ରାଶିଫଳ: ମଙ୍ଗଳବାର , ଫେବୃଆରୀ ୨୭ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ଉଚ୍ଚସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିବ। ବ୍ୟୟଭାର ବୃଦ୍ଧି ପାଇଲେ ମଧ୍ୟ ଅଧାପନ୍ତରିଆ କାମକୁ ପୂର୍ଣ୍ଣାଙ୍ଗ କରିବା ସୂଚନା ରହିଛି। ସାମାଜିକ ସ୍ତରରେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ବୃଷ କୋଣଭାବସ୍ଥ ଚନ୍ଦ୍ର ସହ କେତୁ ସନ୍ତାନହେତୁକ କଳହର ଆଶଙ୍କା ରହିଛି। ରାହୁଙ୍କ ପ୍ରଭାବରୁ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। […] The post ରାଶିଫଳ: ମଙ୍ଗଳବାର , ଫେବୃଆରୀ ୨୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୨୭  ତାରିଖ – Daily Horoscope
ମେଷ
ଆଜି କର୍ମାଧିପ ଉଚ୍ଚସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ସାଙ୍ଗକୁ ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମିଳିବ। ବ୍ୟୟଭାର ବୃଦ୍ଧି ପାଇଲେ ମଧ୍ୟ ଅଧାପନ୍ତରିଆ କାମକୁ ପୂର୍ଣ୍ଣାଙ୍ଗ କରିବା ସୂଚନା ରହିଛି। ସାମାଜିକ ସ୍ତରରେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପୂର୍ବ ଶତ୍ରୁତାକୁ ଦୋହରାଇ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି।
ବୃଷ
ବୃଷ
କୋଣଭାବସ୍ଥ ଚନ୍ଦ୍ର ସହ କେତୁ ସନ୍ତାନହେତୁକ କଳହର ଆଶଙ୍କା ରହିଛି। ରାହୁଙ୍କ ପ୍ରଭାବରୁ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ। ନିର୍ମାଣ, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଶୁକ୍ର ଓ ମଙ୍ଗଳ ରୋଗପୀଡ଼ା କମାଇବାରେ ସାହାଯ୍ୟ କରିବ ଏବଂ ଋଣ ପରିଶୋଧ କରିବେ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାକି ନୂତନ ସମସ୍ୟାକୁ ଜନ୍ମଦେଇପାରେ। ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧହେବେ।
କର୍କଟ
କର୍କଟ
ରାହୁଦୃଷ୍ଟ ଚନ୍ଦ୍ର ମାନସିକ ସ୍ଥିତିକୁ ଅସ୍ଥିର ରଖିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ରବିଙ୍କ ପ୍ରଭାବରେ ଆର୍ଥିକ ଅଭିବୃଦ୍ଧି, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ତଥା ସାମଜିକ ସମ୍ମାନ ଦାନରେ ସହାୟକ ହେବ। ଶୁକ୍ର ଓ ମଙ୍ଗଳଙ୍କ ପ୍ରଭାବରୁ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ମୁଖଭାବସ୍ଥ ଗ୍ରହ ଆପଣଙ୍କ ଦ୍ୱନ୍ଦ୍ୱଯୁକ୍ତ ଶ୍ଳେଷାମତ୍କ କଥାରେ ବନ୍ଧୁବର୍ଗଙ୍କ ମନରେ ବିସ୍ମୟଭାବ ସୃଷ୍ଟି କରିବ। ଆମତ୍ବିଶ୍ୱାସ ବଳରେ ପରିସ୍ଥିତିକୁ ସାମ୍‌ନା କରିପାରିବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଷ୍ପତ୍ତି ବଦଳାଇ ସମାଲୋଚିତ ହେବେ।
କନ୍ୟା
ମାନସିକ ସ୍ଥିତି ଭଲ ନ ଥିବାରୁ ପ୍ରତ୍ୟେକ କଥାକୁ ନକାରାମତ୍କ ଦୃଷ୍ଟିକୋଣରୁ ଚିନ୍ତାକରିବେ। ସମସ୍ତ ସୁବିଧା ଥିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଆଜି ଗୃହସୀମା ସମ୍ପର୍କିତ ସମସ୍ୟାଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
ମଙ୍ଗଳଙ୍କ ପରୋକ୍ଷ ପ୍ରଭାବଜନିତ ଆପଣଙ୍କ କଠୋର ନିଷ୍ପତ୍ତି ପାରିବାରିକ ଜୀବନକୁ ଦୋହଲାଇଦେଇପାରେ। ବାହାର ଦୁନିଆରେ ବନ୍ଧୁଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆଜି କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ।
ବିଛା
ବିଛା
ରାଶ୍ୟାଧିପ ଉଚ୍ଚସ୍ଥ ଏବଂ ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଦିନଟି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସମୟୋପଯୋଗୀ ପଦକ୍ଷେପ ନେଇ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ। ବନ୍ଧୁଙ୍କ ସହାୟତାରେ ବହୁ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ଧନୁ
ଧନୁ
ଆପଣଙ୍କ ଅର୍ଥନୈତିକ ପ୍ରଗତି ହେବ। ପାରିବାରିକ ଓ କର୍ମକ୍ଷେତ୍ରରେ ଟେନ୍‌ସନ କମିଯିବ ଓ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବନାହିଁ। ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇବାରେ ସାମାନ୍ୟ ବିଳମ୍ବ ଘଟିପାରେ। ବିଶେଷ କିଛି କାରଣ ନ ଥାଇ ମଧ୍ୟ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ମକର
ମକର
ସପ୍ତମାଧିପ ନବମସ୍ଥ ହୋଇ ପାପଯୁକ୍ତ ହେତୁ ପ୍ରିୟବନ୍ଧୁଟି ସହ ମତାନ୍ତର ସୂଚନା ରହିଛି। ବିଭିନ୍ନ ସମସ୍ୟା ମଧ୍ୟରେ ବନ୍ଧୁ ଓ ପଡ଼ୋଶୀଙ୍କ ସାହାଯ୍ୟର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଆଜିର ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ଦ୍ୱାରା ବିପରୀତ ରାଜଯୋଗ ସୃଷ୍ଟି ହେଉଥିବାରୁ ଶତ୍ରୁତାର ଅବସାନ ଘଟିବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ସାଧନକରି ଆଶ୍ୱସ୍ତି ଲଭିବେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ, ପରୋକ୍ଷ ଶତ୍ରୁତା, ବ୍ୟବସାୟିକ ସମସ୍ୟା ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ମୀନମୀନ

ବୃହସ୍ପତିଙ୍କ ଅନୁକମ୍ପାରୁ ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗକରି ଆଶ୍ୱସ୍ତି ଅନୁଭବ କରିବେ। ମାଲି ମାକଦ୍ଦମାରେ ସଫଳତା ହାସଲ କରିବେ ଏବଂ ସାମାଜିକ କ୍ଷେତ୍ର୍ର ସରଳୀକୃତ ରହିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ଧର୍ମକାର୍ଯ୍ୟରେ ବ୍ୟୟ କିମ୍ବା ଦୂରଯାତ୍ରାର ମସୁଧା କରିବେ।

The post ରାଶିଫଳ: ମଙ୍ଗଳବାର , ଫେବୃଆରୀ ୨୭ ତାରିଖ – Daily Horoscope appeared first on Dharitri Odia News.