ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ
ଓ୍ବାର୍ସା,୨ା୯:ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀର ଗଣହତ୍ୟାରେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ମୃତକଙ୍କ ଦେହାବଶେଷକୁ ପୋଲାଣ୍ଡ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କବର ଦେଇଛି। ଏହି ଦେହାବଶେଷଗୁଡ଼ିକ ନିକଟରେ ତଥାକଥିତ ଭ୍ୟାଲି ଅଫ୍ ଡେଥ୍ (ମୃତ୍ୟୁ ଉପତ୍ୟକା)ରୁ ବାହାର କରାଯାଇଥିଲା। ସେମାନଙ୍କ ପାଇଁ ବାସିଲିକାରେ ଗଣସତ୍କାର କରାଯିବା ସହ ଚୋଜ୍ନିସ୍ ସହରରେଶୋକ ପାଳନ କରାଯାଇଥିଲା। ପରେ ସ୍ଥାନୀୟ ଶ୍ମଶାନରେ ସାମରିକ ମର୍ଯ୍ୟାଦାର ସହ କବର ଦିଆଯାଇଥିଲା। ଐତିହାସିକମାନଙ୍କ ମତରେ ୧୯୩୯ ସେପ୍ଟେମ୍ବର ୧ରେ ଜର୍ମାନୀର ନାଜି […] The post ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ appeared first on Dharitri Odia News.
ଓ୍ବାର୍ସା,୨ା୯:ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀର ଗଣହତ୍ୟାରେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ମୃତକଙ୍କ ଦେହାବଶେଷକୁ ପୋଲାଣ୍ଡ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କବର ଦେଇଛି। ଏହି ଦେହାବଶେଷଗୁଡ଼ିକ ନିକଟରେ ତଥାକଥିତ ଭ୍ୟାଲି ଅଫ୍ ଡେଥ୍ (ମୃତ୍ୟୁ ଉପତ୍ୟକା)ରୁ ବାହାର କରାଯାଇଥିଲା। ସେମାନଙ୍କ ପାଇଁ ବାସିଲିକାରେ ଗଣସତ୍କାର କରାଯିବା ସହ ଚୋଜ୍ନିସ୍ ସହରରେଶୋକ ପାଳନ କରାଯାଇଥିଲା। ପରେ ସ୍ଥାନୀୟ ଶ୍ମଶାନରେ ସାମରିକ ମର୍ଯ୍ୟାଦାର ସହ କବର ଦିଆଯାଇଥିଲା। ଐତିହାସିକମାନଙ୍କ ମତରେ ୧୯୩୯ ସେପ୍ଟେମ୍ବର ୧ରେ ଜର୍ମାନୀର ନାଜି ଶାସକମାନେ ପୋଲାଣ୍ଡ ଦଖଲ କରିବା ପରେ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ୧୯୪୫ ଜାନୁଆରୀରେ ଜର୍ମାନମାନେ ଉକ୍ତ ଅଞ୍ଚଳ ଛାଡ଼ି ପଳାଇବା ସମୟରେ ମଧ୍ୟ କେତେଜଣଙ୍କୁ ହତ୍ୟା କରିଥିଲେ। ଏହି ଯୁଦ୍ଧରେ ପୋଲାଣ୍ଡ ୬ ନିୟୁତ ନାଗରିକଙ୍କୁ ହରାଇଥିଲା, ଯାହାର ଅଧା ଇହୁଦୀ ଥିଲେ।
The post ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ appeared first on Dharitri Odia News.