ଧବଳେଶ୍ବରରେ ମହାଶିବରାତ୍ରି, ମୁତୟନ ହେବେ ୮ ପ୍ଲାଟୁନ ପୋଲିସ ଫୋର୍ସ
ଡେସ୍କ: ରାଜ୍ୟର ଶୈବ ପୀଠ ଗୁଡିକରେ ଆସନ୍ତାକାଲି (ବୁଧବାର) ମହାଶିବରାତ୍ରି ପାଳନ ହେବାକୁ ଥିବା ବେଳେ ଧବଳେଶ୍ବରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ଲାଗି ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାଶିବରାତ୍ରି ଲାଗି ପୀଠ ପରିସରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୀଠ ପରିସରରେ ୩୦ ଜଣ ପୁଲିସ ଅଫିସର ଓ ଓଡ୍ରାଫ ସହ […]

ଡେସ୍କ: ରାଜ୍ୟର ଶୈବ ପୀଠ ଗୁଡିକରେ ଆସନ୍ତାକାଲି (ବୁଧବାର) ମହାଶିବରାତ୍ରି ପାଳନ ହେବାକୁ ଥିବା ବେଳେ ଧବଳେଶ୍ବରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ସୁରକ୍ଷା ବ୍ୟବସ୍ଥା ତଦାରଖ ଲାଗି ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାଶିବରାତ୍ରି ଲାଗି ପୀଠ ପରିସରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ପୀଠ ପରିସରରେ ୩୦ ଜଣ ପୁଲିସ ଅଫିସର ଓ ଓଡ୍ରାଫ ସହ ଅଗ୍ନିଶମ ଟିମ୍ ମଧ୍ୟ ମୁତୟନ ରହିବେ। କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ ମାଧ୍ୟମରେ ସିସିଟିଭି ଉପରେ ନଜର ରଖାଯିବ ବୋଲି ଏସ୍ପି ଶ୍ରୀ ସିଂ କହିଛନ୍ତି।