ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବ ଦୁବାଇ, ଯୋଗାଇ ଦିଆଯିବ ଅତ୍ୟାଧୁନିକ ସୁବିଧା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବ ଦୁବାଇ। ବାର୍ଷିକ ୧୨ କୋଟି ଯାତ୍ରୀଙ୍କ ରହିବ କ୍ଷମତା। ଯାତ୍ରୀଙ୍କ ପାଇଁ ରହିବ ବିଳାସପୂର୍ଣ୍ଣ ରୁମ୍। ଯୋଗାଇ ଦିଆଯିବ ଅତ୍ୟାଧୁନିକ ସୁବିଧା ସୁଯୋଗ। ଏହି ମେଗା ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛି ଯୁଏଇ। ଅଲ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱର ସବୁଠୁ ବଡ ଏୟାରପୋର୍ଟ କରିବାକୁ ଚାହୁଁଛି UAE। ଏହା ଦୁବାଇ ୱାର୍ଲ୍ଡ ସେଣ୍ଟ୍ରାଲ୍ (DWC) ଭାବରେ ମଧ୍ୟ ଜଣାଶୁଣା। ଏହି ମେଗା ପ୍ରୋଜେକ୍ଟ ନେଇ ଘୋଷଣା କରିଛି UAE। ଏନେଇ ୨.୯ ଲକ୍ଷ କୋଟି ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦେଇଛନ୍ତି ଦୁବାଇ ଶାସକ। ୨୦୧୩ରେ ଆରମ୍ଭ ହୋଇଥିବା ଏହି ଏୟାରପୋର୍ଟରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଓ କ୍ଷମତା ସମ୍ପ୍ରସାରଣ ଏହାର ଉଦ୍ଦେଶ୍ୟ। ଏୟାରପୋର୍ଟରେ ରହିଛି ୫ ପାରାଲାଲ୍ ରନଓ୍ୱେ ଓ ୪୦୦ ଏୟାରକ୍ରାଫ୍ଟ ଗେଟ୍। ବାର୍ଷିକ ୧୦ କୋଟି ଯାତ୍ରୀଙ୍କ କ୍ଷମତା ଥିବା ଏହି ଏୟାରପୋର୍ଟର ପୁନଃଡିଜାଇନ୍ ପରେ ଏହାର କ୍ଷମତା ଆଉ ଦୁଇ କୋଟି ବୃଦ୍ଧି ହେବ। ସବୁଠୁ ବଡ଼ କଥା ହେଲା ଏହାର ଆୟତନରେ ୫ ଗୁଣା ବୃଦ୍ଧି ପାଇବ। ଏୟାରପୋର୍ଟର ସିଇଓ ପଲ୍ ଗ୍ରିଫିଥ୍ସ କହିଛନ୍ତି ଯେ ଗ୍ରାହକଙ୍କ ସୁବିଧା ପାଇଁ ଏଥିରେ ପୁଞ୍ଜି ବିନିଯୋଗ ବୃଦ୍ଧି କରାଯାଇଛି। ୨୦୨୫ ସୁଦ୍ଧା ଯାତ୍ରୀଙ୍କ ସଂଖ୍ୟା 9.38 କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ୨୦୩୦ ସୁଦ୍ଧା ବିମାନବନ୍ଦର ପ୍ରକଳ୍ପ ଶେଷ ପରେ ସୃଷ୍ଟି ହେବ ଏକ ବଡ ଅର

ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବ ଦୁବାଇ, ଯୋଗାଇ ଦିଆଯିବ ଅତ୍ୟାଧୁନିକ ସୁବିଧା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବ ଦୁବାଇ। ବାର୍ଷିକ ୧୨ କୋଟି ଯାତ୍ରୀଙ୍କ ରହିବ କ୍ଷମତା। ଯାତ୍ରୀଙ୍କ ପାଇଁ ରହିବ ବିଳାସପୂର୍ଣ୍ଣ ରୁମ୍। ଯୋଗାଇ ଦିଆଯିବ ଅତ୍ୟାଧୁନିକ ସୁବିଧା ସୁଯୋଗ। ଏହି ମେଗା ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛି ଯୁଏଇ। ଅଲ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱର ସବୁଠୁ ବଡ ଏୟାରପୋର୍ଟ କରିବାକୁ ଚାହୁଁଛି UAE। ଏହା ଦୁବାଇ ୱାର୍ଲ୍ଡ ସେଣ୍ଟ୍ରାଲ୍ (DWC) ଭାବରେ ମଧ୍ୟ ଜଣାଶୁଣା। ଏହି ମେଗା ପ୍ରୋଜେକ୍ଟ ନେଇ ଘୋଷଣା କରିଛି UAE। 

