କଂଗ୍ରେସ ଦେଶର ଗୋଟିଏ ଅଙ୍ଗକୁ କାଟି ଦେଇଛି: ମୋଦି

ମିରଠ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ମିରଠରେ ଏକ ରାଲିରେ ସମ୍ବୋଧିତ କରି ଲୋକ ସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ର ନିର୍ବିାଚନ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ପରିଣତ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଚୌଧୁରୀ ଚରଣ ସିଂ ଜୀଙ୍କୁ’ ଭାରତ ରତ୍ନ ଦେବା ଆମ ସରକାରଙ୍କ ସୌଭାଗ୍ୟ। ମୁଁ ଚୌଧୁରୀ ଚରଣ ସିଂ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁଖ୍ୟ […] The post କଂଗ୍ରେସ ଦେଶର ଗୋଟିଏ ଅଙ୍ଗକୁ କାଟି ଦେଇଛି: ମୋଦି appeared first on Dharitri Odia News.

କଂଗ୍ରେସ ଦେଶର ଗୋଟିଏ ଅଙ୍ଗକୁ କାଟି ଦେଇଛି: ମୋଦି

ମିରଠ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ମିରଠରେ ଏକ ରାଲିରେ ସମ୍ବୋଧିତ କରି ଲୋକ ସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ର ନିର୍ବିାଚନ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ପରିଣତ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଚୌଧୁରୀ ଚରଣ ସିଂ ଜୀଙ୍କୁ’ ଭାରତ ରତ୍ନ ଦେବା ଆମ ସରକାରଙ୍କ ସୌଭାଗ୍ୟ। ମୁଁ ଚୌଧୁରୀ ଚରଣ ସିଂ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁଖ୍ୟ ବିରୋଧୀ ଦଳକୁ ଟାର୍ଗେଟ କରି ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ସିଂଙ୍କ ସହ ମଞ୍ଚ ଶେୟାର କରିଛନ୍ତି। ଜଣାଶୁଣା ଯେ ଏଥର ମିରଠରେ ଭାଜପା ଅଭିନେତା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି।
ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, କଂଗ୍ରେସ ଆଜି ତା’ର କଲା କର୍ମର ଫଳ ପାଉଛି। ଦେଶର ସର୍ବ ପୁରାତନ ପାର୍ଟି ଦେଶର ଏକ ଅଙ୍ଗକୁ କାଟି ଦେଇଛି।

 

The post କଂଗ୍ରେସ ଦେଶର ଗୋଟିଏ ଅଙ୍ଗକୁ କାଟି ଦେଇଛି: ମୋଦି appeared first on Dharitri Odia News.