ଦେଶକୁ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ୍‌, ସେପ୍ଟେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ

ଦେଶକୁ ମିଳିବାକୁ ଯାଉଛି ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେପ୍ଟେମ୍ବର ୧୫ରେ ଦେଶର ବିଭିନ୍ନ ରାଜ୍ୟକୁ ୧୦ ବନ୍ଦେ ଭାରତ ଟ୍ରେନ୍‌ ମିଳିବ । ପିଏମ୍‌ ମୋଦି ଝାଡ଼ଖଣ୍ଡର ଜାମ୍‌ସେଦପୁରରୁ ଏହି ଟ୍ରେନ୍‌ଗୁଡ଼ିକୁ ଶୁଭାରମ୍ଭ କରିବେ । ପ୍ରଥମ ଥର ପାଇଁ ଏକସାଥୀରେ ୧୦ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ […] The post ଦେଶକୁ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ୍‌, ସେପ୍ଟେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ appeared first on KNews Odisha.

ଦେଶକୁ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ୍‌, ସେପ୍ଟେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ
modi2

ଦେଶକୁ ମିଳିବାକୁ ଯାଉଛି ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେପ୍ଟେମ୍ବର ୧୫ରେ ଦେଶର ବିଭିନ୍ନ ରାଜ୍ୟକୁ ୧୦ ବନ୍ଦେ ଭାରତ ଟ୍ରେନ୍‌ ମିଳିବ ।

ପିଏମ୍‌ ମୋଦି ଝାଡ଼ଖଣ୍ଡର ଜାମ୍‌ସେଦପୁରରୁ ଏହି ଟ୍ରେନ୍‌ଗୁଡ଼ିକୁ ଶୁଭାରମ୍ଭ କରିବେ । ପ୍ରଥମ ଥର ପାଇଁ ଏକସାଥୀରେ ୧୦ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରାଯିବ । ଏହା ପୂର୍ବରୁ ମୋଦି ମୁମ୍ବାଇ-ଗୋଆ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ବର୍ତ୍ତମାନ ଏହି ୧୦ ବନ୍ଦେ ଭାରତ ଦେଶର ବିଭିନ୍ନ ରେଳ ଷ୍ଟେସନରୁ ଗଡ଼ିବ ।

ଦେଶର ଯେଉଁ ରାଜ୍ୟକୁ ବନ୍ଦେ ଭାରତ ଟ୍ରେନ୍‌ ମିଳିଛି, ସେଗୁଡ଼ିକ ହେଲା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶ ।

The post ଦେଶକୁ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ୍‌, ସେପ୍ଟେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ appeared first on KNews Odisha.