୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି

ବାରିପଦା,୨୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏଣିକି କେବଳ ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୧ରୁ ଏହି ବ୍ୟବସ୍ଥା ଲାଗୁ ହେବ। ଯେଉଁମାନେ ଅନ୍‌ଲାଇନରେ ବୁକ୍‌ କରିଥିବେ,ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ (ଜାମୁଆଣି) ଗେଟ୍‌ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରୁଥିଲେ। ବ୍ୟକ୍ତିଗତ […] The post ୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି appeared first on Dharitri Odia News.

୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି

ବାରିପଦା,୨୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏଣିକି କେବଳ ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୧ରୁ ଏହି ବ୍ୟବସ୍ଥା ଲାଗୁ ହେବ। ଯେଉଁମାନେ ଅନ୍‌ଲାଇନରେ ବୁକ୍‌ କରିଥିବେ,ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ (ଜାମୁଆଣି) ଗେଟ୍‌ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରୁଥିଲେ। ବ୍ୟକ୍ତିଗତ ଯାନବାହନ ପାଇଁ ପର୍ଯ୍ୟଟନ ପରମିଟ ପ୍ରଦାନରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଆସନ୍ତା ୧ରୁ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ବୁକ୍‌ କରିଥିବା ପର୍ଯ୍ୟଟକମାନଙ୍କୁ ପ୍ରବେଶ କରିବାକୁ ପରମିଟ୍‌ ପ୍ରଦାନ କରାଯିବା ନେଇ ନିୟମ ଜାରି କରାଯାଇଛି। ତତ୍କାଳ ଭାବେ ଶିମିଳିପାଳ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ପ୍ରବେଶ ପାଇଁ କେବଳ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍‌ ଶିମିଳିପାଳ ଡଟ୍‌ ଓଆର୍‌ଜି/ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍‌ ଇକୋଟୁର ଓଡ଼ିଶା ଡଟ୍‌କମ୍‌ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏ ନେଇ ବିଭାଗୀୟ ପତ୍ରସଂଖ୍ୟା ୧୪/୨୨ ଜାନୁଆରୀ ୨୦୨୫ ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

The post ୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି appeared first on Dharitri Odia News.