ନକଲି ସାର୍ଟିଫିକେଟରେ ପୋଲିସ ଚାକିରି: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ୍‌ଦଣ୍ଡ

କଟକ,୨୨ା୫(କାର୍ତ୍ତିକ ସାହୁ): ନକଲି ସାର୍ଟିଫିକେଟ ଦେଇ ପୋଲିସ ଚାକିରି କରିଥିବା ଢେଙ୍କାନାଳର ୨ ଅଭିଯୁକ୍ତ ବୁଧବାର ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ଅଦିତ କୁମାର ବିଶ୍ୱାଳ ଓ ଅଜିତ କୁମାର ବିଶ୍ୱାଳ। ଜୟପୁରର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସେମାନଙ୍କୁ ୨ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଲେଖାଏ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ଅଦାଲତ […] The post ନକଲି ସାର୍ଟିଫିକେଟରେ ପୋଲିସ ଚାକିରି: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ୍‌ଦଣ୍ଡ appeared first on Dharitri Odia News.

ନକଲି ସାର୍ଟିଫିକେଟରେ ପୋଲିସ ଚାକିରି: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ୍‌ଦଣ୍ଡ

କଟକ,୨୨ା୫(କାର୍ତ୍ତିକ ସାହୁ): ନକଲି ସାର୍ଟିଫିକେଟ ଦେଇ ପୋଲିସ ଚାକିରି କରିଥିବା ଢେଙ୍କାନାଳର ୨ ଅଭିଯୁକ୍ତ ବୁଧବାର ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ଅଦିତ କୁମାର ବିଶ୍ୱାଳ ଓ ଅଜିତ କୁମାର ବିଶ୍ୱାଳ। ଜୟପୁରର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସେମାନଙ୍କୁ ୨ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଲେଖାଏ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ୧୯୯୬ରେ ଅଭିଯୁକ୍ତ ଦୁହେଁ ନକଲି ହାଇସ୍କୁଲ ସାର୍ଟିଫିକେଟ ଓ କ୍ରୀଡ଼ା ସାର୍ଟିଫିକେଟ ଜରିଆରେ କୋରାପୁଟସ୍ଥିତ ଓଏସ୍‌ଏପି ତୃତୀୟ ବାଟାଲିୟନ୍‌ରେ ସିପାହୀ ଚାକିରି କରିଥିଲେ। ତେବେ ଏ ବାବଦରେ ଅଭିଯୋଗ ହେବା ପରେ ସେମାନେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ନାମରେ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କୁ ଗିରଫ କରାଯିବା ସହ ସେତେବେଳଠୁ ଚାକିରିରୁ ବିଦା ହୋଇଥିଲେ। କଟକ ଭିଜିଲାନ୍ସର ତତ୍‌କାଳୀନ ଡିଏସ୍‌ପି ରମାକାନ୍ତ ସାହୁ ମାମଲାର ତଦନ୍ତ କରିଥିଲେ। ଜୟପୁରର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶଧର ପଟ୍ଟନାୟକ ଭିଜିଲାନ୍ସ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

The post ନକଲି ସାର୍ଟିଫିକେଟରେ ପୋଲିସ ଚାକିରି: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ୍‌ଦଣ୍ଡ appeared first on Dharitri Odia News.