ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଛାତ୍ର ନିଖୋଜ

କାମାକ୍ଷାନଗର(କେନ୍ୟୁଜ୍‌) : ନଦୀରେ ବୁଡ଼ି ଛାତ୍ର ନିଖୋଜ । ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନର ଶେଷ ବର୍ଷ ଛାତ୍ର ସନାତନ କୁମାର ମହାଳିକ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ନଦୀରେ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ଅପରାହ୍ନ ସମୟରେ ସାଙ୍ଗମାନଙ୍କ ସହିତ ସରାଙ୍ଗ ପମ୍ପ ହାଉସ ନିକଟରେ ଗାଧୋଇବା ସମୟରେ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ […] The post ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଛାତ୍ର ନିଖୋଜ appeared first on KNews Odisha.

ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଛାତ୍ର ନିଖୋଜ

କାମାକ୍ଷାନଗର(କେନ୍ୟୁଜ୍‌) : ନଦୀରେ ବୁଡ଼ି ଛାତ୍ର ନିଖୋଜ । ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନର ଶେଷ ବର୍ଷ ଛାତ୍ର ସନାତନ କୁମାର ମହାଳିକ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ନଦୀରେ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ମୁତାବକ, ଅପରାହ୍ନ ସମୟରେ ସାଙ୍ଗମାନଙ୍କ ସହିତ ସରାଙ୍ଗ ପମ୍ପ ହାଉସ ନିକଟରେ ଗାଧୋଇବା ସମୟରେ ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ତଳ ଆଡ଼କୁ ଭାସି ଯାଇ ଛାତ୍ର ଜଣକ ନିଖୋଜ ଅଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ପରଜଙ୍ଗ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି ପରେ ମଧ୍ୟ ନପାଇବା ଯୋଗୁଁ ସ୍ଥାନୀୟ ଡୋମଳ ଗ୍ରାମର ଜଳ ବୁଡାଳୀ ମାନଙ୍କୁ ଖୋଜିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିୟୋଜିତ କରିଥିଲେ। ନିଖୋଜ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ଅଥିଲାବାଜ ଗ୍ରାମର ଗଣେଶ ମହାଲିକଙ୍କ ପୁଅ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

 

The post ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଛାତ୍ର ନିଖୋଜ appeared first on KNews Odisha.