ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି

ଲାହୋର, ୧୪ା୮ : ନିକଟରେ ଶେଷ ହୋଇଥିବା ପ୍ୟାରିସ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପାଇଁ ପଞ୍ଜାବ ସରକାର ଅଲିମ୍ପିକ ଜାଭେଲିନ ଥ୍ରୋ ଚାମ୍ପିୟନ ଅର୍ଶାଦ ନଦୀମଙ୍କୁ ୧କୋଟି ଟଙ୍କା ଏବଂ ଏକ ବ୍ରାଣ୍ଡ ନୂଆ କାର୍‌ ପୁରସ୍କାର ଆକାରରେ ପ୍ରଦାନ କରିଛନ୍ତି। ପାକିସ୍ତାନ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ନଦୀମଙ୍କ ଗ୍ରାମ ମିଆନ ଚୁନୁକୁ ଯାଇ ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ଏହି ପୁରସ୍କାର ପ୍ରଦାନ କରିଥିଲେ। ଦେଶ ପାଇଁ ଖୁସି […] The post ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି appeared first on Dharitri Odia News.

ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି

ଲାହୋର, ୧୪ା୮ : ନିକଟରେ ଶେଷ ହୋଇଥିବା ପ୍ୟାରିସ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ସଫଳତା ପାଇଁ ପଞ୍ଜାବ ସରକାର ଅଲିମ୍ପିକ ଜାଭେଲିନ ଥ୍ରୋ ଚାମ୍ପିୟନ ଅର୍ଶାଦ ନଦୀମଙ୍କୁ ୧କୋଟି ଟଙ୍କା ଏବଂ ଏକ ବ୍ରାଣ୍ଡ ନୂଆ କାର୍‌ ପୁରସ୍କାର ଆକାରରେ ପ୍ରଦାନ କରିଛନ୍ତି। ପାକିସ୍ତାନ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ନଦୀମଙ୍କ ଗ୍ରାମ ମିଆନ ଚୁନୁକୁ ଯାଇ ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ଏହି ପୁରସ୍କାର ପ୍ରଦାନ କରିଥିଲେ। ଦେଶ ପାଇଁ ଖୁସି ଓ ଗୌରବ ଆଣି ଦେଇଥିବାରୁ ଅର୍ଶାଦ ଏହି ପୁରସ୍କାର ପାଇବା ପାଇଁ ହକ୍‌ଦାର ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ୯୨.୯୭ ନମ୍ବର ବିଶିଷ୍ଟ ଏକ ଗାଡ଼ି ନମ୍ବର ପ୍ଲେଟ ଦେଇଥିଲେ। ଅଗଷ୍ଟ ୮ରେ ପ୍ୟାରିସ୍‌ରେ ଯେଉଁ ଦୂରତା ଥ୍ରୋ କରି ନଦୀମ ନୂଆ ଅଲିମ୍ପିକ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ମରିୟମ ନଓ୍ବାଜଙ୍କ ସହିତ ଆସିଥିବା ଡେପୁଟି କମିଶନର କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରେକର୍ଡ ସମୟରେ କାର୍‌ ଓ ଚେସ୍‌ ପ୍ରସ୍ତୁତ କରିବାକୁ ହୋଇଥିଲା। ସେ ସ୍ବତନ୍ତ୍ର ନମ୍ବରପ୍ଲେଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲାହୋର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନଦୀମଙ୍କ କୋଚ୍‌ଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ଚମକପ୍ରଦ ୯୨.୯୭ ମିଟର ପ୍ରୟାସ ସହିତ ନଦୀମ ପାକିସ୍ତାନର ପ୍ରଥମ ଦୌଡ଼କୁଦ ଆଥ୍‌ଲେଟ ଭାବେ ଅଲିମ୍ପିକ୍ସରେ ଏକ ସ୍ବର୍ଣ୍ଣ ଜିତିଥିଲେ।

The post ନଦୀମ୍‌ଙ୍କୁ କାର୍‌ ସହିତ ୧କୋଟି appeared first on Dharitri Odia News.