ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି ଡାକ୍ତରଙ୍କୁ ବୁଧବାର ଗିରଫ କରିଛି। ସେ ରଖିଥିବା ପ୍ରାୟ ୧୦୦ ପ୍ରକାର ଔଷଧ ଜବତ କରିଛି । ଗିରଫ ଜଣକ ହେଉଛନ୍ତି କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୧୨୦ ଗ୍ରାମରେ ରହୁଥିବା ବିଦ୍ୟାଧର ହାଲଦାର। ଏ ନେଇ ଥାନାରେ ନଂ.୯୬/୨୫ ରେ ଏକ ମାମଲା ରୁଜୁ କରି ନକଲି […] The post ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ appeared first on Dharitri Odia News.

ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି ଡାକ୍ତରଙ୍କୁ ବୁଧବାର ଗିରଫ କରିଛି। ସେ ରଖିଥିବା ପ୍ରାୟ ୧୦୦ ପ୍ରକାର ଔଷଧ ଜବତ କରିଛି । ଗିରଫ ଜଣକ ହେଉଛନ୍ତି କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୧୨୦ ଗ୍ରାମରେ ରହୁଥିବା ବିଦ୍ୟାଧର ହାଲଦାର। ଏ ନେଇ ଥାନାରେ ନଂ.୯୬/୨୫ ରେ ଏକ ମାମଲା ରୁଜୁ କରି ନକଲି ଡାକ୍ତର ବିଦ୍ୟାଧରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଦୋଷ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ମିନାକ୍ଷୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ନକଲି ଡାକ୍ତର ରୋଗୀସେବା କରିବା ସହ ବେଆଇନ ଭାବେ ଔଷଧ ବିକ୍ରୀ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କ କ୍ଲିନିକ୍‌ରେ ଚଢାଉ କରିଥିଲେ।
ସୂଚନାଯୋଗ୍ୟ, ବିଦ୍ୟାଧର ଗତ ୫ ବର୍ଷ ପୂର୍ବେ ମାଲକାନଗିରି ସହରରେ ଥିବା ଶ୍ୟାମ ସୁନ୍ଦର ମେଡ଼ିସିନ ଦୋକାନରେ ରହି କାମ କରୁଥିଲେ । ସେ ସେଠାରୁ କାମ ଛାଡିବା ପରଠାରୁ ଉପରୋକ୍ତ ଅଞ୍ଚଳରେ ବେଆଇନ ଭାବେ ଡାକ୍ତରୀ କାର୍ଯ୍ୟ କରି ରୋଗୀଙ୍କୁ ଔଷଧ ଦେଉଥିବା ଜଣାପଡିଛି।

The post ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ appeared first on Dharitri Odia News.