ନକଲି ଇନ୍ସପେକ୍ଟରଙ୍କ ଖୋଲିଲା ପେଡ଼ି: ପୋଲିସ ହାତରେ ଧାରା ପକାଇ ଦେଲେ ତୃତୀୟ ସ୍ତ୍ରୀ
ଭୁବନେଶ୍ୱର,୧ା୯: ପୁଣି ଫେସବୁକରେ ପ୍ରେମ କରି ଫସିଲେ ମହିଳା। ମିଛିମିଛିକା ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ। ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ବାସିନ୍ଦା ସୁବାଷ ଚନ୍ଦ୍ର କଅଁର ବୋଲି ଜଣାପଡିଛି। ଖବର ଅନୁଯାୟୀ, ପୋଲିସ ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ରାଉରକେଲାରେ ପୋଷ୍ଟିଂ […] The post ନକଲି ଇନ୍ସପେକ୍ଟରଙ୍କ ଖୋଲିଲା ପେଡ଼ି: ପୋଲିସ ହାତରେ ଧାରା ପକାଇ ଦେଲେ ତୃତୀୟ ସ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧ା୯: ପୁଣି ଫେସବୁକରେ ପ୍ରେମ କରି ଫସିଲେ ମହିଳା। ମିଛିମିଛିକା ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ। ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ବାସିନ୍ଦା ସୁବାଷ ଚନ୍ଦ୍ର କଅଁର ବୋଲି ଜଣାପଡିଛି। ଖବର ଅନୁଯାୟୀ, ପୋଲିସ ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ରାଉରକେଲାରେ ପୋଷ୍ଟିଂ ହୋଇଥିବା ସୁବାଷ ନିଜକୁ ପରିଚିତ କରାଇ ଫେସବୁକରେ ଜଣେ ମହିଳାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ। ସେ ବିବାହ ପରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଭଡା ଘରେ ତାଙ୍କୁ ରଖିଥିଲେ।
ତେବେ ମହିଳା ଜଣକ ସୁବାଷଙ୍କ କାରର ରେଜିଷ୍ଟ୍ରେସନ ନମ୍ବରରୁ ତାଙ୍କ ସ୍ୱାମୀଙ୍କ ମିଛ ବିଷୟରେ ଜାଣିଥିଲେ। ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମାମଲାର ତଦନ୍ତ ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ବିବାହ ପୂର୍ବରୁ ଅଭିଯୁକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ବିବାହ କରିଥିବା ପୋଲିସ କହିଛି।
ଏହି ନକଲି ପୋଲିସର ପ୍ରକୃତ ବୟସ ୫୫ ବର୍ଷ ହୋଇଥିବାବେଳେ ତାଙ୍କର ଗୋଟିଏ ୨୫ ବର୍ଷର ପୁଅ ରହିଛି।ତେବେ ନିଜକୁ ପୋଲିସ୍ ଭାବରେ ଦର୍ଶାଇ ସେ ଶାରୀରିକ ସମ୍ପର୍କ ଏବଂ ଅର୍ଥ ପାଇବା ପାଇଁ ମହିଳାଙ୍କୁ ବିବାହ କରିଥିଲେ ବୋଲି ଏସିପି ତାପସ ପ୍ରଧାନ କହିଛନ୍ତି।
The post ନକଲି ଇନ୍ସପେକ୍ଟରଙ୍କ ଖୋଲିଲା ପେଡ଼ି: ପୋଲିସ ହାତରେ ଧାରା ପକାଇ ଦେଲେ ତୃତୀୟ ସ୍ତ୍ରୀ appeared first on Dharitri Odia News.