ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି
ଦୁବାଇ, ୧୬ା୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ ଅଧିକ। ୨୦୨୩ରେ ଭାରତ ବିପକ୍ଷ ଫାଇନାଲ ଜିତି ଅଷ୍ଟ୍ରେଲିଆ ୧.୬ ନିୟୁତ ଡଲାର ପାଇଥିଲା। ୨୦୨୫ ଫାଇନାଲ ଜୁନ୍ ୧୧ରେ ଲଡର୍ସଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏଥର ପରାଜିତ ଦଳ ୨.୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ପାଇବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି […] The post ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି appeared first on Dharitri Odia News.
ଦୁବାଇ, ୧୬ା୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ ଅଧିକ। ୨୦୨୩ରେ ଭାରତ ବିପକ୍ଷ ଫାଇନାଲ ଜିତି ଅଷ୍ଟ୍ରେଲିଆ ୧.୬ ନିୟୁତ ଡଲାର ପାଇଥିଲା। ୨୦୨୫ ଫାଇନାଲ ଜୁନ୍ ୧୧ରେ ଲଡର୍ସଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ।
ଏଥର ପରାଜିତ ଦଳ ୨.୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ପାଇବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ଇଭେଣ୍ଟର ଗତ ଦୁଇ ସଂସ୍କରଣର ରନରଅପ୍ ୮୦୦,୦୦୦ ଡଲାର ଲେଖାଏ ପାଇଥିଲେ। ଡବ୍ଲ୍ୟୁଟିସି ସାଇକେଲରେ ୯ଟି ଦଳକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷ ହୋମ୍ ସିରିଜ ଜିତିବା ପରେ ଦକ୍ଷିଣ ଆଫ୍ରିକା ୬୯.୪୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଥିଲା। ଅଷ୍ଟ୍ରେଲିଆ ୬୭.୫୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତ ୫୦.୦୦ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା।
The post ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି appeared first on Dharitri Odia News.