ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା…

ବ୍ରଜରାଜନଗର,୨୬ା୭(ବିଜୟ ବରାଡ଼):ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳର ବୁଢ଼ୀଜାମ୍‌ କଲୋନୀରେ ଦେଢବର୍ଷର ଜଣେ ଶିଶୁପୁତ୍ରର ଗଳାରେ ସେଓ ଲାଗିଯିବାରୁ ଜୀବନ ଯାଇଛି। ଗୁରୁବାର ସକାଳେ ଉକ୍ତ କଲୋନୀର ଇନ୍ଦ୍ରଜିତ୍‌ ସିଂଙ୍କ ଦେଢବର୍ଷର ପୁଅକୁ ପରିବାରର କେହି ସଦସ୍ୟ ସେଓ କାଟି ଖାଇବାକୁ ଦେଇଥିଲେ। ହେଲେ ସେଓର ଛୋଟ ଅଂଶ ଶିଶୁପୁତ୍ରର ଗଳାରେ ଅଟକିଯିବାରୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥିଲା। ପରିବାର ସଦସ୍ୟ ତାଙ୍କୁ ନିକଟରେ ଥିବା କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଆଇସିୟୁ ବ୍ୟବସ୍ଥା ନ […] The post ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା… appeared first on Dharitri Odia News.

ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା…

ବ୍ରଜରାଜନଗର,୨୬ା୭(ବିଜୟ ବରାଡ଼):ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳର ବୁଢ଼ୀଜାମ୍‌ କଲୋନୀରେ ଦେଢବର୍ଷର ଜଣେ ଶିଶୁପୁତ୍ରର ଗଳାରେ ସେଓ ଲାଗିଯିବାରୁ ଜୀବନ ଯାଇଛି। ଗୁରୁବାର ସକାଳେ ଉକ୍ତ କଲୋନୀର ଇନ୍ଦ୍ରଜିତ୍‌ ସିଂଙ୍କ ଦେଢବର୍ଷର ପୁଅକୁ ପରିବାରର କେହି ସଦସ୍ୟ ସେଓ କାଟି ଖାଇବାକୁ ଦେଇଥିଲେ। ହେଲେ ସେଓର ଛୋଟ ଅଂଶ ଶିଶୁପୁତ୍ରର ଗଳାରେ ଅଟକିଯିବାରୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥିଲା। ପରିବାର ସଦସ୍ୟ ତାଙ୍କୁ ନିକଟରେ ଥିବା କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଆଇସିୟୁ ବ୍ୟବସ୍ଥା ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅନ୍ୟତ୍ର ନେବା ପାଇଁ ପରାମର୍ଶ ଦେଇଥିଲେ। ଫଳରେ ପରିବାର ସଦସ୍ୟ ଶିଶୁପୁତ୍ରକୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ରାତିରେ ଶୋକାକୁଳ ପରିବେଶରେ ଶିଶୁପୁତ୍ରର ମୃତଦେହ ସତ୍କାର କରାଯାଇଥିଲା। ଅପରପକ୍ଷରେ କେନ୍ଦ୍ରୀୟ ଚିକିତ୍ସାଳୟ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିବା ସହ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏନେଇ କେନ୍ଦ୍ରୀୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ମଦନ ଦାସ କହିଛନ୍ତି, ହସ୍ପିଟାଲରେ ଅତ୍ୟାଧୁନିକ ମେଶିନ ଅଛି କିନ୍ତୁ ଡାକ୍ତର ନାହାନ୍ତି। ଆଇସିୟୁ ଅଛି କିନ୍ତୁ ୭ ବର୍ଷ ହେବ ଖରାପ ହୋଇ ପଡିଛି। ଏ ବାବଦରେ ଏମ୍‌ସିଏଲ୍‌ର ଉପରିସ୍ଥ ପଦାଧିକାରୀଙ୍କୁ ଅବଗତ କରାଇଛି। ହେଲେ ଫଳ ଶୂନ ବୋଲି ସେ କହିଛନ୍ତି।

The post ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା… appeared first on Dharitri Odia News.