ଏନେଇ ୨.୯ ଲକ୍ଷ କୋଟି ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦେଇଛନ୍ତି ଦୁବାଇ ଶାସକ। ୨୦୧୩ରେ ଆରମ୍ଭ ହୋଇଥିବା ଏହି ଏୟାରପୋର୍ଟରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଓ କ୍ଷମତା ସମ୍ପ୍ରସାରଣ ଏହାର ଉଦ୍ଦେଶ୍ୟ। ଏୟାରପୋର୍ଟରେ ରହିଛି ୫ ପାରାଲାଲ୍ ରନଓ୍ୱେ ଓ ୪୦୦ ଏୟାରକ୍ରାଫ୍ଟ ଗେଟ୍। ବାର୍ଷିକ ୧୦ କୋଟି ଯାତ୍ରୀଙ୍କ କ୍ଷମତା ଥିବା ଏହି ଏୟାରପୋର୍ଟର ପୁନଃଡିଜାଇନ୍ ପରେ ଏହାର କ୍ଷମତା ଆଉ ଦୁଇ କୋଟି ବୃଦ୍ଧି ହେବ। ସବୁଠୁ ବଡ଼ କଥା ହେଲା ଏହାର ଆୟତନରେ ୫ ଗୁଣା ବୃଦ୍ଧି ପାଇବ। ଏୟାରପୋର୍ଟର ସିଇଓ ପଲ୍ ଗ୍ରିଫିଥ୍ସ କହିଛନ୍ତି ଯେ ଗ୍ରାହକଙ୍କ ସୁବିଧା ପାଇଁ ଏଥିରେ ପୁଞ୍ଜି ବିନିଯୋଗ ବୃଦ୍ଧି କରାଯାଇଛି। ୨୦୨୫ ସୁଦ୍ଧା ଯାତ୍ରୀଙ୍କ ସଂଖ୍ୟା 9.38 କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। 

୨୦୩୦ ସୁଦ୍ଧା ବିମାନବନ୍ଦର ପ୍ରକଳ୍ପ ଶେଷ ପରେ ସୃଷ୍ଟି ହେବ ଏକ ବଡ ଅର୍ଥନୈତିକ ହବ୍। କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ନୂଆ ଟର୍ମିନାଲ୍ ସହିତ କେବଳ ଯେ ବିଶ୍ୱର ବୃହତ୍ତମ ବିମାନବନ୍ଦର ନିର୍ମାଣ କରିବୁ ତାହା ନୁହେଁ, ବରଂ ଆମେ ବିମାନବନ୍ଦର ବ୍ୟବସାୟରେ ପରିବର୍ତ୍ତନ ଆଣିବୁ। ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇଦେବୁ ଯାହାଦ୍ୱାରା ସେମାନେ ହାତ ପାହାନ୍ତାରେ ସବୁକିଛି ପାଇପାରିବେ। ଏହି ବିମାନବନ୍ଦର ଦୁବାଇ ସାଉଥ ନାମକ ଏକ ବୃହତ ଯୋଜନାର ହେବ କେନ୍ଦ୍ରବିନ୍ଦୁ। ଏହାଦ୍ୱାରା ଦୁବାଇର ଦକ୍ଷିଣରେ ୧୪୫ ବର୍ଗ କିଲୋମିଟର ମରୁଭୂମିରେ ଏକ ନୂତନ ସହର ନିର୍ମାଣ କରିବାର ଯୋଜନା କରାଯାଇଛି।

୨୦୨୩ର ଶେଷ ତୈମାସରେ ଦୁବାଇ ୱାର୍ଲ୍ଡ ସେଣ୍ଟ୍ରାଲରେ କାର୍ଗୋ ଟ୍ରାଫିକରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଲୋହିତ ସାଗରରେ ବଢୁଥିବା ଆକ୍ରମଣ। ହୁତି ବିଦ୍ରୋହୀମାନେ ଇସ୍ରାଏଲ ଏବଂ ଏହାର ସହଯୋଗୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଜାନୁଆରୀ 2022ରେ ହୁତିମାନେ ୟୁଏଇର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ତିନି କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏପରିକି ଆବୁଧାବିରେ ନିର୍ମାଣାଧୀନ ବିମାନ ବନ୍ଦରରେ ନିଆଁ ଲାଗିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି ପ୍ଲାନିଂ କରିଛି ୟୁଏଇ।