ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଦାବି ଦୋହରାଇଲେ ବିଧାୟକ: ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରନ୍ତୁ ସରକାର 

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ମାଣ୍ଡିପଙ୍କାକୁ ନେତା ଅଫିସରଙ୍କ ସୁଅ ଛୁଟିଛି। ଶନିବାର ଜି.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମାଣ୍ଡିପଙ୍କା ଗସ୍ତକରି ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।  ପରେ ସେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ, ଲୋକଙ୍କୁ କୌଣସି ସଉକ ନାହିଁ ଆମ୍ବଟାକୁଆ ଖାଇବାକୁ।  […] The post  ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଦାବି ଦୋହରାଇଲେ ବିଧାୟକ: ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରନ୍ତୁ ସରକାର  appeared first on Dharitri Odia News.

 ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଦାବି ଦୋହରାଇଲେ ବିଧାୟକ: ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରନ୍ତୁ ସରକାର 
ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ମାଣ୍ଡିପଙ୍କାକୁ ନେତା ଅଫିସରଙ୍କ ସୁଅ ଛୁଟିଛି। ଶନିବାର ଜି.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମାଣ୍ଡିପଙ୍କା ଗସ୍ତକରି ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।  ପରେ ସେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ, ଲୋକଙ୍କୁ କୌଣସି ସଉକ ନାହିଁ ଆମ୍ବଟାକୁଆ ଖାଇବାକୁ।  ଭୋକ ମେଣ୍ଟାଇବାକୁ ସେମାନେ ଆମ୍ବଟାକୁଆ ଖାଉଛନ୍ତି। ସମସ୍ତ ପଞ୍ଚାୟତରେ ସଠିକ୍‌ ସମୟରେ ଚାଉଳ ବଣ୍ଟନ କରାଯାଉନାହିଁ କାହିଁକି ଏଭଳି ଅବହେଳା କରାଯାଉଛି ସେ ଜିଲାପାଳଙ୍କ ସହ କଥା ହେବେ ବୋଲି କହିବା ସହ ଯୋଗାଣ ବିଭାଗକୁ ଏଥିପାଇଁ ଦାୟୀ କରିଛନ୍ତି।
ସେହିପରି ବ୍ରାହ୍ମଣୀଗାଁର ୮ଟି ପଞ୍ଚାୟତ ଅତି ଦୁର୍ଗମ ଅଞ୍ଚଳରେ ରହିଛି ଏହାର ବିକାଶ ପାଇଁ ବ୍ରାହ୍ମଣୀଗାଁକୁ ସରକାର ବ୍ଲକ ଘୋଷଣା କରନ୍ତୁ ବୋଲି ତାଙ୍କ ଦାବି ଦୋହରାଇଛନ୍ତି। ସେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇଥିବା କହିଛନ୍ତି।

The post  ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଦାବି ଦୋହରାଇଲେ ବିଧାୟକ: ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରନ୍ତୁ ସରକାର  appeared first on Dharitri Odia News.