ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରରେ ଅବସ୍ଥିତ ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଜଣେ ଛାତ୍ର ନଡ଼ିଆ ଗଛରୁ ଖସିପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ହଷ୍ଟେଲରେ ରହି ସିଙ୍ଗାରଗୁଡି ଗ୍ରାମର ପେଟେଲି ସୁବାରାଓଙ୍କ ପୁଅ ପେଟେଲି କିରଣ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଶନିବାର ସକାଳେ ସାଙ୍ଗମାନଙ୍କ ସହ ମିଶି ବିଦ୍ୟାଳୟଠାରୁ କିଛି ଦୂରରେ ଥିବା ଏକ ନଡ଼ିଆ ଗଛରେ ଚଢି ଡାଳ କାଟୁଥିବା ବେଳେ କିରଣ […] The post ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ appeared first on Dharitri Odia News.

ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରରେ ଅବସ୍ଥିତ ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଜଣେ ଛାତ୍ର ନଡ଼ିଆ ଗଛରୁ ଖସିପଡି ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟର ହଷ୍ଟେଲରେ ରହି ସିଙ୍ଗାରଗୁଡି ଗ୍ରାମର ପେଟେଲି ସୁବାରାଓଙ୍କ ପୁଅ ପେଟେଲି କିରଣ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଶନିବାର ସକାଳେ ସାଙ୍ଗମାନଙ୍କ ସହ ମିଶି ବିଦ୍ୟାଳୟଠାରୁ
କିଛି ଦୂରରେ ଥିବା ଏକ ନଡ଼ିଆ ଗଛରେ ଚଢି ଡାଳ କାଟୁଥିବା ବେଳେ କିରଣ ତଳେ ପଡି ଗୁରୁତର ହୋଇଥିଲେ।

ଏନେଇ ସାଙ୍ଗମାନେ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକମାନଙ୍କୁ ଜଣାଇଥିଲେ। ପରେ ତାଙ୍କୁ ସୁଙ୍କି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ଧ୍ୟାରେ କିରଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।

ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନୀଲ ସେଠି ବିଦ୍ୟାଳୟରେ ପହଞ୍ଚି ମୃତ କିରଣଙ୍କ ସହ ନଡିଆ ଗଛ ନିକଟକୁ ଯାଇଥିବା ଛାତ୍ରମାନଙ୍କୁ ଭିଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରମାନେ ବିଦ୍ୟାଳୟରେ ସରସ୍ବତୀ ପୂଜାରେ ସଜାଇବା ପାଇଁ ନଡ଼ିଆ ଗଛ ଡାଳ ଆଣିବାକୁ ଯାଇଥିବା ପ୍ରକାଶ କରିଥିଲେ। ଯାହାକି ବିଭାଗ ପାଇଁ ଚିନ୍ତା ବଢାଇ ଦେଇଛି । ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

The post ନଡ଼ିଆ ଗଛରୁ ପଡ଼ି ଚାଳିଗଲା ଛାତ୍ରଙ୍କ ଜୀବନ: ବିଭାଗୀୟ ତଦନ୍ତ ଆରମ୍ଭ appeared first on Dharitri Odia News.