‘ଧର୍ମନିରପେକ୍ଷତା’ ସମ୍ବିଧାନ ମୌଳିକ ଢାଞ୍ଚାର ଅଂଶ
ନୂଆଦିଲ୍ଲୀ,୨୨ା୧୦: ଧର୍ମନିରପେକ୍ଷତା ସବୁବେଳେ ଭାରତୀୟ ସମ୍ବିଧାନ ମୌଳିକ ଢାଞ୍ଚାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଥିବା ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦକୁ ନେଇ ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ, ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଖଣ୍ଡପୀଠ କହିଥିଲେ, ସର୍ବୋଚ୍ଚ ଅଦାଲତ ଅନେକ ରାୟରେ […] The post ‘ଧର୍ମନିରପେକ୍ଷତା’ ସମ୍ବିଧାନ ମୌଳିକ ଢାଞ୍ଚାର ଅଂଶ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୧୦: ଧର୍ମନିରପେକ୍ଷତା ସବୁବେଳେ ଭାରତୀୟ ସମ୍ବିଧାନ ମୌଳିକ ଢାଞ୍ଚାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଥିବା ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦକୁ ନେଇ ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ, ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଖଣ୍ଡପୀଠ କହିଥିଲେ, ସର୍ବୋଚ୍ଚ ଅଦାଲତ ଅନେକ ରାୟରେ ଧର୍ମନିରପେକ୍ଷତା ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶବିଶେଷ ବୋଲି କହିଆସିଛନ୍ତି। ଯଦି ଜଣେ ସମ୍ବିଧାନରେ ବ୍ୟବହୃତ ସମାନତା ଅଧିକାର ଏବଂ ଭ୍ରାତୃତ୍ୱ ଶବ୍ଦକୁ ଲକ୍ଷ୍ୟ କରିବେ, ତେବେ ଧର୍ମନିରପେକ୍ଷତା ସମ୍ବିଧାନର ମୁଖ୍ୟ ବିଶେଷତା ହୋଇ ରହିଆସିଥିବାର ସ୍ପଷ୍ଟ ସୂଚନା ପାଇପାରିବେ। ୧୯୭୬ରେ ଇନ୍ଦିରା ଗାନ୍ଧୀ ସରକାର ସମ୍ବିଧାନର ୪୨ତମ ସଂଶୋଧନରେ ସମ୍ବିଧାନର ପ୍ରସ୍ତାବନାରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ିଥିଲେ। ଏହି ସଂଶୋଧନ ଫଳରେ ପ୍ରସ୍ତାବନାରେ ଭାରତ ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରରୁ ‘ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ରେ ପରିଣତ ହୋଇଥିଲା।
ଶୁଣାଣି ବେଳେ ଜୈନ କହିଥିଲେ, ସମାଜବାଦ ଶବ୍ଦ ଯୋଡ଼ାଗଲେ ତାହା ବ୍ୟକ୍ତିଗତ ସ୍ବାଧୀନତାକୁ ସଂକୁଚିତ କରିବ ବୋଲି ଡ. ବି.ଆର୍. ଆମ୍ବେଡ୍କର ମତ ଦେଇଥିଲେ। ସମ୍ବିଧାନ ସଂଶୋଧନ ବିଲ୍ ଆଣି ପ୍ରସ୍ତାବନାକୁ ବଦଳାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଏହାର ଜବାବରେ ଜଷ୍ଟିସ୍ ଖାନ୍ନା କହିଥିଲେ ସମାଜବାଦର ବିଭିନ୍ନ ଅର୍ଥ ରହିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଗ୍ରହଣ କରାଯାଉଥିବା ଅର୍ଥକୁ ଏଠାରେ ନିଆଯିବା ଉଚିତ ନୁହେଁ। ସୋସିଆଲିଜମ୍ର ଅର୍ଥ ସୁଯୋଗର ସମାନତା ଏବଂ
ଦେଶର ସମ୍ବଳର ସମାନ ଆବଣ୍ଟନ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ। ଅନ୍ୟତମ ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଥିଲେ, ସେ ସମାଜବାଦୀ, ଧର୍ମନିରପେକ୍ଷ ଏବଂ ସଂହତି ଶବ୍ଦ କିମ୍ବା ଏହାକୁ ସମ୍ବିଧାନରେ ସ୍ଥାନ ଦିଆଯିବାକୁ ବିରୋଧ କରନ୍ତି ନାହିଁ। ତେବେ ୧୯୭୬ରେ ପ୍ରସ୍ତାବନାରେ ଉକ୍ତ ଶବ୍ଦ ଯୋଡ଼ାଯିବାକୁ ସେ ବିରୋଧ କରିଛନ୍ତି। ସେ କହିଛନ୍ତି, ଗୋଟିଏ ଶବ୍ଦ ଯୋଡ଼ାଯିବା ବାସ୍ତବରେ ଦେଶ ଉପରେ କୌଣସି ପ୍ରଭାବ ପକାଏନାହିଁ। ତେବେ ଭବିଷ୍ୟତର ସରକାର ପ୍ରସ୍ତାବନା ବଦଳାଇବା ପାଇଁ ଏଥିରୁ ସୁଯୋଗ ପାଇବେ ବୋଲି ଉପାଧ୍ୟାୟ କହିଛନ୍ତି। ଅନ୍ୟପକ୍ଷରେ ସୁବ୍ରମଣ୍ୟମ କହିଛନ୍ତି, ୧୯୪୯ ନଭେମ୍ବର ୨୬ର ପ୍ରସ୍ତାବନା ଏକ ଘୋଷଣାନାମା ଥିଲା। ସଂଶୋଧନ ଜରିଆରେ ସେଥିରେ ଅଧିକ ଶବ୍ଦ ଯୋଡ଼ାଯିବା ମନମାନି। ବର୍ତ୍ତମାନର ପ୍ରସ୍ତାବନା ଅନୁଯାୟୀ ଭାରତ ଏକ ସମାଜବାଦୀ ଧର୍ମନିରପେକ୍ଷ ସାଧାରଣତନ୍ତ୍ର ବୋଲି ୧୯୪୯ ନଭେମ୍ବର ୨୬ରେ ଭାରତୀୟମାନେ ସହମତ ହୋଇଥିବା କୁହାଯିବା ଭୁଲ ବୋଲି ସୁବ୍ରମଣ୍ୟମ କହିଛନ୍ତି। ଖଣ୍ଡପୀଠ ଉକ୍ତ ପ୍ରସଙ୍ଗ ଉପରେ ଅଧିକ ଅନୁଧ୍ୟାନ କରିବେ ବୋଲି କହିବା ସହ ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି।
The post ‘ଧର୍ମନିରପେକ୍ଷତା’ ସମ୍ବିଧାନ ମୌଳିକ ଢାଞ୍ଚାର ଅଂଶ appeared first on Dharitri Odia News.