ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ
ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ ବି ଏଲ ସନ୍ତୋଷ, ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଆଲୋକ କୁମାର ଇତ୍ୟାଦି ଉପସ୍ଥିତ ଥିଲେ। ତେବେ ବୈଠକ ପରେ ସଂଘର ମୁଖ୍ୟ ପ୍ରବକ୍ତା ସୁନୀଲ ଓମକର ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ଅନେକ ପ୍ରସଙ୍ଗ ଉପରେ […] The post ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ appeared first on Dharitri Odia News.
ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ ବି ଏଲ ସନ୍ତୋଷ, ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଆଲୋକ କୁମାର ଇତ୍ୟାଦି ଉପସ୍ଥିତ ଥିଲେ।
ତେବେ ବୈଠକ ପରେ ସଂଘର ମୁଖ୍ୟ ପ୍ରବକ୍ତା ସୁନୀଲ ଓମକର ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ସଂଘ ଜାତୀୟ ଜନଗଣନାକୁ ନେଇ ବଡ଼ ବୟାନ ଦେଇଥିଲା। ବୟାନରେ ଏହି ପ୍ରସଙ୍ଗକୁ ସଂଘ ଏକ ସମ୍ବେଦନଶୀଳ ପ୍ରସଙ୍ଗ କହିଛି। ସଂଘ କହିଛି, ଏହାକୁ ଜନତାଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଉ।
କହିରଖୁଛୁ କି, ଚଳିତ ଲୋକ ସଭା ନିର୍ବାଚନ ସମୟରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଭାଜପାକୁ ଆଉ ଆରଏସଏସର ଆବଶ୍ୟକତା ନାହିଁ। ଏକ ସାକ୍ଷାତକାରରେ ସେ ଆହୁରି କହିଥିଲେ, ଆରମ୍ଭରୁ କିଛିଟା ଅସୁବିଧା ହୋଇଥିଲା ତେଣୁ ଆରଏସଏସର ଆବଶ୍ୟକତା ପଡୁଥିଲା। ଏବେ ଭାଜପା ସବୁ ନିଷ୍ପତ୍ତି ନେବାରେ ସକ୍ଷମ ଅଟେ। ଏବେ ପାର୍ଟି ସବୁ ନିଷ୍ପତ୍ତିକୁ ସ୍ବୟଂ ନେଇ ପାରୁଛି। ତେବେ ନଡ୍ଡାଙ୍କ ଏହି ବୟାନ ଆଲୋଡନ ସୃଷ୍ଟି କରିଥିଲା।
ବର୍ତ୍ତମାନ ନଡ୍ଡାଙ୍କ ଏହି ବୟାନର ଉତ୍ତର ରଖି ସଂଘ କହିଛି, ଆମ ମିଶନ ସମ୍ପର୍କରେ ଥିବା ମୂଳ ବିଚାରଧାର ସମ୍ପୂର୍ଣ୍ଣ ସ୍ପଷ୍ଟ ରହିଛି। ଅନ୍ୟ ପ୍ରସଙ୍ଗକୁ ସମାଧାନ କରାଯାଇପାରିବ, କିନ୍ତୁ ଏହା ଆମ ପାରିବାରିକ ମାମଲା ଅଟେ। ଏହାକୁ ମଧ୍ୟ ସମାଧାନ କରାଯିବ।
The post ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ appeared first on Dharitri Odia News.