୯୮୧ ପ୍ରାର୍ଥୀ ଦଖଲ କଲେ ୧,୫୨୧ ପ୍ରାର୍ଥିପତ୍ର; ଶନିବାର ଯାଞ୍ଚ, ରବିବାର ପ୍ରତ୍ୟାହାର

ନୂଆଦିଲ୍ଲୀ: ଫେବ୍ରୁଆରୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜଧାନୀରେ ରାଜନୀତି ସରଗରମ ହୋଇଛି । ପ୍ରଚାର ଜୋରଦାର ଧରିଥିବା ବେଳେ ଭୋଟରଙ୍କ ସାମ୍ନାରେ ପ୍ରତିଶ୍ରୁତିର ପାହାଡ଼ ରଖୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଜାନୁଆରୀ ୧୭ ତାରିଖରୁ ଶେଷ ହୋଇଛି । ୭୦ ବିଧାନସଭା ଆସନରେ ୯୮୧ ପ୍ରାର୍ଥୀ ମୋଟ୍ ୧,୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୬୮୦ଜଣ କେବଳ ୧୭ ତାରିଖରେ ପ୍ରର୍ଥିପତ୍ର ଦାଖଲ କରିଛନ୍ତି । ଜାନୁଆରୀ ୧୮ ତାରିଖ ଅର୍ଥାତ୍ ଶନିବାର ଦିନ ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବ । ସେହିପରି ନାମାଙ୍କନ ପ୍ରତ୍ୟାହାର ପାଇଁ ଗୋଟିଏ ଦିନ ଜାନୁଆରୀ ୨୦ ତାରିଖ ଧାର୍ଯ୍ୟ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ସର୍ବାଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି । ନୂଆ ଦିଲ୍ଲୀରୁ ପ୍ରାୟ ମୋଟ୍ ୨୯ଜଣ ପ୍ରାର୍ଥୀ ୪୦ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ନିଜେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ରହିଛନ୍ତି । ତାଙ୍କ ସାମ୍ନାରେ ବିଜେପିର ପ୍ରବେଶ ସାହୀବ ସିଂହ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ୍ ରହିଛନ୍ତି । କସ୍ତୁରବା ନଗର ବିଧାନସଭା ଆସନରୁ ସବୁଠୁ କମ୍ ନାମାଙ୍କନ ପତ୍ର ଦାଖଲ ହୋଇଛି । ଏହି ବିଧାନସଭା କ୍ଷେତ୍ରରୁ ମାତ୍ର 6ଜଣ ପ୍ରାର୍ଥୀ 9 ପ୍ରାର୍ଥିପତ୍ର ଦାଖଲ କରିଛନ୍ତ

୯୮୧ ପ୍ରାର୍ଥୀ ଦଖଲ କଲେ ୧,୫୨୧ ପ୍ରାର୍ଥିପତ୍ର; ଶନିବାର ଯାଞ୍ଚ, ରବିବାର ପ୍ରତ୍ୟାହାର

ନୂଆଦିଲ୍ଲୀ: ଫେବ୍ରୁଆରୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜଧାନୀରେ ରାଜନୀତି ସରଗରମ ହୋଇଛି । ପ୍ରଚାର ଜୋରଦାର ଧରିଥିବା ବେଳେ ଭୋଟରଙ୍କ ସାମ୍ନାରେ ପ୍ରତିଶ୍ରୁତିର ପାହାଡ଼ ରଖୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଜାନୁଆରୀ ୧୭ ତାରିଖରୁ ଶେଷ ହୋଇଛି । ୭୦ ବିଧାନସଭା ଆସନରେ ୯୮୧ ପ୍ରାର୍ଥୀ ମୋଟ୍ ୧,୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୬୮୦ଜଣ କେବଳ ୧୭ ତାରିଖରେ ପ୍ରର୍ଥିପତ୍ର ଦାଖଲ କରିଛନ୍ତି । ଜାନୁଆରୀ ୧୮ ତାରିଖ ଅର୍ଥାତ୍ ଶନିବାର ଦିନ ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବ । ସେହିପରି ନାମାଙ୍କନ ପ୍ରତ୍ୟାହାର ପାଇଁ ଗୋଟିଏ ଦିନ ଜାନୁଆରୀ ୨୦ ତାରିଖ ଧାର୍ଯ୍ୟ ହୋଇଛି । 

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ସର୍ବାଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି । ନୂଆ ଦିଲ୍ଲୀରୁ ପ୍ରାୟ ମୋଟ୍ ୨୯ଜଣ ପ୍ରାର୍ଥୀ ୪୦ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ନିଜେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ରହିଛନ୍ତି । ତାଙ୍କ ସାମ୍ନାରେ ବିଜେପିର ପ୍ରବେଶ ସାହୀବ ସିଂହ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ୍ ରହିଛନ୍ତି । କସ୍ତୁରବା ନଗର ବିଧାନସଭା ଆସନରୁ ସବୁଠୁ କମ୍ ନାମାଙ୍କନ ପତ୍ର ଦାଖଲ ହୋଇଛି । ଏହି ବିଧାନସଭା କ୍ଷେତ୍ରରୁ ମାତ୍ର 6ଜଣ ପ୍ରାର୍ଥୀ 9 ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ମାତ୍ର ଭାରତୀୟ ଜନାତ ପାର୍ଟି ଏନଡିଏ ସହଯୋଗୀ ଦଳ ସହିତ ନିର୍ବାଚନ ଲଢ଼ୁଛି । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀରେ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୮ ତାରିଖରେ ଭୋଟ୍ ଗଣତି ହେବ ।...