ଧମତରୀରେ ଚିତାବାଘ ଆତଙ୍କ : ୩ ବର୍ଷର ଶିଶୁକୁ ଟାଣିନେଇ ଖାଇ ଯାଇଥିବା ସୂଚନା

ଉମରକୋଟ ୭।୮: ଛତିଶଗଡର ଧମତରୀ ଜିଲ୍ଲା ଚିତା ବାଘ ଆତଙ୍କ । ୩ ବର୍ଷର ଶିଶୁକୁ ଟାଣି ନେଲା ବାଘ । ଘର ନିକଟରୁ ଚିତା ବାଘ ଶିଶୁକୁ ଟାଣି ନେଇ ଖାଇଯାଇଥିବା ସୂଚନା ମିଳିଛି । ଗତ କିଛି ବର୍ଷ ତଳେ ଏହି ଅଂଚଳ ରୁ ଓଡିଶା ର ଗୋଟେ ଶିଶୁ କୁ ଶିକାର କରିଥିଲା ବାଘ।ଓଡିଶା ଛତିଶଗଡ଼ ସୀମାନ୍ତ ବିର୍ଗୁରୀ ଜଙ୍ଗଲ ପରିସରର କରମୁଦ ଗ୍ରାମରୁ ଆସିଛି ଦୁଃଖଦ ଘଟଣା  । ରବିବାର ଦିନ ସନ୍ଧ୍ୟା ୭ଟା ସମୟରେ ଯୋଗେଶ ମରକାମଙ୍କ ୩ ବର୍ଷର ପୁଅ ହ୍ରିତିକ ନିକଟ ବଗିଚାରେ ହାତ ଧୋଇବାକୁ ଯାଇ ଆଉ ଫେରି ନଥିଲେ । କିଛି ସମୟ ବିତିଯାଇଥିଲେ ମଧ୍ୟ ପିଲାଟି ଫେରି ନଥିବାରୁ ପରିବାର ସଦସ୍ୟ ବାହାରକୁ ଯାଇ ଦେଖିଲେ କିନ୍ତୁ ପିଲାଟି ସେଠାରେ ନଥିଲା । ପରେ ଚିନ୍ତିତ ପରିବାର ସଦସ୍ୟ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ଘର ପାଖରେ ତାଙ୍କୁ ମିଳିଲା ନାହିଁ, ଖୋଜାଖୋଜି ସମୟରେ ଚିତାବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ଏହି କାରଣରୁ ଚିତାବାଘ ପିଲାଟିକୁ ନେଇ ଯାଇଥିବା ଅନୁମାନ କରାଯାଇଥିଲା । ଯାହା ଆଶଙ୍କା କରାଯାଉଛି ଯେ, ଚିତାବାଘ ହୁଏତ ଶିଶୁ ଉପରେ ଆକ୍ରମଣ କରିଥଲା । ଏହାପରେ ପୋଲିସ ଏବଂ ରେଞ୍ଜର ଦୀପକ ଗାୱଡେ ଟିମ୍ ସହ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ । ଦୁଇ ଦିନ ପରେ ମଙ୍ଗଳବାର ଘର ନିକଟସ୍ଥ ଜଙ୍ଗଲରୁ ଶିଶୁର କଟାମୁଣ୍ଡ ଓ ପାଉଜି ଅନ୍ୟାନ୍ୟ ସାମଗ୍ରୀ ମିଳିବା ପରେ ବାଘ ଖାଇଥିବା ସ୍ପଷ୍ଟ ହୋଇଥିଲା । ଏହାକୁ ନେଇ ଏବେ ଅଞ୍ଚଳବାସୀ ଆତଙ୍କିତ

ଧମତରୀରେ ଚିତାବାଘ ଆତଙ୍କ : ୩ ବର୍ଷର ଶିଶୁକୁ ଟାଣିନେଇ ଖାଇ ଯାଇଥିବା ସୂଚନା

ଉମରକୋଟ ୭ଛତିଶଗଡର ଧମତରୀ ଜିଲ୍ଲା ଚିତା ବାଘ ଆତଙ୍କ । ୩ ବର୍ଷର ଶିଶୁକୁ ଟାଣି ନେଲା ବାଘ । ଘର ନିକଟରୁ ଚିତା ବାଘ ଶିଶୁକୁ ଟାଣି ନେଇ ଖାଇଯାଇଥିବା ସୂଚନା ମିଳିଛି । ଗତ କିଛି ବର୍ଷ ତଳେ ଏହି ଅଂଚଳ ରୁ ଓଡିଶା ର ଗୋଟେ ଶିଶୁ କୁ ଶିକାର କରିଥିଲା ବାଘ।

ଓଡିଶା ଛତିଶଗଡ଼ ସୀମାନ୍ତ ବିର୍ଗୁରୀ ଜଙ୍ଗଲ ପରିସରର କରମୁଦ ଗ୍ରାମରୁ ଆସିଛି ଦୁଃଖଦ ଘଟଣା  । ରବିବାର ଦିନ ସନ୍ଧ୍ୟା ୭ଟା ସମୟରେ ଯୋଗେଶ ମରକାମଙ୍କ ୩ ବର୍ଷର ପୁଅ ହ୍ରିତିକ ନିକଟ ବଗିଚାରେ ହାତ ଧୋଇବାକୁ ଯାଇ ଆଉ ଫେରି ନଥିଲେ । କିଛି ସମୟ ବିତିଯାଇଥିଲେ ମଧ୍ୟ ପିଲାଟି ଫେରି ନଥିବାରୁ ପରିବାର ସଦସ୍ୟ ବାହାରକୁ ଯାଇ ଦେଖିଲେ କିନ୍ତୁ ପିଲାଟି ସେଠାରେ ନଥିଲା । ପରେ ଚିନ୍ତିତ ପରିବାର ସଦସ୍ୟ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ଘର ପାଖରେ ତାଙ୍କୁ ମିଳିଲା ନାହିଁ, ଖୋଜାଖୋଜି ସମୟରେ ଚିତାବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ଏହି କାରଣରୁ ଚିତାବାଘ ପିଲାଟିକୁ ନେଇ ଯାଇଥିବା ଅନୁମାନ କରାଯାଇଥିଲା । ଯାହା ଆଶଙ୍କା କରାଯାଉଛି ଯେ, ଚିତାବାଘ ହୁଏତ ଶିଶୁ ଉପରେ ଆକ୍ରମଣ କରିଥଲା । ଏହାପରେ ପୋଲିସ ଏବଂ ରେଞ୍ଜର ଦୀପକ ଗାୱଡେ ଟିମ୍ ସହ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ । ଦୁଇ ଦିନ ପରେ ମଙ୍ଗଳବାର ଘର ନିକଟସ୍ଥ ଜଙ୍ଗଲରୁ ଶିଶୁର କଟାମୁଣ୍ଡ ଓ ପାଉଜି ଅନ୍ୟାନ୍ୟ ସାମଗ୍ରୀ ମିଳିବା ପରେ ବାଘ ଖାଇଥିବା ସ୍ପଷ୍ଟ ହୋଇଥିଲା । ଏହାକୁ ନେଇ ଏବେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ସୂଚନା ମିଳିଛି ।

You Can Read:

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ : ଜଣେ ବୃଦ୍ଧଙ୍କ ମୃତ୍ୟୁ