ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ
ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୬୫। ବିଦ୍ୟାଳୟ ପାଇଁ କୁରୁଜଙ୍ଗାଠାରେ ନିର୍ମାଣାଧୀନ ନବନିର୍ମିତ ଗୃହ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବାରୁ ଗୃହର ମାତ୍ର ୮ଟି କୋଠରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟବହାର କରୁଛନ୍ତି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ନବନିର୍ମିତ ଗୃହରେ ମାତ୍ର ୮ଟି […] The post ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ appeared first on Dharitri Odia News.
ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୬୫। ବିଦ୍ୟାଳୟ ପାଇଁ କୁରୁଜଙ୍ଗାଠାରେ ନିର୍ମାଣାଧୀନ ନବନିର୍ମିତ ଗୃହ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବାରୁ ଗୃହର ମାତ୍ର ୮ଟି କୋଠରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟବହାର କରୁଛନ୍ତି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ନବନିର୍ମିତ ଗୃହରେ ମାତ୍ର ୮ଟି କୋଠରୀରେ ବିଦ୍ୟାଳୟ ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ଗୃହ ଚାଲୁଛି। ଅବଧି ସରିବାର ନିର୍ମାଣରେ ବହୁ ବିଳମ୍ବ ହେଉଥିବାରୁ ଛାତ୍ର ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କ ତାଗିଦ୍ ପରେ ନିର୍ମାଣାଧୀନ ବିଦ୍ୟାଳୟ ଗୃହ କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଅମୀୟ ରଞ୍ଜନ ନାୟକ ବିଦ୍ୟାଳୟ ଗୃହର କାଯର୍ର୍ୟ ବୁଲି ଦେଖିବା ସହ ଚଳିତ ମେ ୩୧ ତାରିଖ ସୁଦ୍ଧା ଗୃହ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଠିକା ସଂସ୍ଥାକୁ ତାଗିଦ୍ କରିଛନ୍ତି। କୌଣସି କାରଣରୁ ଏହି କାର୍ଯ୍ୟ ଯଦି ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଦିନ ଠିକାସଂସ୍ଥା ଉପରେ ଜରିମାନା ପୈଠ କରିବେ ବୋଲି ଠିକାସଂସ୍ଥାକୁ ବିଭାଗୀୟ କର୍ତ୍ତୃପକ୍ଷ ତାଗିଦ୍ କରି ଯାଇଛନ୍ତି। ତେବେ କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ହୋଇଥିବା ବଡ ଧରଣର ବର୍ଷାରେ ପାଣି ବିଦ୍ୟାଳୟ, ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ମଧ୍ୟରେ ପଶି ଲହଡି ଭାଙ୍ଗିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ବିଷୟରେ ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି, ଅଦିନିଆ ବର୍ଷାରେ ଯଦି ବର୍ଷାପାଣି ଶ୍ରେଣୀଗୃହ ଭିତରେ ଲହଡି ଭାଙ୍ଗେ ବର୍ଷାଋତୁରେ ପିଲାମାନେ କିପରି ଶିକ୍ଷା ଅଧ୍ୟୟନ କରିବେ। ଶିକ୍ଷକମାନେ ସେମାନଙ୍କ ଅଫିସ କାମ କିପରି କରିବେ ବୋଲି ପ୍ରଶ୍ନ କରିଛନ୍ତି। ସେ ଏଥିପାଇଁ ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଦାସଙ୍କୁ ପଚାରିବାରୁ ବିଦ୍ୟାଳୟର ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଉପର ମହଲା କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବାରୁ ବର୍ଷାପାଣି ତଳ ମହଲାକୁ ଆସୁଛି। ତେବେ ଏହି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି।
The post ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ appeared first on Dharitri Odia News.