ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ଝାମ୍ପିନେଲେ ସୁନା ଭର୍ତ୍ତି ବ୍ୟାଗ୍

ମାଲକାନଗିରି ୦୪।୦୫ : ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡା ବାକୁଲିଗୁଡ଼ା ସାହିରେ ବଡ଼ଧରଣର ଲୁଟ୍‌ । ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସୁନା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି ନେଲେ ଦୁର୍ବୃତ୍ତ ।ଖବର ଅନୁଯାୟୀ, ପ୍ରସାଦ ଜୁଏଲରର ମାଲିକ ପ୍ରସାଦ ପାଟିଲ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହା ସମୟରେ ତାଙ୍କ ଠାରୁ ସୁନା ଗହଣା ବ୍ୟାଗ୍‌ ଚୋରି କରିନେଲେ ଦୁର୍ବୃତ୍ତ। ପ୍ରସାଦ ସବୁ ଦିନ ପରି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ଘରକୁ ଦୁଇଟି ବ୍ୟାଗରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସୁଥିବା ବେଳେ ତାଙ୍କ ଘର ସମ୍ମୁଖରେ ପହଁଚି ଥିଲେ। ଠିକ ଏହି ସମୟରେ ପଛପଟୁ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଦୁଇଟି ବ୍ୟାଗକୁ ଝାମ୍ପି ନେବାକୁ ଉଦ୍ୟମ କରିଥିବା ବେଳେ ଗୋଟିଏ ବ୍ୟାଗ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି । ତେବେ ଏହି ସମୟରେ ସେହି ସ୍ଥାନଟି ଜନଗହଳି ପୂର୍ଣ ଥିବା ବେଳେ କିଏ ଏହି ଚୋରି କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କ ଘରୁ ନିଶା ଯୁକ୍ତ ଖାଦ୍ୟ ଦେଇ ସୁନା ଚୋରି ହୋଇଥିଲା । ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାତିତମାମ ପୋଲିସ ଭ୍ୟାନ୍‌ ପାଟ୍ରୋଲିଂ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ବିଷୟରେ କିଛି ବି ପତ୍ତା ମିଳିନି। 

ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ଝାମ୍ପିନେଲେ ସୁନା ଭର୍ତ୍ତି ବ୍ୟାଗ୍

ମାଲକାନଗିରି ୦୪।୦୫ : ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡା ବାକୁଲିଗୁଡ଼ା ସାହିରେ ବଡ଼ଧରଣର ଲୁଟ୍‌ । ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସୁନା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି ନେଲେ ଦୁର୍ବୃତ୍ତ ।

ଖବର ଅନୁଯାୟୀ, ପ୍ରସାଦ ଜୁଏଲରର ମାଲିକ ପ୍ରସାଦ ପାଟିଲ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହା ସମୟରେ ତାଙ୍କ ଠାରୁ ସୁନା ଗହଣା ବ୍ୟାଗ୍‌ ଚୋରି କରିନେଲେ ଦୁର୍ବୃତ୍ତ। ପ୍ରସାଦ ସବୁ ଦିନ ପରି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ଘରକୁ ଦୁଇଟି ବ୍ୟାଗରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସୁଥିବା ବେଳେ ତାଙ୍କ ଘର ସମ୍ମୁଖରେ ପହଁଚି ଥିଲେ। ଠିକ ଏହି ସମୟରେ ପଛପଟୁ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଦୁଇଟି ବ୍ୟାଗକୁ ଝାମ୍ପି ନେବାକୁ ଉଦ୍ୟମ କରିଥିବା ବେଳେ ଗୋଟିଏ ବ୍ୟାଗ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି । 

ତେବେ ଏହି ସମୟରେ ସେହି ସ୍ଥାନଟି ଜନଗହଳି ପୂର୍ଣ ଥିବା ବେଳେ କିଏ ଏହି ଚୋରି କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କ ଘରୁ ନିଶା ଯୁକ୍ତ ଖାଦ୍ୟ ଦେଇ ସୁନା ଚୋରି ହୋଇଥିଲା । ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାତିତମାମ ପୋଲିସ ଭ୍ୟାନ୍‌ ପାଟ୍ରୋଲିଂ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ବିଷୟରେ କିଛି ବି ପତ୍ତା ମିଳିନି।