ଦେଶର ପ୍ରଥମ ମହିଳା ଚାଳକ ଭାବେ ତେଜସ ଉଡ଼ାଇବେ ମୋହନା ସିଂହ

ନୂଆଦିଲ୍ଲୀ: ସ୍କ୍ବାଡ୍ରନ୍‌ ଲିଡର ମୋହନା ସିଂହ ଦେଶର ପ୍ରଥମ ମହିଳା ପାଇଲଟ ଭାବେ ତେଜସ୍‌ ଉଡ଼ାଇବେ। ଏଲିଟ୍‌ ୧୮ ‘ଫ୍ଲାଇଂ ବୁଲେଟ୍‌’ ସ୍କ୍ବାଡ୍ରନ୍‌ରେ ସେ ଯୋଗଦେବାକୁ ଯାଉଛନ୍ତି। ଏହି ସ୍କ୍ବାଡ୍ରନ୍‌, ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ୍‌ ବାହିନୀକୁ ପରିଚାଳନା କରୁଛି। ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ଜନ୍ମିତ ମୋହନାଙ୍କ ପିତା ବାୟୁସେନାରେ ୱାରଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ମୋହନାଙ୍କ ଜେଜେବାପା ମଧ୍ୟ ବୈମାନିକ ଗବେଷଣା କେନ୍ଦ୍ରରେ ଫ୍ଲାଇଟ୍‌ ଗନର ଭାବେ […]

ଦେଶର ପ୍ରଥମ ମହିଳା ଚାଳକ ଭାବେ ତେଜସ ଉଡ଼ାଇବେ ମୋହନା ସିଂହ

ନୂଆଦିଲ୍ଲୀ: ସ୍କ୍ବାଡ୍ରନ୍‌ ଲିଡର ମୋହନା ସିଂହ ଦେଶର ପ୍ରଥମ ମହିଳା ପାଇଲଟ ଭାବେ ତେଜସ୍‌ ଉଡ଼ାଇବେ। ଏଲିଟ୍‌ ୧୮ ‘ଫ୍ଲାଇଂ ବୁଲେଟ୍‌’ ସ୍କ୍ବାଡ୍ରନ୍‌ରେ ସେ ଯୋଗଦେବାକୁ ଯାଉଛନ୍ତି। ଏହି ସ୍କ୍ବାଡ୍ରନ୍‌, ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ୍‌ ବାହିନୀକୁ ପରିଚାଳନା କରୁଛି। ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ଜନ୍ମିତ ମୋହନାଙ୍କ ପିତା ବାୟୁସେନାରେ ୱାରଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ମୋହନାଙ୍କ ଜେଜେବାପା ମଧ୍ୟ ବୈମାନିକ ଗବେଷଣା କେନ୍ଦ୍ରରେ ଫ୍ଲାଇଟ୍‌ ଗନର ଭାବେ କାର୍ଯ୍ୟ କରିଥିଲେ। ନୂଆଦିଲ୍ଲୀ ବାୟୁସେନା ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଅମୃତସରର ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନଜମେଣ୍ଟ ଆଣ୍ଡ ଏମର୍ଜିଂ ଟେକ୍‌ନୋଲଜିସ୍‌ରୁ ବିଟେକ୍‌ ପାସ୍‌ କରିଥିଲେ। ୨୦୧୬ରେ ସ୍କ୍ବାଡ୍ରନ୍‌ ଲିଡର ମୋହନା ପ୍ରଥମ ତିନି ମହିଳା ଯୁଦ୍ଧବିମାନ ଚାଳକ ଭାବେ ନିଜର ଦୁଇ ଅନ୍ୟ ମହିଳା ସହକର୍ମୀ ଅଭନୀ ଚତୁର୍ବେଦୀ ଓ ଭାବନା କାନ୍ତଙ୍କ ସହ ଫାଇଟର ସ୍କ୍ବାଡ୍ରନ୍‌ରେ ନିଯୁକ୍ତି ପାଇଥିଲେ। ୨୦୧୯ରେ ସେ ପ୍ରଥମ ମହିଳା ଭାବେ ‘ହକ୍‌ ଏୟାରକ୍ରାଫ୍‌’ ଉଡ଼ାଇଥିଲେ। ନିକଟରେ ଯୋଧପୁରରେ ଅନୁଷ୍ଠିତ ‘ତରଙ୍ଗଶକ୍ତି’ ଯୁଦ୍ଧାଭ୍ୟାସରେ ଅଂଶ ଗ୍ରହଣ କରିଥିଲେ। ୨୦୨୦ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ। ତେଜସ୍‌ ସ୍କ୍ବାଡ୍ରନ୍‌ରେ ଯୋଗ ଦେବା ପୂର୍ବରୁ ସେ ବିକାନେରର ନାଲ୍‌ ଏୟାର ଫୋର୍ସ ଷ୍ଟେସନ୍‌ରେ ମିଗ୍‌-୨୧ ଯୁଦ୍ଧବିମାନର ବୈମାନିକ ଭାବେ କାର୍ଯ୍ୟ କରୁଥିଲେ।