ନନ୍ଦନକାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ଦୁଇ ଭାଗ ହେଲା ଟ୍ରେନ

ଚନ୍ଦୌଲି: ଆନନ୍ଦ ବିହାରରୁ ପୁରୀ ଯାଉଥିବା ନନ୍ଦନ କାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ପ୍ରଦେଶର ଚନ୍ଦୌଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ରେନ୍‌ର ସ୍ଲିପର୍ S4 ବଗିର କପଲିଂ ହଠାତ୍ ଭାଙ୍ଗିଯାଇଥିଲା। ଯାହା ପରେ ଟ୍ରେନ୍‌ଟି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା ବେଳେ ଟ୍ରେନର ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ସୂଚନା ଅନୁଯାୟୀ, ଆନନ୍ଦ ବିହାରରୁ ପୁରୀ ଯାଉଥିବା ୧୨୮୭୬ ନନ୍ଦନ କାନନ ଏକ୍ସପ୍ରେସ୍ ଟ୍ରେନର ସ୍ଲିପର୍ S4 […] The post ନନ୍ଦନକାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ଦୁଇ ଭାଗ ହେଲା ଟ୍ରେନ appeared first on Odisha.News.

ନନ୍ଦନକାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ଦୁଇ ଭାଗ ହେଲା ଟ୍ରେନ

ଚନ୍ଦୌଲି: ଆନନ୍ଦ ବିହାରରୁ ପୁରୀ ଯାଉଥିବା ନନ୍ଦନ କାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ପ୍ରଦେଶର ଚନ୍ଦୌଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ଟ୍ରେନ୍‌ର ସ୍ଲିପର୍ S4 ବଗିର କପଲିଂ ହଠାତ୍ ଭାଙ୍ଗିଯାଇଥିଲା। ଯାହା ପରେ ଟ୍ରେନ୍‌ଟି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା ବେଳେ ଟ୍ରେନର ଗତି ଧୀର ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।

ସୂଚନା ଅନୁଯାୟୀ, ଆନନ୍ଦ ବିହାରରୁ ପୁରୀ ଯାଉଥିବା ୧୨୮୭୬ ନନ୍ଦନ କାନନ ଏକ୍ସପ୍ରେସ୍ ଟ୍ରେନର ସ୍ଲିପର୍ S4 ବଗିର କପଲିଂ ଭାଙ୍ଗିଯିବାରୁ ଦୁଇଟି ଭାଗରେ ବିଭକ୍ତ ହୋଇଗଲା। ଡିଡିୟୁ ଜଙ୍କସନରୁ ବାହାରିବା ପରେ ଟ୍ରେନ୍ ଟି ଦୁଇଟି ଭାଗରେ ବିଭକ୍ତ ହୋଇଥିଲା। ଟ୍ରେନର ଉଭୟ ଅଂଶକୁ ଡିଡିୟୁ ଜଙ୍କସନକୁ ଅଣାଯାଇ ପୁନଃ ଯୋଡାଯାଇଥିଲା। ତେବେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।

The post ନନ୍ଦନକାନନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ; ଦୁଇ ଭାଗ ହେଲା ଟ୍ରେନ appeared first on Odisha.News.