ଦ୍ୱନ୍ଦ୍ୱ ଶେଷ
ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ନାଟକୀୟ ପରାଜୟ ଓ ଭାଜପାର ଅଭୂତପୂର୍ବ ବିଜୟ ଘଟିଛି। ଶେଷରେ ଦିଲ୍ଲୀର ସିଭିଲ୍ ସର୍ଭାଣ୍ଟମାନେ ଭଲରେ ନିଃଶ୍ୱାସ ମାରିବା ମନେ ହେଉଛି। ଦେଖିବାକୁ ଗଲେ ଗତ ଦଶନ୍ଧିରେ ଭାଜପା କେନ୍ଦ୍ରରେ ଯେତେବେଳେ କ୍ଷମତାକୁ ଆସିଥିଲା ସେତେବେଳେ ଆପ୍ ଦିଲ୍ଲୀର ଶାସନ ଦାୟିତ୍ୱ ନେଇଥିଲା ଓ ସେତେବେଳଠାରୁ ବହୁ ସମୟରେ ଅମଲାତନ୍ତ୍ରୀମାନେ ଅସହଜ ସ୍ଥିତିରେ ଥିବା ଅନୁଭବ କରୁଥିଲେ। ଦୁଇ କ୍ଷମତାସୀନ ସରକାର ମଧ୍ୟରେ ରାଜନୈତିକ ଉତ୍ତେଜନାକୁ ସଞ୍ଚାଳିତ କରିବା ଏତେ […] The post ଦ୍ୱନ୍ଦ୍ୱ ଶେଷ appeared first on Dharitri Odia News.
ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ନାଟକୀୟ ପରାଜୟ ଓ ଭାଜପାର ଅଭୂତପୂର୍ବ ବିଜୟ ଘଟିଛି। ଶେଷରେ ଦିଲ୍ଲୀର ସିଭିଲ୍ ସର୍ଭାଣ୍ଟମାନେ ଭଲରେ ନିଃଶ୍ୱାସ ମାରିବା ମନେ ହେଉଛି। ଦେଖିବାକୁ ଗଲେ ଗତ ଦଶନ୍ଧିରେ ଭାଜପା କେନ୍ଦ୍ରରେ ଯେତେବେଳେ କ୍ଷମତାକୁ ଆସିଥିଲା ସେତେବେଳେ ଆପ୍ ଦିଲ୍ଲୀର ଶାସନ ଦାୟିତ୍ୱ ନେଇଥିଲା ଓ ସେତେବେଳଠାରୁ ବହୁ ସମୟରେ ଅମଲାତନ୍ତ୍ରୀମାନେ ଅସହଜ ସ୍ଥିତିରେ ଥିବା ଅନୁଭବ କରୁଥିଲେ। ଦୁଇ କ୍ଷମତାସୀନ ସରକାର ମଧ୍ୟରେ ରାଜନୈତିକ ଉତ୍ତେଜନାକୁ ସଞ୍ଚାଳିତ କରିବା ଏତେ ସହଜ କାମ ନ ଥିଲା। ତେବେ ଏବକାର ସ୍ଥିତିରେ ଦିଲ୍ଲୀ ସରକାର କେନ୍ଦ୍ରର ଏକ ବିସ୍ତାରିତ ବାହୁ ବା ଶାଖା ଭାବେ କାମ କରିବାର ସମ୍ଭାବନା ରହିଛି ଏବଂ ଏହା ପୂର୍ବରୁ ଦାବି କରୁଥିବା ସ୍ବାୟତ୍ତତା ରହି ନ ପାରେ। କିନ୍ତୁ ଅନ୍ତତଃ ପକ୍ଷେ ଅମଲାତନ୍ତ୍ରୀମାନେ ରାଜନୈତିକ କଟକଣା ମଧ୍ୟରେ ନ ରହି ଆରାମରେ କାମ କରିପାରିବେ ଏବଂ ଏବେ ହୋଇଥିବା ପେ’କମିଶନ ଓ ଆୟକର ଛାଡ଼ରୁ କିଛି ଲାଭ ମିଳିବ ବୋଲି ଆଶା କରାଯାଉଛି। ଏହି ସମୟରେ, ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଧର୍ମେନ୍ଦ୍ର ଏକ ଅମଲାତନ୍ତ୍ରିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାରେ କୌଣସି ସମୟ ନଷ୍ଟ କରି ନାହାନ୍ତି। ଏପରି କି ନୂଆ ସରକାର ଔପଚାରିକ ଭାବେ ଦାୟିତ୍ୱ ନେବା ପୂର୍ବରୁ ଆପ୍ ଶାସନ ସମୟରେ ହୋଇଥିବା ସମସ୍ତ ନିଯୁକ୍ତିର ତାଲିକା ପ୍ରସ୍ତୁତ କରିବା ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଦଳର ସଦସ୍ୟ ଓ ମନ୍ତ୍ରୀଙ୍କ ସହଯୋଗୀଙ୍କ ଦ୍ୱାରା ଚୟନ କରାଯାଇ ଅନୌପଚାରିକ ଭାବେ ଆରାମଦାୟକ ପଦବୀରେ କରାଯାଇଥିବା ନିଯୁକ୍ତିର ମଧ୍ୟ ତାଲିକା କରିବାକୁ ଆଦେଶ ଦିଆଯାଇଛି। ଏକ ଦୃଢ଼ ସରକାର ଥିବାରୁ ଏହା ସ୍ପଷ୍ଟ ସୂଚନା ଦିଏ ଯେ, ଦିଲ୍ଲୀ ସିଭିଲ ସର୍ଭାଣ୍ଟଙ୍କର ଦ୍ୱନ୍ଦ୍ୱ ଶେଷ ହୋଇଛି।
ଅଭିଜ୍ଞତାକୁ ଗୁରୁତ୍ୱ
କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଫେବୃଆରୀ ୨୦୨୫ ପରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ବି.ଭି.ଆର୍. ସୁବ୍ରମଣ୍ୟମ୍ଙ୍କ କାର୍ଯ୍ୟକାଳ ଅଧିକ ଏକ ବର୍ଷ ବୃଦ୍ଧି କରିବା ପାଇଁ ଅଭିଜ୍ଞତାକୁ ଜୋର ଦେବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡ଼ୁଛି। ଶାସନଠାରୁ ଆରମ୍ଭ କରି ବାଣିଜ୍ୟ, ରଣନୀତିକ ନୀତି ନିର୍ଦ୍ଧାରଣରେ ଏହି ବରିଷ୍ଠ ଅମଲାତନ୍ତ୍ରୀଙ୍କର ଏକ ଭଲ ରେକର୍ଡ ରହିଛି। ତେବେ ସୁବ୍ରମଣ୍ୟମ୍ଙ୍କର ନୀତି ଆୟୋଗରେ ରହିବାର ସଙ୍କେତ ମିଳୁଛି। କିନ୍ତୁ ଏଭଳି କାର୍ଯ୍ୟକାଳ ବୃଦ୍ଧି କରି ଦାୟିତ୍ୱରେ ରଖାଯିବା ଭଲ କଥା କି? ଗୋଟିଏ ପଟେ ତାଙ୍କ ନେତୃତ୍ୱ ସ୍ଥାୟିତ୍ୱ ନିଶ୍ଚିତ କରେ। ଜମ୍ମୁ କଶ୍ମୀର ପ୍ରଶାସନଠାରୁ ଆରମ୍ଭ କରି ଭାରତର ବାଣିଜ୍ୟ ରଣନୀତି ପର୍ଯ୍ୟନ୍ତ ଅନେକ ଜଟିଳ ଆହ୍ବାନକୁ ନିୟନ୍ତ୍ରଣ କରିବାରେ ସେ ଗଭୀର ସଂସ୍ଥାଗତ ଜ୍ଞାନ ହାସଲ କରିଛନ୍ତି। ତାଙ୍କ ସମର୍ଥକମାନେ ଯୁକ୍ତି ବାଢ଼ନ୍ତି ଯେ, ଏକ ଦ୍ରୁତ ବିକାଶଶୀଳ ଆର୍ଥିକ ଦୃଶ୍ୟପଟରେ ନୀତି ଆୟୋଗରେ ସ୍ଥିର ନେତୃତ୍ୱ ଦରକାର। ଅନ୍ୟପଟେ ଏହି ପଦକ୍ଷେପ ନୂତନ ବିଚାରର ପଥରୋଧ କରୁଛି ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଭାରତର ନୀତିଗତ ପରିବେଶ ହିଁ ନୂତନତ୍ୱର ବିକାଶକୁ ବାଟ କଢ଼ାଇ ନିଏ ଏବଂ ଶୀର୍ଷ ପଦବୀରେ ପରିବର୍ତ୍ତନ ଏକ ନୂତନ ଶକ୍ତି ଜାଗରଣ କରେ। ଶେଷରେ କାର୍ଯ୍ୟକାଳ ବୃଦ୍ଧି ଦର୍ଶାଏ ଯେ, ସରକାର ପରୀକ୍ଷାନିରୀକ୍ଷାଠାରୁ ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ତାହା ସଫଳ କିମ୍ବା ବିଫଳ ହେବ ଆସନ୍ତାବର୍ଷ ଜଣାପଡ଼ିବ। ନୀତି ଆୟୋଗ ଭାରତର ଆକାଂକ୍ଷା ସହିତ ତାଳଦେଇ ଗତି କରିଥିବା ନୀତି ଗଠନ କରିପାରିବ ନା ଏବକାର ସ୍ଥିତି ଜାରି ରଖିବ, ତାହା ହିଁ ତା’ ପାଇଁ ଅସଲ ପରୀକ୍ଷା।
