ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ। ପରିବାରର ଭରଣପୋଷଣରେ ମଧ୍ୟ ଧନର ଆବଶ୍ୟକତା ରହିଛି। ଏଥିଲାଗି ରୋଜଗାର କରିବାକୁ ଲୋକମାନେ ଦିନରାତି ପରିଶ୍ରମ କରିଥାନ୍ତି। ହେଲେ ଯେତିକି ଆବଶ୍ୟକ ସେତିକି ଧନ୍ୟ ଉପାର୍ଜନ କରିବା ଉଚିତ। କାରଣ ଟଙ୍କା ଆଉଥରେ ରୋଜଗାର କରିହେବ, ହେଲେ ଟଙ୍କା ରୋଜଗାର କରିବାକୁ ଯାଇ ଅନେକ ଥର ବହୁତ କିଛି […] The post ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ appeared first on Dharitri Odia News.

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ। ପରିବାରର ଭରଣପୋଷଣରେ ମଧ୍ୟ ଧନର ଆବଶ୍ୟକତା ରହିଛି। ଏଥିଲାଗି ରୋଜଗାର କରିବାକୁ ଲୋକମାନେ ଦିନରାତି ପରିଶ୍ରମ କରିଥାନ୍ତି। ହେଲେ ଯେତିକି ଆବଶ୍ୟକ ସେତିକି ଧନ୍ୟ ଉପାର୍ଜନ କରିବା ଉଚିତ। କାରଣ ଟଙ୍କା ଆଉଥରେ ରୋଜଗାର କରିହେବ, ହେଲେ ଟଙ୍କା ରୋଜଗାର କରିବାକୁ ଯାଇ ଅନେକ ଥର ବହୁତ କିଛି ପଛରେ ରହିଯାଏ ଯାହା ଧନଠାରୁ ମୂଲ୍ୟବାନ। ଚାଣକ୍ୟ ଏଭଳି ତିନୋଟି ଜିନିଷ ବିଷୟରେ କହିଛନ୍ତି ଯାହା ହଜାଇଲେ ବ୍ୟକ୍ତି ପାଖରେ ଧନ ଥାଇ ବି କାଙ୍ଗାଳ ରହିଥାଏ।

-ପ୍ରେମ ଆଗରେ ସବୁ ବେକାର: ଚାଣକ୍ୟ କୁହନ୍ତି ଜୀବନରେ ଧନ ଯେତିକି ଲୋଡା ସେତିକି ପ୍ରେମ। ଜୀବନରେ ଉଭୟ ବହୁତ ଜରୁରୀ। କେହି କେହି ଟଙ୍କା ପଛରେ ଦୌଡ଼ି ପରିବାର ଛାଡ଼ି ଦିଅନ୍ତି ତ କେହି ପ୍ରେମ ପାଇଁ ଧନସମ୍ପତ୍ତି ତ୍ୟାଗ କରିଦିଅନ୍ତି। ହେଲେ ଧନ ପାଇଁ ପ୍ରେମକୁ ତ୍ୟାଗ କରିଦେବା ମୁର୍ଖାମୀ। କାହିଁକିନା ପ୍ରେମ ଆଗରେ ଟଙ୍କାପଇସାର କୌଣସି ମୂଲ୍ୟ ନାହିଁ। ସମ୍ପର୍କ ଭିତରେ ଟଙ୍କାପଇସାକୁ କେବେ ବି ଆଣିବା ଉଚିତ ନୁହେଁ। କାହିଁକିନା କେହି ଯେତେବି ଧନି ହୋଇଥାଉନା କାହିଁକି ପ୍ରେମକୁ କିଣିପାରିବ ନାହିଁ।

-ଧର୍ମ ହେଉଛି ଧନଠାରୁ ବଡ଼: ଚାଣକ୍ୟ କୁହନ୍ତି ମନୁଷ୍ୟ ଯେଉଁ ଧର୍ମର ହୋଇଥାଉନା କାହିଁକି ସେ ଧର୍ମକୁ ସର୍ବଦା ଧନର ଉପରେ ରଖିବା ଉଚିତ। କାହିଁକିନା ଧର୍ମ ହିଁ ମନୁଷ୍ୟକୁ ଠିକ୍‌ କେଉଁଟା ଭୁଲ କେଉଁଟା ଚିହ୍ନାଇଥାଏ। ଚାଣକ୍ୟ କୁହନ୍ତି କୌଣସି ବ୍ୟକ୍ତି ରୋଜଗାର ଲାଗି ନିଜର ଧର୍ମ ତ୍ୟାଗ କରିଦେଲେ ସମାଜରେ ପ୍ରତିଷ୍ଠା ଶେଷ ହୋଇଯାଏ। ଧର୍ମ ବିନା ବ୍ୟକ୍ତି ଖରାପ ରାସ୍ତାରେ ଯାଇଥାଏ ବୋଲି ସେ କହିଛନ୍ତି।

-ସ୍ବାଭିମାନ ତ୍ୟାଗ କରନ୍ତୁ ନାହିଁ: ଚାଣକ୍ୟ କୁହନ୍ତି ବ୍ୟକ୍ତିର ସ୍ବାଭିମାନ ଆଗ। ସ୍ବାଭିମାନ ଅନୁସାରେ ତାର ପରିଚୟ ସୃଷ୍ଟି ହୁଏ। ପରିଶ୍ରମ କରି ଧନ ଅର୍ଜନ କରିହୁଏ, ହେଲେ ଥରେ ଆତ୍ମବିଶ୍ୱାସ ଚାଲିଯାଏ ତେବେ ତାକୁ ପାଇବା ମୁସ୍କିଲ। ସ୍ବାଭିମାନ ପାଇଁ ଧନକୁ ତ୍ୟାଗ କରିବାରୁ ପଛଘୁଞ୍ଚା ଦେବା ଉଚିତ ନୁହେଁ।

The post ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ appeared first on Dharitri Odia News.