୍କ ପୁଅ ଦେବୀପ୍ରସାଦ ମିଶ୍ର ବୋଲି ଜଣାପଡିଛି । ତାଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଦେବୀ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କିଛି ଦିନ ପୂର୍ବେ ହସ୍ପିଟାଲରୁ ଚିକିତ୍ସା ହୋଇ ଗାଁକୁ ଆସିଥିଲେ । ଦୁଇ ଦିନ ହେବ ସେ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲେ । ଶେଷରେ ମଙ୍ଗଳବାର ଦିନ ସକାଳୁ ଗାଁ ଲୋକେ ପୋଖରୀ ବାଟ ଦେଇ ଯାଉଥିଲେ । ଏହି ସମୟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀମାନେ ତୁରନ୍ତ କଣାସ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
କଣାସ ୦୭।୫ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ କଣାସ ଗଡ଼ଶାହି ଗାଁର କୁନା ମିଶ୍ରଙ୍କ ପୁଅ ଦେବୀପ୍ରସାଦ ମିଶ୍ର ବୋଲି ଜଣାପଡିଛି । ତାଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦେବୀ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କିଛି ଦିନ ପୂର୍ବେ ହସ୍ପିଟାଲରୁ ଚିକିତ୍ସା ହୋଇ ଗାଁକୁ ଆସିଥିଲେ । ଦୁଇ ଦିନ ହେବ ସେ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲେ । ଶେଷରେ ମଙ୍ଗଳବାର ଦିନ ସକାଳୁ ଗାଁ ଲୋକେ ପୋଖରୀ ବାଟ ଦେଇ ଯାଉଥିଲେ । ଏହି ସମୟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀମାନେ ତୁରନ୍ତ କଣାସ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।