ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ମାଲକାନଗିରି : ଆଜି ସରୁଛି ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜି ସକାଳୁ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ଦୁର୍ଘଟଣାରେ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଚନ୍ଦନଗୁଡ଼ା ନିକଟରେ । ପିକଅପ ଭ୍ୟାନ ଧକ୍କାରେ ପଦ୍ମଗିରି ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ର ହେଲେ ବିକ୍ରମ […]

ମାଲକାନଗିରି : ଆଜି ସରୁଛି ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜି ସକାଳୁ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ଦୁର୍ଘଟଣାରେ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଚନ୍ଦନଗୁଡ଼ା ନିକଟରେ । ପିକଅପ ଭ୍ୟାନ ଧକ୍କାରେ ପଦ୍ମଗିରି ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ର ହେଲେ ବିକ୍ରମ ସର୍ଦ୍ଦାର ଏବଂ ଗୁରୁତର ଆହତ ଛାତ୍ର ହେଉଛନ୍ତି ତାଙ୍କ ଭାଇ ତାପସ ସର୍ଦ୍ଦାର । ଉଭୟେ ନିଜ ବାଇକରେ ଏମ୍ଭି-୧୦୧ ଗାଁରୁ ପାଣ୍ଟ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଆସୁଥିବାବେଳେ ଚନ୍ଦନଗୁଡା ଗାଁ ନିକଟରେ ସାମ୍ନାପଟୁ ଏକ ପିକ୍ଅପ୍ ଭ୍ୟାନ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ବିକ୍ରମଙ୍କର ମୃତ୍ୟୁ ହୋଇ ଥିବାବେଳେ ତାପସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାରେ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।