ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି…

ନୂଆଦିଲ୍ଲୀ/ସମ୍ବଲପୁର,୩।୨ : କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ସମ୍ବଲପୁରରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ମହାନ ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଡଭାନୀଙ୍କୁ ଭାରତ ରତ୍ନ […] The post ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି… appeared first on Dharitri Odia News.

ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି…

ନୂଆଦିଲ୍ଲୀ/ସମ୍ବଲପୁର,୩।୨ : କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ସମ୍ବଲପୁରରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ମହାନ ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଡଭାନୀଙ୍କୁ ଭାରତ ରତ୍ନ ଦେବାର ନିଷ୍ପତ୍ତି ଦର୍ଶାଉଛି ଦେଶ ସେହି ଲୋକଙ୍କୁ ଭୁଲି ପାରିବ ନାହିଁ। ଯେଉଁମାନେ ସେମାନଙ୍କର ଜୀବନ ସେବା ପାଇଁ ଉତ୍ସର୍ଗ କରିଥାନ୍ତି।

ସେ କହିଛନ୍ତି ଉପ-ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏବଂ ସଂସଦୀୟ ସଦସ୍ୟ ଭାବରେ ଲାଲ କୃଷ୍ଣ ଆଡଭାନୀ ଦେଶକୁ ଅନନ୍ୟ ସେବା ପ୍ରଦାନ କରିଛନ୍ତି। ମୁଁ ଭାଗ୍ୟବାନ ଯେ କ୍ରମାଗତ ଭାବରେ ଆଡଭାନୀଙ୍କ ପ୍ରେମ ଏବଂ ମାର୍ଗଦର୍ଶନ ଗ୍ରହଣ କରୁଛି।

ଆଜି ଦେଶ ଭାରତ ରତ୍ନକୁ ତାଙ୍କ ମହାନ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। ତାଙ୍କର କାର୍ଯ୍ୟ ଏବଂ ସେବା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ।

The post ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି… appeared first on Dharitri Odia News.