କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ
ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟୁଇଟର ମ୍ୟାନ ଆସି ଏକତ୍ରିତ ହୋଇଥିଲେ। ଯେଉଁମାନେ ସିଧାସଳଖ ସରକାରଙ୍କୁ ସମାଜରେ ହେଉଥିବା ଦୁର୍ନୀତି, ଅସହାୟଙ୍କ ପାଇଁ ସ୍ବର ଉତ୍ତୋଳନ, ସମାଜରେ ସାମୁହିକ ଆବଶ୍ୟକତାକୁ ନିଜ ଟୁଇଟ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଥାନ୍ତି। ସେହିପରି କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମର ଟୁଇଟର […] The post କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ appeared first on Dharitri Odia News.
ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟୁଇଟର ମ୍ୟାନ ଆସି ଏକତ୍ରିତ ହୋଇଥିଲେ। ଯେଉଁମାନେ ସିଧାସଳଖ ସରକାରଙ୍କୁ ସମାଜରେ ହେଉଥିବା ଦୁର୍ନୀତି, ଅସହାୟଙ୍କ ପାଇଁ ସ୍ବର ଉତ୍ତୋଳନ, ସମାଜରେ ସାମୁହିକ ଆବଶ୍ୟକତାକୁ ନିଜ ଟୁଇଟ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଥାନ୍ତି।
ସେହିପରି କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମର ଟୁଇଟର ମ୍ୟାନ ଆମନ ଚନ୍ଦ୍ର ନାୟକଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୪୮୫୦ ରୁ ଉର୍ଦ୍ଧ ଟୁଇଟ, ୬୩୦ରୁ ଉର୍ଦ୍ଧ ଅନଲାଇନ୍ ଅଭିଯୋଗ, ୨୦୦ରୁ ଉର୍ଦ୍ଧ୍ୱ ଇମେଲ କରିସାରିଲେଣି। ତାଙ୍କ ଟୁଇଟ୍ ଦ୍ୱାରା ଅନେକ ସମସ୍ୟାର ସମାଧାନ ହେଉଥିବାରୁ ସେ ଏବେ ସ୍ଥାନୀୟ ଅଞ୍ଚଳରେ ଟୁଇଟର ମ୍ୟାନ୍ ଭାବେ ବେଶ ପରିଚିତ।
ତାଙ୍କ ଟୁଇଟ୍ ମାଧ୍ୟମରେ ଅନେକ ଅସହାୟ ଗରିବ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟେଇ ଦେଉଛି। ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଏହାକୁ ସମାଜ ସେବା ନିମନ୍ତେ ଏକ ନିଆରା ଢ଼ଙ୍ଗରେ ବ୍ୟବହାର କରୁଛନ୍ତି।
ଫଟୋ-ବିଏମ-୧୨-୧୮-କନ୍ଧମାଳ ଟୁଇଟର ମେନଙ୍କୁ ସମ୍ମାନିତ କରୁଛନ୍ତି ଅତିଥି
The post କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ appeared first on Dharitri Odia News.