ସତର୍କଘଣ୍ଟି
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ଥା ରେଡ୍ଡୀ ନିକଟରେ ରାଜ୍ୟ ପ୍ରଶାସନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। ବେଗମପେଟ୍ରେ ଆଇଏଏସ୍ ଅଧିକାରୀଙ୍କର ଏକ ସମାବେଶକୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ ଯେ, ଏବେ କେତେକ ଜିଲାର ଜିଲାପାଳ ଶୀତତାପ ନିୟନ୍ତ୍ରିତ କୋଠରିରୁ ବାହାରକୁ ଯାଇ ଲୋକଙ୍କ ସହ ଜଡ଼ିତ ହେବା ଓ ସେମାନଙ୍କ ସେବା କରିବାକୁ ଅନିଚ୍ଛୁକ ଥିବା ଜଣାପଡ଼ୁଛି। ଏହା ପ୍ରକୃତରେ ଦୁର୍ଭାଗ୍ୟଜନକ, ଯାହା ସିଭିଲ ସର୍ଭାଣ୍ଟଙ୍କ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଆଇଏଏସ୍ ଅଧିକାରୀମାନେ ନୀତି ନିର୍ଦ୍ଧାରଣର ଭଲ ମନ୍ଦ ଦିଗରେ ରାଜନୈତିକ ନେତାଙ୍କୁ ଠିକ୍ ସୂଚନା ଦେବା ଓ ସହଯୋଗ କରିବାର ବେଳ ଏବେ ଚାଲିଯାଇଛି ବୋଲି ରେଡ୍ଡୀ କହିଥିଲେ। ଏହା ବଦଳରେ ସେମାନେ ସେମାନଙ୍କ ରାଜନୈତିକ ବସ୍ଙ୍କୁ ସନ୍ତୁଷ୍ଟ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନେକ ସମୟରେ ମଧ୍ୟ ସେମାନେ ରାଜନୈତିକ ନେତାଙ୍କୁ ଭୁଲ୍ ବାଟରେ ଯିବାକୁ ଉତ୍ସାହିତ କରୁଛନ୍ତି। ତାହା ପ୍ରକୃତରେ ଶାସନ ନୁହେଁ, ତାହା ହେଉଛି ଏକ ଦୁର୍ବଳ ଗୋଷ୍ଠୀଗତ ବିଚାର, ଯାହାର ଏକ ବିପଜ୍ଜନକ ପ୍ରଭାବ ରହିଛି। ଗୋଟିଏ ସମୟ ଥିଲା ଯେତେବେଳେ ଅବସରପ୍ରାପ୍ତ ଅଧିକାରୀ ଏମ୍. ଗୋପାଳକ୍ରିଷ୍ଣନଙ୍କ ଭଳି ଅମଲାତନ୍ତ୍ରୀମାନେ ନୀତିନିର୍ଦ୍ଧାରଣରେ ସିଧାସଳଖ ଜଡ଼ିତ ରହୁଥିଲେ। ସେମାନେ କ୍ଷେତ୍ର ବା ଫିଲ୍ଡରେ ସମୟ କାଟି ତୃଣମୂଳ ସ୍ତରର ବାସ୍ତବତାକୁ ଅନୁଭବ କରିବା ସହ ସରକାର ଓ ଶାସନ ମଧ୍ୟରେ ସଂଯୋଗ ରକ୍ଷା କରୁଥିଲେ। ଏବେ କିନ୍ତୁ ଅନେକ ଅଧିକାରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ବଦଳରେ ଘରେ ରହୁଥିବା ମନେହେଉଛି। ଅବଶ୍ୟ ସବୁ ବାବୁ ଏହା କରୁନାହାନ୍ତି ବୋଲି ରେଡ୍ଡୀ କହିଥିଲେ। ତେବେ ଏଥିରୁ ବୁଝାପଡ଼ୁଛି ଯେ, ରେଡ୍ଡୀଙ୍କ ମନ୍ତବ୍ୟ ପ୍ରଶାସକମାନଙ୍କ ପାଇଁ ଏକ ସତର୍କ ଘଣ୍ଟି। ଶାସନ କେବଳ କାଗଜକଲମରେ ସୀମିତ ନୁହେଁ, ଏହା ଲୋକଙ୍କ ପାଇଁ।
ଦିଲ୍ଲୀକା ବାବୁ
Email: dilipcherian@gmail.com
The post ଦ୍ୱନ୍ଦ୍ୱ ଶେଷ appeared first on Dharitri Odia News.