ଦେଶର କେଉଁ ରାଜ୍ୟରେ ଜନତାଙ୍କୁ ପ୍ରଭାବିତ କରୁଛି ମୂଲ୍ୟବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟବାସୀ ଆଶ୍ୱସ୍ତ?
ନୂଆଦିଲ୍ଲୀ ୧୩।୩: ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପିତିରେ ମାମୁଲି ହ୍ରାସ ଦେଖାଯାଇଥିଲା। ତେବେ ଗୁଜରାଟ, ଅନ୍ଧ୍ରପ୍ରଦେଶ, ଆସାମ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ଓଡ଼ିଶା ଓ ରାଜସ୍ଥାନ ସମେତ ୧୨ ରାଜ୍ୟରେ ହାରାହାରିରୁ ଅଧିକ ମୁଦ୍ରାସ୍ପିତି ରେକର୍ଡ କରାଯାଇଛି। ଫେବୃଆରୀରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ପିତି ହାର ୭.୫୫ ପ୍ରତିଶତର ସର୍ବାଧିକ ସ୍ତରକୁ ପହଞ୍ଚିଥିଲା। ତେବେ ଏହି ସମୟରେ ଦିଲ୍ଲୀର ଖୁଚୁରା ମୁଦ୍ରାସ୍ପିତି ହାର ସର୍ବନିମ୍ନ ୨.୪୨ ପ୍ରତିଶତ ଥିବା ଦେଖାଯାଇଛି। ମୁଦ୍ରାସ୍ପିତିକୁ ନେଇ ମଙ୍ଗଳବାର ଜାରି ଅଧିକାରୀକ ତଥ୍ୟ ମୁତାବକ ଖୁଚୁରା ମୁଦ୍ରାସ୍ପିତି ହାର ହ୍ରାସ ହୋଇ ୫.୦୯ ପ୍ରତିଶତକୁ ଆସିଯାଇଛି, ଯାହା ଜାନୁୟାରୀ ୨୦୨୪ରେ ୫.୧୦ ପ୍ରତିଶତ ଥିଲା। ତେବେ ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ଏହି ହାର ୫.୬୯ ପ୍ରତିଶତରେ ଥିଲା। ହେଲେ ଫେବୃଆରୀ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ପିତି ହାରରେ ସାମାନ୍ୟ ବୃଦ୍ଧି ହୋଇଥିଲା। ଏହି ସମୟରେ ଖାଦ୍ୟ ମୁଦ୍ରାସ୍ପିତି ୮.୬୬ ପ୍ରତିଶତକୁ ପହଞ୍ଚିଥିଲା, ଯାହା ଜାନୁୟାରୀରେ ୮.୩୦ ପ୍ରତିଶତ ଥିଲା। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଖାଦ୍ୟ ମୁଦ୍ରାସ୍ପିତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଉଦବେଗର କାରଣ ପାଲଟିଛି। ଖୁଚୁରା ମୁଦ୍ରାସ୍ପିତିରେ ଯଦିଓ ହ୍ରାସ ଦେଖାଯାଇଛି ତଥାପି ଖାଦ୍ୟ ମୁଦ୍ରାସ୍ପିତି ବଢିକରି ରହିଛି। ଆରବିଆଇଙ୍କୁ ଖୁଚୁରା ମୁଦ୍ରାସ୍ପିତିରେ ୨ ପ୍ରତିଶତ ବୃଦ୍ଧି ହ୍ର
ନୂଆଦିଲ୍ଲୀ ୧୩।୩: ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପିତିରେ ମାମୁଲି ହ୍ରାସ ଦେଖାଯାଇଥିଲା। ତେବେ ଗୁଜରାଟ, ଅନ୍ଧ୍ରପ୍ରଦେଶ, ଆସାମ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ଓଡ଼ିଶା ଓ ରାଜସ୍ଥାନ ସମେତ ୧୨ ରାଜ୍ୟରେ ହାରାହାରିରୁ ଅଧିକ ମୁଦ୍ରାସ୍ପିତି ରେକର୍ଡ କରାଯାଇଛି। ଫେବୃଆରୀରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ପିତି ହାର ୭.୫୫ ପ୍ରତିଶତର ସର୍ବାଧିକ ସ୍ତରକୁ ପହଞ୍ଚିଥିଲା। ତେବେ ଏହି ସମୟରେ ଦିଲ୍ଲୀର ଖୁଚୁରା ମୁଦ୍ରାସ୍ପିତି ହାର ସର୍ବନିମ୍ନ ୨.୪୨ ପ୍ରତିଶତ ଥିବା ଦେଖାଯାଇଛି।
