ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: କଂସ ରାଜୁତିରେ ଦୁଲୁକିବ ନଗର

ପାଟଣାଗଡ଼ ୩୧।୧୨ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ଗଙ୍ଗାଧର ପାର୍କ ଠାରେ ସୋମବାର ରାତିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଝାରୀ, ଥାନାଅଧିକାରୀ ହରିବନ୍ଧୁ ଗଡତ୍ୟା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁଶାନ୍ତ ମହାନ୍ତି, ଉପସଭାପତି ଫାଜେଶ ଖାନ, ସମ୍ପାଦକ ଦିଲ୍ଲୀପ ଦାସ, ସହସମ୍ପାଦକ ଦିଲିପ ବଗର୍ତ୍ତୀ, କୋଷାଧ୍ୟକ୍ଷ […] The post ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: କଂସ ରାଜୁତିରେ ଦୁଲୁକିବ ନଗର appeared first on Dharitri Odia News.

ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: କଂସ ରାଜୁତିରେ ଦୁଲୁକିବ ନଗର

ପାଟଣାଗଡ଼ ୩୧।୧୨ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ଗଙ୍ଗାଧର ପାର୍କ ଠାରେ ସୋମବାର ରାତିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଝାରୀ, ଥାନାଅଧିକାରୀ ହରିବନ୍ଧୁ ଗଡତ୍ୟା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁଶାନ୍ତ ମହାନ୍ତି, ଉପସଭାପତି ଫାଜେଶ ଖାନ, ସମ୍ପାଦକ ଦିଲ୍ଲୀପ ଦାସ, ସହସମ୍ପାଦକ ଦିଲିପ ବଗର୍ତ୍ତୀ, କୋଷାଧ୍ୟକ୍ଷ ଅଶିନୀ ସାହୁଙ୍କ ସମେତ ଧନୁଯାତ୍ରା ମହୋତ୍ସବ କମିଟିର କର୍ମକର୍ତାମାନେ ମଞ୍ଚାସୀନ ଥିଲେ ।
ଏହି ଧନୁଯାତ୍ରା ଆସନ୍ତା ୫ ତାରିଖରେ ଉଦଯାପିତ ହେବ। ଉଦ୍‌ଘାଟନୀ ସଭା ପରେ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା। ମଥୁରା ନଗରୀର ରାଜା ଉଗ୍ରସେନଙ୍କ ମଥୁରା ନଗରୀ ପରିଭ୍ରମଣ କରି ଦରବାରରେ ପହଞ୍ଚିବା, ଯୁବରାଜ କଂସଙ୍କ ମୂଗୟା ଯାତ୍ରା, ଦେବକୀ ବସୁଦେବ ଶୁଭବିବାହ, ଶୂନ୍ୟବାଣୀ ଶୁଣି ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିବା, ଉଗ୍ରସେନଙ୍କୁ ରାଜିଚ୍ୟୁତ କରି କଂସ ସିଂହାସନ ଆରୋହଣ କରିବା ଆଦି ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।

The post ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: କଂସ ରାଜୁତିରେ ଦୁଲୁକିବ ନଗର appeared first on Dharitri Odia News.