ହମାସ ସାମରିକ ମୁଖ୍ୟଙ୍କ ମୃତ୍ୟୁ, ନିଜକୁ ଦାୟୀ କଲା ଇସ୍ରାଏଲ

ହମାସ ସଂଗଠନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁର ଦିନକ ପରେ ସାମରିକ ମୁଖ୍ୟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ହମାସ ସାମରିକ ମୁଖ୍ୟଙ୍କ ମୃତ୍ୟୁ, ନିଜକୁ ଦାୟୀ କଲା ଇସ୍ରାଏଲ

ହମାସ ସଂଗଠନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁର ଦିନକ ପରେ ସାମରିକ ମୁଖ୍ୟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ହମାସର ସାମିରକ ମୁଖ୍ୟ ମହମ୍ମଦ ଦୈଫକୁ ହତ୍ୟା କରା ଯାଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍ରାଏଲ ସେନା ଏନେଇ ଏକ ଏକ୍ସ ପୋଷ୍ଟରେ କହିଛି ଯେ, ଅକ୍ଟୋବର ୭ ଇସ୍ରାଏଲ ଆକ୍ରମଣର ହମାସ ସଂଗଠନର ସାମରିକ ମୁଖ୍ୟ ସଫା। ଗତ ମାସ ମହମ୍ମଦ ଦୈଫର ମୃତ୍ୟୁ ଘଟିଛି। ଗାଜାରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକରେ ମହମ୍ମଦର ମୃତ୍ୟୁ ହୋଇଛି।

ପ୍ରକାଶ ଥାଉକି, ଗତକାଲି ଇନାର ରାଜଧାନୀ ତେହରନରେ ହମାସ ସର୍ବୋଚ୍ଚ ନେତା ଇସମାଇଲ ହାନିୟାଙ୍କ ମୃତ୍ୟୁ ଘଟିଛି। ସେ ଇରାନର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରୁ ଯୋଗଦେଇ ଫେରିବା ପରେ ତାଙ୍କ ଘରେ ତାଙ୍କୁ ହତ୍ୟା କରା ଯାଇଥିଲା।

ଏହି ହତ୍ୟା ପଛରେ ଇନାର ଓ ଏହାର ସମର୍ଥିତ ବିଭିନ୍ନ ସଂଗଠନ ଇସ୍ରାଏଲର ହାତ ଥିବା ଦାବି କରୁଛନ୍ତି। ଏଥିପାଇଁ ଇସ୍ରାଏଲକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ, ଏପରିକି ଇନାନ ସର୍ବୋଚ୍ଚ ନେତା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। କିନ୍ତୁ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଭିଯୋଗକୁ ମଧ୍ୟ ଖଣ୍ଡନ କରି ନାହିଁ।

ଏହାରି ମଧ୍ୟରେ ଆଜି ତେହରନରେ ଇସମାଇଲ ହାନିୟାଙ୍କ ଅନ୍ତିମ ଶୋଭାଯାତ୍ରା ଚାଲି ଥିବାବେଳେ ମହମ୍ମଦ ଦୈଫର ମୃତ୍ୟୁକୁ ନେଇ ଇସ୍ରାଏଲ ନିଜକୁ ଦାୟୀ କରିଛି।