ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଶନିବାର ସ୍ଥାନୀୟ ଲୋକେ ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଟଣ ସରପଞ୍ଚ ପୋଲିସଙ୍କୁ ଖବର ଦେବାରୁ କାଞ୍ଜିପାଣି ଥାନା ଏସ୍‌ଆଇ ସ୍ବରୂପ ରଞ୍ଜନ ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିଲେ। ଏନେଇ ୧୪/୨୪ […] The post ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ appeared first on Dharitri Odia News.

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଶନିବାର ସ୍ଥାନୀୟ ଲୋକେ ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଟଣ ସରପଞ୍ଚ ପୋଲିସଙ୍କୁ ଖବର ଦେବାରୁ କାଞ୍ଜିପାଣି ଥାନା ଏସ୍‌ଆଇ ସ୍ବରୂପ ରଞ୍ଜନ ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିଲେ। ଏନେଇ ୧୪/୨୪ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରେ ମୃତଦେହ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଜଳଚର ପ୍ରାଣୀ ମହିଳାଙ୍କ ମୁହଁକୁ କାମୁଡ଼ି କ୍ଷତ ବିକ୍ଷତ କରିଦେଇଥିବାରୁ ତାଙ୍କୁ ଚିହ୍ନିଁବା କଷ୍ଟ ହେଉଛି। ସେ ନୀଳ ଓ ନାଲି ସହିତ ଧଳାରଙ୍ଗର ଚେକ୍‌ ଶାଢ଼ୀ ଏକ କଫି ରଙ୍ଗର ବ୍ଲାଉଜ ପିନ୍ଧିଛନ୍ତି। ତାଙ୍କର ଡାହାଣ ହାତରେ ଗୀତା ନାମକ ଏକ ଟାଟୁ ରହିଛି। ପରିଚୟ ମିଳି ନ ଥିବା ମୃତଦେହ ମେଡିକାଲରେ ରଖାଯାଇଛି।

The post ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ appeared first on Dharitri Odia News.