ମୁଦ୍ରାସ୍ପିତିକୁ ନେଇ ମଙ୍ଗଳବାର ଜାରି ଅଧିକାରୀକ ତଥ୍ୟ ମୁତାବକ ଖୁଚୁରା ମୁଦ୍ରାସ୍ପିତି ହାର ହ୍ରାସ ହୋଇ ୫.୦୯ ପ୍ରତିଶତକୁ ଆସିଯାଇଛି, ଯାହା ଜାନୁୟାରୀ ୨୦୨୪ରେ ୫.୧୦ ପ୍ରତିଶତ ଥିଲା। ତେବେ ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ଏହି ହାର ୫.୬୯ ପ୍ରତିଶତରେ ଥିଲା। ହେଲେ ଫେବୃଆରୀ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ପିତି ହାରରେ ସାମାନ୍ୟ ବୃଦ୍ଧି ହୋଇଥିଲା। ଏହି ସମୟରେ ଖାଦ୍ୟ ମୁଦ୍ରାସ୍ପିତି ୮.୬୬ ପ୍ରତିଶତକୁ ପହଞ୍ଚିଥିଲା, ଯାହା ଜାନୁୟାରୀରେ ୮.୩୦ ପ୍ରତିଶତ ଥିଲା।

ଉଲ୍ଲେଖଯୋଗ୍ୟ ଯେ ଦେଶରେ ଖାଦ୍ୟ ମୁଦ୍ରାସ୍ପିତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଉଦବେଗର କାରଣ ପାଲଟିଛି। ଖୁଚୁରା ମୁଦ୍ରାସ୍ପିତିରେ ଯଦିଓ ହ୍ରାସ ଦେଖାଯାଇଛି ତଥାପି ଖାଦ୍ୟ ମୁଦ୍ରାସ୍ପିତି ବଢିକରି ରହିଛି। ଆରବିଆଇଙ୍କୁ ଖୁଚୁରା ମୁଦ୍ରାସ୍ପିତିରେ ୨ ପ୍ରତିଶତ ବୃଦ୍ଧି ହ୍ରାସ ସହିତ ୪ ପ୍ରତିଶତରେ ରଖିବାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଣୁ ଆରବିଆଇଙ୍କ ଉଦ୍ୟମ ସତ୍ତ୍ୱେ ଖାଦ୍ୟ ମୁଦ୍ରାସ୍ପିତି ୫ ପ୍ରତିଶତ ଆଖପାଖରେ ରହୁଛି। ଗତ ମୁଦ୍ରାନୀତି ସମୀକ୍ଷା (ଏମପିସି) ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୩-୨୪ରେ ମୁଦ୍ରାସ୍ପିତି ୫.୪ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲେ।
ଫେବୃଆରୀରେ ଖୁଚୁରା ମୁଦ୍ରାସ୍ପିତି ତଥ୍ୟ ଅନୁସାରେ ଖାଦ୍ୟ ମୁଦ୍ରାସ୍ପିତି ହାର ୮.୩୦ ପ୍ରତିଶତରୁ ବଢି ୮.୬୬ ପ୍ରତିଶତକୁ ପହଞ୍ଚିଥିଲା। ଏହା ଛଡା ଗ୍ରାମୀଣ ମୁଦ୍ରାସ୍ପିତି ହାର ବିନା କୌଣସି ପରିବର୍ତ୍ତନରେ ୫.୩୪ ପ୍ରତିଶତରେ ସ୍ଥିର ରହିଛି। ଏହି ସମୟରେ ସହରାଞ୍ଚଳ ମୁଦ୍ରାସ୍ପିତି ହାର ୪.୯୨ ପ୍ରତିଶତରୁ ହ୍ରାସ ହୋଇ ୪.୭୮ ପ୍ରତିଶତକୁ ପହଞ୍ଚିଯାଇଛି। ଜଣେ ଗ୍ରାହକ ଭାବେ ଆମେ ଖୁଚୁରା ବଜାରରୁ ସମାଗ୍ରୀ କ୍ରୟ କରିଥାନ୍ତି ଏ ସମ୍ପର୍କିତ ମୂଲ୍ୟରେ ହୋଇଥିବା ପରିବର୍ତ୍ତନକୁ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଅର୍ଥାତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ)ର ନଜର ଏହା ଉପରେ ଥାଏ। ସିପିଆଇ ଅନୁସାରେ ଦେଶର ୧୨ ରାଜ୍ୟଙ୍କୁ ମୁଦ୍ରାସ୍ପିତି ହ୍ରାସର କୌଣସି ଲାଭ ମିଳିନଥିବା କୁହାଯାଇଛି।