ଧାନ ରୋଇବା ବେଳେ ଖସିଲା ବଜ୍ର : ଜଣେ ମୃତ, ୪ ଆହତ

ସୋର ୧୮।୮: ସୋର ବଜ୍ରାଘାତରେ ଜଣେ ମୃତ ଏବଂ ୪ ଜଣ ଆହତ l ନଟlପଡ଼l ପଞ୍ଚାୟତ ଲାଖବିନ୍ଧା ଗ୍ରାମରେ ଏଭଳି ଅଘଟଣ ଘଟିଛି l ସୂଚନାଯୋଗ୍ୟ ଯେ, ବିଲରେ ଧାନ ରୋଇବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ଏବଂ ଆହତ ଶ୍ରମିକ ମାନେ ଗୋଟିଏ ଗାଁର ବୋଲି ଜଣାପଡିଛି । ମୃତକ ହେଲେ ୨୨ ବର୍ଷ ବୟସ୍କ ଶ୍ରମିକ ହରିଶ ମଳିକ । ଆହତ ମାନେ ହେଲେ ମତାଜୀ ମଳିକ, ସୁଭଦ୍ରା ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଏବଂ ଲକ୍ଷ୍ମୀପ୍ରିୟା ମଳିକ l ଆହତମାନେ କରେଣ୍ଟ ଖାଇବା ଭଳି ଅନୁଭବ କରିବା ସହିତ ବିଲ କାଦୁଅରେ ପଡି ଚିତ୍କାର କରିଥିଲେ l ଆହତମାନଙ୍କୁ ଅନ୍ୟ କୃଷକମାନେ ଉଦ୍ଧାର କରି ଅଟୋ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ l ଗୁରୁତର ଆହତ ମାନଙ୍କ ଚିକିତ୍ସା ଚାଲିଛି ।You Can Read:ନଷ୍ଟ ହୋଇ ଦୁର୍ଗନ୍ଧ ହେଲା ଅର୍ପଣ ଚାଉଳ, ମିଲ୍କୁ ପଠାଇଲା ସୁଆର ମହାସୁଆର ନିଯୋଗ

ଧାନ ରୋଇବା ବେଳେ ଖସିଲା ବଜ୍ର : ଜଣେ ମୃତ, ୪ ଆହତ

ସୋର ୧୮ସୋର ବଜ୍ରାଘାତରେ ଜଣେ ମୃତ ଏବଂ ୪ ଜଣ ଆହତ l ନଟlପଡ଼l ପଞ୍ଚାୟତ ଲାଖବିନ୍ଧା ଗ୍ରାମରେ ଏଭଳି ଅଘଟଣ ଘଟିଛି l 

ସୂଚନାଯୋଗ୍ୟ ଯେ, ବିଲରେ ଧାନ ରୋଇବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ଏବଂ ଆହତ ଶ୍ରମିକ ମାନେ ଗୋଟିଏ ଗାଁର ବୋଲି ଜଣାପଡିଛି । ମୃତକ ହେଲେ ୨୨ ବର୍ଷ ବୟସ୍କ ଶ୍ରମିକ ହରିଶ ମଳିକ । ଆହତ ମାନେ ହେଲେ ମତାଜୀ ମଳିକ, ସୁଭଦ୍ରା ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଏବଂ ଲକ୍ଷ୍ମୀପ୍ରିୟା ମଳିକ l 

ଆହତମାନେ କରେଣ୍ଟ ଖାଇବା ଭଳି ଅନୁଭବ କରିବା ସହିତ ବିଲ କାଦୁଅରେ ପଡି ଚିତ୍କାର କରିଥିଲେ l ଆହତମାନଙ୍କୁ ଅନ୍ୟ କୃଷକମାନେ ଉଦ୍ଧାର କରି ଅଟୋ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ l ଗୁରୁତର ଆହତ ମାନଙ୍କ ଚିକିତ୍ସା ଚାଲିଛି ।

You Can Read:

ନଷ୍ଟ ହୋଇ ଦୁର୍ଗନ୍ଧ ହେଲା ଅର୍ପଣ ଚାଉଳ, ମିଲ୍କୁ ପଠାଇଲା ସୁଆର ମହାସୁଆର ନିଯୋଗ