ଦେଶର ୫୭% ସ୍କୁଲ୍ରେ ଅଛି କମ୍ପ୍ୟୁଟର, ୫୩ % ସ୍କୁଲ୍ରେ ଇଣ୍ଟରନେଟ୍: UDISE ରିପୋର୍ଟ
ନୂଆଦିଲ୍ଲୀ: ଶିକ୍ଷା ପାଇଁ ମିଳିତ ଜିଲ୍ଲା ସୂଚନା ପ୍ରଣାଳୀ (ୟୁଡିଆଇଏସଇ ପ୍ଲସ୍) ଦେଶର ଶିକ୍ଷା ବ୍ୟବସ୍ଥା ନେଇ ସଦତ୍ୟମ ତଥ୍ୟ ଜାରି କରିଛି। ୟୁଡିଆଇଏସଇ ପ୍ଲସ୍ର ତଥ୍ୟ ନୁସାରେ, ଦେଶରେ ୫୭.୨ ପ୍ରତିଶତ ସ୍କୁଲ୍ରେ କାର୍ଯ୍ୟକ୍ଷମ ଥିବା କମ୍ପ୍ୟୁଟର ରହିଛି। ସେଥିମଧ୍ୟରୁ ୫୩.୯ ପ୍ରତିଶତ କମ୍ପ୍ୟୁଟରରେ ଇଣ୍ଟରନେଟ୍ କନେକ୍ସନ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଏବେ ବି ଦେଶର ଅଧା ସ୍କୁଲ୍ରେ ନା କମ୍ପ୍ୟୁଟର ଦିଆଯାଇଛି ନା ଇଣ୍ଟରନେଟ କନେକ୍ସନ। ତେଣୁ ସ୍କୁଲ୍ଗୁ଼ଡ଼ିକୁ ଡିଡିଟାଲକରଣ କରିବା ପାଇଁ ସରକାରଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବୋଲି ତଥ୍ୟରୁ ଉଜାଗର ହୋଇଛି।ରିପୋର୍ଟରେ ଦର୍ଶାଯାଇଛି ଯେ ୯୦% ରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ସୌଚାଳୟ ରହିଛି। ତଥାପି, ଅଧିକ ଉନ୍ନତ ସୁବିଧା ଯେପରିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବାଡ଼ ସହିତ ସମାନ ଉଠାଣି ଚଟାଣ (ହ୍ୟାଣ୍ଡ୍ରିଲ୍ ସହିତ ରାମ୍ପ) କେବଳ ୫୨.୩% ବିଦ୍ୟାଳୟରେ ଉପଲବ୍ଧ। ତେବେ ଚିନ୍ତାର ବିଷୟ ହେଉଛି ଭାରତରେ ଛାତ୍ର ନାମଲେଖା ଯଥେଷ୍ଟ ହ୍ରାସ ପାଇଛି। ପୂର୍ବ ବର୍ଷ ତୁଳନାରେ ୨୦୨୩-୨୪ ରେ ୩୭ ଲକ୍ଷ କମ୍ ଛାତ୍ରଛାତ୍ରୀ ନାମ ଲେଖାଇଇଛନ୍ତି। ଫଳରେ ଏମାନଙ୍କର ମୋଟ ସଂଖ୍ୟା ୨୪.୮ କୋଟି ରହିଛି। ଶିକ୍ଷାର ବିଭିନ୍ନ ସ୍ତରରେ ମୋଟ ନାମଲେଖା ଅନୁପାତ(GER) ମଧ୍ୟରେ ବଡ଼ ବଡ଼ ପାର୍ଥକ୍ୟ ରହିଥିବା ଦେଖିବାକୁ ମି
ନୂଆଦିଲ୍ଲୀ: ଶିକ୍ଷା ପାଇଁ ମିଳିତ ଜିଲ୍ଲା ସୂଚନା ପ୍ରଣାଳୀ (ୟୁଡିଆଇଏସଇ ପ୍ଲସ୍) ଦେଶର ଶିକ୍ଷା ବ୍ୟବସ୍ଥା ନେଇ ସଦତ୍ୟମ ତଥ୍ୟ ଜାରି କରିଛି। ୟୁଡିଆଇଏସଇ ପ୍ଲସ୍ର ତଥ୍ୟ ନୁସାରେ, ଦେଶରେ ୫୭.୨ ପ୍ରତିଶତ ସ୍କୁଲ୍ରେ କାର୍ଯ୍ୟକ୍ଷମ ଥିବା କମ୍ପ୍ୟୁଟର ରହିଛି। ସେଥିମଧ୍ୟରୁ ୫୩.୯ ପ୍ରତିଶତ କମ୍ପ୍ୟୁଟରରେ ଇଣ୍ଟରନେଟ୍ କନେକ୍ସନ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଏବେ ବି ଦେଶର ଅଧା ସ୍କୁଲ୍ରେ ନା କମ୍ପ୍ୟୁଟର ଦିଆଯାଇଛି ନା ଇଣ୍ଟରନେଟ କନେକ୍ସନ। ତେଣୁ ସ୍କୁଲ୍ଗୁ଼ଡ଼ିକୁ ଡିଡିଟାଲକରଣ କରିବା ପାଇଁ ସରକାରଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବୋଲି