ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜିବ ନାହିଁ

କଟକ: ନୂଆ ଡିସିପି ଓ ପୋଲିସ କମିଶନର ଯୋଗ ଦେବା ପରେ କଟକରେ ପୁଣି ଥରେ କମିଶନରେଟ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ। କମିଶନର ସୁରେଶ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନା ବୈଠକରେ ଉପସ୍ଥିତ ଥିଲେ। କଟକ ମହାନଗର ପୂଜା କମିଟି ଓ ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ନିଶା ସେବନ ଓ ଶବ୍ଦ ପ୍ରଦୂଷଣକୁ ନେଇ ଆଲୋଚନା […] The post ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜିବ ନାହିଁ appeared first on KNews Odisha.

ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜିବ ନାହିଁ
Durgamaa

କଟକ: ନୂଆ ଡିସିପି ଓ ପୋଲିସ କମିଶନର ଯୋଗ ଦେବା ପରେ କଟକରେ ପୁଣି ଥରେ କମିଶନରେଟ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ। କମିଶନର ସୁରେଶ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନା ବୈଠକରେ ଉପସ୍ଥିତ ଥିଲେ। କଟକ ମହାନଗର ପୂଜା କମିଟି ଓ ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

ବୈଠକରେ ମୁଖ୍ୟତଃ ନିଶା ସେବନ ଓ ଶବ୍ଦ ପ୍ରଦୂଷଣକୁ ନେଇ ଆଲୋଚନା ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶର କଡାକଡି ଭାବରେ ଅନୁପାଳନ କରାଯିବ ବୋଲି କହିଲେ ସିପି ଓ ଡିସିପି । ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ କମିଶନର । ସାଉଣ୍ଡ ବକ୍ସ ହେଉ କି ପାରମ୍ପରିକ ବାଜା ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜି ପାରିବ ନାହିଁ ବୋଲି ସ୍ପଷ୍ଟ କଲା କମିସନରେଟ ପୋଲିସ । ଡିଜେ ବ୍ୟାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୂଜା କମିଟି ।

ଶବ୍ଦ ପ୍ରଦୂଷଣ ଏକ ବଡ ସମସ୍ୟା ବୋଲି କହିଲେ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ରାତି ୧୦ ଟା ପର୍ଯ୍ୟନ୍ତ ମାଇକ ବକ୍ସ ବଜାଇବା ପାଇଁ ନିୟମ ରହିଥିବା ବେଳେ, ଏହାକୁ ରାତି ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅପିଲ ରଖିଲେ ପୂଜା କମିଟି । ବିନା ବାଜାରେ ମାଙ୍କର ବିସର୍ଜନ ଶୋଭାଯାତ୍ରା କିପରି ହେବ ବୋଲି ପ୍ରଶ୍ନ ଉଠାଇଲା କଟକ ମହାନଗର ଶାନ୍ତି କମିଟି । ରାତିରେ କେଉଁ ପ୍ରକାର ପାରମ୍ପରିକ ବାଜା ବାଜିବ, କେତେ ସଂଖ୍ୟାରେ ବାଜିବ ସେ ନେଇ ନିଆଯିବ ନିଷ୍ପତ୍ତି ।

The post ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜିବ ନାହିଁ appeared first on KNews Odisha.