ତଥ୍ୟରୁ ଉଜାଗର ହୋଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ୯୦% ରୁ ଅଧିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ସୌଚାଳୟ ରହିଛି। ତଥାପି, ଅଧିକ ଉନ୍ନତ ସୁବିଧା ଯେପରିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବାଡ଼ ସହିତ ସମାନ ଉଠାଣି ଚଟାଣ (ହ୍ୟାଣ୍ଡ୍ରିଲ୍ ସହିତ ରାମ୍ପ) କେବଳ ୫୨.୩% ବିଦ୍ୟାଳୟରେ ଉପଲବ୍ଧ।
ତେବେ ଚିନ୍ତାର ବିଷୟ ହେଉଛି ଭାରତରେ ଛାତ୍ର ନାମଲେଖା ଯଥେଷ୍ଟ ହ୍ରାସ ପାଇଛି। ପୂର୍ବ ବର୍ଷ ତୁଳନାରେ ୨୦୨୩-୨୪ ରେ ୩୭ ଲକ୍ଷ କମ୍ ଛାତ୍ରଛାତ୍ରୀ ନାମ ଲେଖାଇଇଛନ୍ତି। ଫଳରେ ଏମାନଙ୍କର ମୋଟ ସଂଖ୍ୟା ୨୪.୮ କୋଟି ରହିଛି। ଶିକ୍ଷାର ବିଭିନ୍ନ ସ୍ତରରେ ମୋଟ ନାମଲେଖା ଅନୁପାତ(GER) ମଧ୍ୟରେ ବଡ଼ ବଡ଼ ପାର୍ଥକ୍ୟ ରହିଥିବା ଦେଖିବାକୁ ମିଳିଛି।
କେଉଁ ସ୍ତରରେ କେତେ ନାମଲେଖା ?
• ପ୍ରାରମ୍ଭିକ ସ୍ତର( ପ୍ରିପାରାଟୋରି ଲେବଲ): ୯୬.୫%
• ମୂଳ ସ୍ତର: (ପାଉଣ୍ଡେସନ ଲେବଲ)୪୧.୫%
• ମଧ୍ୟମ ସ୍ତର(ମିଡିଲ ଲେବଲ): ୮୯.୫ %
• ମାଧ୍ୟମିକ ସ୍ତର: (ସେକେଣ୍ଡରି ଲେବଲ)୬୬.୫%
ଛାତ୍ରଛାତ୍ରୀଙ୍କର ସ୍କୁଲ୍ ଛାଡ଼ିବା ହାର (ଡ୍ରପ ଆଉଟ ରେଟ୍) ମଧ୍ୟ ଚିନ୍ତାଜନକ ରହିଛି। ଏହି ହାର ମିଡିଲ ସ୍କୁଲ୍ରେ ୫.୨ ପ୍ରତିଶତ ରହିଥିବା ବେଳେ ସେକେଣ୍ଡାରେ ଲେବଲରେ ୧୦.୯ ପ୍ରତିଶତ ରହିଛି। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସମାବେଶ ଓ ସମାନତା ଉପରେ ଧ୍ୟାନ ଦେଇ ଏହି ସମସ୍ୟର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ଭିତ୍ତିଭୂମିର ଅଭାବ ସର୍ବଭାରତୀୟ ଶିକ୍ଷା ଦିଗରେ ଆମର ପ୍ରଗତିରେ ବାଧା ସୃଷ୍ଟି କରୁଛି। ତେବେ ୨୦୩୦ ସୁଦ୍ଧା ଏହି ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ ବୋଲି ଆଶା କରାଯଉଛି।
ଯଦିଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଏହିସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ତେବେ UDISE ପ୍ଲସ୍ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଆଉ ଟିକେ ସତର୍କ କରାଉଛି। ଶିକ୍ଷାର ସାମଗ୍ରିକ ଗୁଣରେ ଉନ୍ନତି ଆଣିବା ପାଇଁ ବିଦ୍ୟାଳୟରେ ପ୍ରଯୁକ୍ତିବିଦ୍ୟା ଏବଂ ଉପଲବ୍ଧତାକୁ ପ୍ରାଥମିକତା ଦେବା ଜରୁରୀ ବୋଲି UDISE ପ୍ଲସ୍ ରିପୋର୍ଟରୁ ଜଣାପଡ଼ିଛି।